/odishatv-khabar/media/post_attachments/uploadimage/library/16_9/16_9_0/aaaa_1624788346.jpg)
aaaa
କେରଳ: ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । କେରଳର କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ କାମ ଅନୁଧ୍ୟାନ କଲା ପରେ ଏହା କହିଛନ୍ତି ରାଜନାଥ ।
ଗତକାଲି କର୍ଣ୍ଣାଟକ କରୱାରରେ ନୌସେନା ପ୍ରକଳ୍ପ ପରିଦର୍ଶନ ପରେ ଆଜି କୋଚି ପହଞ୍ଚିଥିଲେ ରାଜନାଥ । କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିବା ପରେ ସେ ଏହା କହିଛନ୍ତି । ଭାରତର ଏହି ଇଣ୍ଡିଜିନିୟସ ଏୟାରକ୍ରାଫ୍ଟ କ୍ୟାରିୟର ଆସନ୍ତାବର୍ଷ ଦେଶର ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତୀ ଅବସରରେ ଉପଯୁକ୍ତ ଉପହାର ବୋଲି କହିଛନ୍ତି ରାଜନାଥ ।
ବିକ୍ରାନ୍ତ ଭାରତର ଗର୍ବ ଓ ଆତ୍ମନିର୍ଭର ଭାରତ ଅଭିଯାନର ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି ରାଜନାଥ । ଆସନ୍ତା ମାସରେ ସ୍ୱଦେଶୀ ଏୟାରକ୍ରାଫଟ କ୍ୟାରିୟର ବିକ୍ରାନ୍ତର ସି-ଟ୍ରାଏଲ ହେବ । ୨୦୨୨ ମଧ୍ୟ ଭାଗ ସୁଦ୍ଧା ଏହାକୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ସାମିଲ କରିନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)