/odishatv-khabar/media/post_attachments/uploadimage/library/16_9/16_9_0/4_1625062788.jpg)
4
ନୂଆଦିଲ୍ଲୀ: ଚାଷୀଙ୍କୁ ମନାଇବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି। ୫ ଦିନର ଆନ୍ଦୋଳନ ପରେ ଆଲୋଚନା ପାଇଁ ଚାଷୀଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ସରକାର। ଚାଷୀ ଆନ୍ଦୋଳନ ପ୍ରଶମିତ କରିବାକୁ ସରକାର ନୂଆ ଯୋଜନା ପ୍ରସ୍ତୁତି କରିଛନ୍ତି।
ଆଜି ଚାଷୀ ନେତାଙ୍କ ସହ ଆଲୋଚନା କରିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଏଥିପାଇଁ ଅପରାହ୍ନ ୩ଟାରେ ଦିଲ୍ଲୀ ବିଜ୍ଞାନ ଭବନରେ ଆଲୋଚନା କରିବାକୁ ଚାଷୀ ନେତା ଆମନ୍ତ୍ରିତ ହୋଇଛନ୍ତି। ଯେଉଁ କୃଷକ ନେତାମାନେ ପ୍ରଥମ ପର୍ଯ୍ୟାୟ ବୈଠକରେ ଭାଗ ନେଇଥିଲେ, ସେମାନଙ୍କୁ ଆଜିର ବୈଠକକୁ ଆମନ୍ତ୍ରିତ କରାଯାଇଛି।
ପୂର୍ବରୁ ଡିସେମ୍ବର ୩ ତାରିଖରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ଶୀତର ପ୍ରକୋପ ଓ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଆଜି ଏହି ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଥିବା କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ଏବେ ଯାଏଁ ଦିଲ୍ଲୀ-ହରିୟାଣା ସୀମା ସିଙ୍ଘୁ-ଟିକରୀରେ ରାସ୍ତା ଅବରୋଧ ଜାରି ରହିଛି। ତେବେ ଗାଜିଆବାଦପଟେ ଉତ୍ତରପ୍ରଦେଶକୁ ଚଳାଚଳ ସ୍ୱଭାବିକ ରହିଛି।
ନୂଆ କୃଷି ଆଇନ୍କୁ ବିରୋଧ କରି ହଜାର ହଜାର କୃଷକ ଗତ ୫ ଦିନ ଧରି ଦିଲ୍ଲୀରେ ସମାବେଶ କରୁଛନ୍ତି। କୃଷି ଆଇନ୍ ପ୍ରତ୍ୟାହାର କରିବା ଦାବିରେ କୃଷକମାନେ ଅଟଳ ରହିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ଗତକାଲି କହିଛନ୍ତି।
.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)