/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error214_1624466495.jpg)
vlcsnap-error214
ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍ । ତାପୁଣି ବିଡ଼ା ବିଡ଼ା, ଥାକ ଥାକ ୨ ହଜାର ଟଙ୍କିଆ ନକଲି ନୋଟ୍ । ଘଟଣା ଘଟିଛି ତେଲେଙ୍ଗାନା ହାଇଦ୍ରାବାଦ ସହରର ଏଲ୍.ବି.ନଗର ଅଞ୍ଚଳରେ । ସଂପୃକ୍ତ ଜ୍ୟୋତିଷଙ୍କ ନାଁ ବେଲାମକୋଣ୍ଡା ମୁରଲୀକୃଷ୍ଣ ଶର୍ମା । ଘର ନାଗୁଲୁରେ ।
ଗତ କିଛିଦିନ ତଳେ ତାଙ୍କ ଘରୁ କିଛି ରତ୍ନ ପଥର ସହ ନଗଦ ଟଙ୍କା ଚୋରି ହୋଇଯାଇଥିଲା । ଏନେଇ ଜ୍ୟୋତିଷ ମୂରଲୀକୃଷ୍ଣ ଏଲ୍.ବି.ନଗର ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଖୋଳତାଡ଼ କରିବା ସହ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତାସହ ରତ୍ନପଥର ଏବଂ ନଗଦ ଟଙ୍କା ବି ଜବତ ହୋଇଥିଲା ।
ତେବେ ତଦନ୍ତ ଭିତରେ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ସୁରାକ୍ ପାଇଥିଲା ଯେ, ଜ୍ୟୋତିଷ ଜଣକ ନକଲି ଟଙ୍କା ରଖିଛନ୍ତି । ଏହାପରେ ପୋଲିସ ଜ୍ୟୋତିଷଙ୍କ ଘରେ ଚଢ଼ାଉ କରିବା ସହ ନଗଦ ୧୮ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନକଲି ନୋଟ୍ ଜବତ କରିଥିଲା ।
ତାହାରି ଭିତରେ ୬ ଲକ୍ଷ ଅସଲି ନୋଟ୍ ସହ କିଛି ରତ୍ନ ପଥର ବି ଥିଲା । ତେବେ କେଉଁଠୁ ଆସିଲା ଏହି ନକଲି ନୋଟ୍ ? ଏହା ପଛର କାରଣ କଣ ? ତେଲେଙ୍ଗାନାରେ ଜାରି ରହିଥିବା ଏଭଳି ନକଲି ଟଙ୍କା କାରବାର ପଛରେ କୌଣସି ବଡ ଗ୍ୟାଙ୍ଗର ହାତ ରହିଛି ନା ନାହିଁ ? ଜ୍ୟୋତିଷଙ୍କୁ ଧରି ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)