Advertisment

ସ୍ୱାଧୀନ ଭାରତର ପ୍ରଥମ ମହିଳାଙ୍କୁ ଫାଶୀ, ଏମିତି ଥିଲା ତାଙ୍କର ଜୀବନ କାହାଣୀ..

ନୂଆଦିଲ୍ଲୀ: ଏ କାହାଣୀ ଜଣେ ଯୁବତୀଙ୍କର।  ଯେଉଁ କାହାଣୀର ଆରମ୍ଭ ଅତ୍ୟନ୍ତ ଆନନ୍ଦ ଦାୟକ, ହେଲେ ପରିଣତି ହୃଦୟଥରା,   ଯନ୍ତ୍ରଣାଶିକ୍ତ। ଝିଅଟିଏ ଜୀବନରେ ଯାହା କିଛି ଚାହିଁଥାଏ, ତାଙ୍କ ପାଖରେ ସେ ସବୁ ଅଜାଡି ଦେଇଥିଲେ ଭଗବାନ । ଏମିତି ବାପା-ମା’ଙ୍କୁ ପାଇଥିଲେ ଯେଉଁମାନେ ଝିଅର ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ସମାଜର ସବୁ ପ୍ରତିବନ୍ଧକକୁ ସାମ୍ନା କରି ବାପା-ମା’ ଝିଅକୁ ପାଠ ପଢାଇଥିଲେ। ନିଜ ଗୋଡରେ ଛିଡ଼ା ବି କରାଇଥିଲେ। ହେଲେ ହଠାତ୍‌ […]

author-image
Minati Mishra
ଅଦ୍ୟତନ ହୋଇଛି
ସ୍ୱାଧୀନ ଭାରତର ପ୍ରଥମ ମହିଳାଙ୍କୁ ଫାଶୀ, ଏମିତି ଥିଲା ତାଙ୍କର ଜୀବନ କାହାଣୀ..

shabanm

ନୂଆଦିଲ୍ଲୀ: ଏ କାହାଣୀ ଜଣେ ଯୁବତୀଙ୍କର।  ଯେଉଁ କାହାଣୀର ଆରମ୍ଭ ଅତ୍ୟନ୍ତ ଆନନ୍ଦ ଦାୟକ, ହେଲେ ପରିଣତି ହୃଦୟଥରା,   ଯନ୍ତ୍ରଣାଶିକ୍ତ। ଝିଅଟିଏ ଜୀବନରେ ଯାହା କିଛି ଚାହିଁଥାଏ, ତାଙ୍କ ପାଖରେ ସେ ସବୁ ଅଜାଡି ଦେଇଥିଲଆ ଭଗବାନ । ଏମିତି ବାପା-ମା’ଙ୍କୁ ପାଇଥିଲେ ଯେଉଁମାନେ ଝିଅର ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ସମାଜର ସବୁ ପ୍ରତିବନ୍ଧକକୁ ସାମ୍ନା କରି ବାପା-ମା’ ଝିଅକୁ ପାଠ ପଢାଇଥିଲେ। ନିଜ ଗୋଡରେ ଛିଡ଼ା ବି କରାଇଥିଲେ। ହେଲେ ହଠାତ୍‌ ଯେମିତି  ଜୀବନର ଗତିପଥ ତାଙ୍କର ବଦଳିଗଲା। ସବୁକିଛି ଓଲଟପାଟଲ ହୋଇଗଲା। ଗାଁର କମ୍‌ ପାଠ ପଢିଥିବା ଜଣେ ଯୁବକଙ୍କ ସହ ଝିଅର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ।  ପରିବାର ଲୋକଙ୍କ ବିରୋଧକୁ ସହଜରେ ଗ୍ରହଣ କରିପାରି ନ ଥିଲା ଝିଅ। ଏମିତି କାମ କଲେ ଯେଉଁଥିପାଇଁ ସେ ଅମରୋହାର ହସନପୁର କ୍ଷେତ୍ର ପାଇଁ ଏକ କଳଙ୍କ ପାଲଟି ଯାଇଥିଲେ ଏବଂ ଏହାର ସଜା ମଧ୍ୟ ଆଜି ଭୋଗିବାକୁ ଯାଉଛନ୍ତି । ପ୍ରେମକୁ ପାଇବା ପାଇଁ ଝିଅଟି ନିଜ ବାପା-ମା’ଙ୍କ ସମେତ ୭ ଜଣଙ୍କୁ ହତ୍ୟା କରିଥିଲା। ଆଉ ଆଜି ତା ସାମ୍ନାରେ ଝୁଲୁଛି କେବଳ ଫାଶୀ ଖୁଣ୍ଟ। ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶି ଦେବା ପାଇଁ ଚାଲିଛି ପ୍ରସ୍ତୁତି।

Advertisment

ଉତ୍ତରପ୍ରଦେଶର ଅମରୋହା (Amroha)  ଜିଲ୍ଲାର ହସନପୁର ଅଞ୍ଚଳର ଏକ ଗାଁରେ ରହୁଥିଲେ ଜଣେ ଶିକ୍ଷକ ଶୌକତ ଅଲ୍ଲି। ଏହି କାହାଣୀ ହେଉଛି ତାଙ୍କର ଏକମାତ୍ର ଝିଅ ଶବନମ୍‌ର । ଶୌକତଙ୍କ ପରିବାର କହିଲେ ତାଙ୍କର ପତ୍ନୀ ହାଶମୀ, ପୁଅ ଅନୀଶ, ରାଶିଦ, ବୋହୁ ଅଞ୍ଜୁମ୍‌, ଝିଅ ଶବନମ୍‌ ଓ ୧୦ ମାସର ନାତି ଅର୍ଶ । ଶୌକତ ଏକମାତ୍ର ଝିଅ ଶବନମକୁ ଅତି ଗେହ୍ଲାରେ ବଢାଇଥିଲେ। ଭଲ ଶିକ୍ଷା ଦେଇଥିଲେ। ଏମ.ଏ. ପାସ୍‌ କରିବା ପରେ ଶବନମ୍‌ ଶିକ୍ଷାମିତ୍ର ଚାକିରି ପାଇଥିଲେ। ହେଲେ ଏହି ସମୟରେ ଶବନମ୍‌ ଅଷ୍ଟମ ପଢିଥିବା ଜଣେ ଯୁବକ ସଲିମ୍‌ଙ୍କୁ ପ୍ରେମ କରି ବସିଲେ।

ସେଦିନ ଥିଲା ୨୦୦୮ ଏପ୍ରିଲ ୧୫ ତାରିଖ। ସମୟ ରାତି ପ୍ରାୟ ଦେଢଟାରୁ ୨ଟା ହେବ। ୟୁପିର ଅମୀରୋହା ଜିଲ୍ଲାର ବାବନଖେଡି ଗାଁ ଶୋଇ ଯାଇଥିଲା। ହଠାତ୍‌ ଏକ ଝିଅର ଚିତ୍କାର ଶୁଣି ପଡୋଶୀ ନିଦରୁ ଉଠି ପଡ଼ିଥିଲେ। ଗାଁ ଲୋକେ ଘର ଭିତରକୁ ପଶି ଯାହା ଦେଖିଲେ ସେମାନଙ୍କର ହୋଶ ଉଡ଼ିଗଲା। ଘର ଭିତରେ ପଡ଼ିଥିଲା ୭ଟି ଶବ। ଏକୁଟିଆ ବଞ୍ଚିଥିଲେ ୨୫ ବର୍ଷ ବୟସର ଶବନମ୍‌। ଶବ ଗୁଡ଼ିକ ଥିଲା ଶବନମ୍‌ର ବାପା, ମା’, ଦୁଇ ଭାଇ,  ଜଣେ ଭାଉଜ, ମାଉସୀଙ୍କର ଜଣେ ପୁଅ ଏବଂ ନିଜର ପୁତୁରାଙ୍କର ।

Advertisment

ଶବନମ୍‌ କାନ୍ଦୁଥିଲା। ଅତ୍ୟନ୍ତ ବିକଳ ହୋଇ। ପଡୋଶୀ ତାକୁ ସାନ୍ତ୍ୱନା ଦେଉଥାନ୍ତି। ଶବନମର କହିବା ଅନୁଯାୟୀ, କିଛି ଲୁଟେରା ଘର ଭିତରକୁ ପଶି ଆସିଥିଲେ ଏବଂ ପୂରା ପରିବାରକୁ ହତ୍ୟା କରି ଦେଇଥିଲେ। ସେ ବାଥରୁମ୍‌ରେ ଥିବାରୁ ବଞ୍ଚି ଯାଇଥିଲା। ଏହି ହତ୍ୟାକାଣ୍ଡ ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଅମରୋହାରୁ ଆରମ୍ଭ କରି ଲକ୍ଷ୍ନୌ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଚକିତ ହୋଇଗଲେ ଏପରି ହତ୍ୟାକାଣ୍ଡକୁ ଦେଖି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍‌ ଆରମ୍ଭ କରିଦେଲା। ହେଲେ ଘଟଣାର ଲୁଟେରାଙ୍କର କୌଣସି ସୁରାକ ମିଳି ନ ଥିଲା। ପୋଲିସକୁ ଯେତେବେଳେ ଲୁଟେରାଙ୍କ ତଥ୍ୟ ମିଳିଲା ନାହିଁ ସେତେବେଳେ ସେ ଘଟଣାସ୍ଥଳକୁ ନେଇ ତଦନ୍ତ କଲେ। ତଦନ୍ତରୁ ଜଣା ପଡ଼ିଲା, ମୃତ ବ୍ୟକ୍ତିମାନେ ବଞ୍ଚିବା ପାଇଁ ଆଦୌ ଚେଷ୍ଟା କରିନାହାନ୍ତି। ହେଲେ ଏମିତି କେମିତ ସମ୍ଭବ ହେବ ? ଅନ୍ୟପକ୍ଷେ ଘରେ ଲୁଟ୍‌ପାଟ୍‌ର ଚିହ୍ନ ମଧ୍ୟ ନ ଥିଲା। ଏହି ସମୟରେ ପୋଷ୍ଟ ମର୍ଟମ ରିପୋର୍ଟରେ ପ୍ରକୃତ ସତ୍ୟର ଖୁଲାସା ହୋଇଥିଲା। ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତ ବ୍ୟକ୍ତିମାନେ ମୃତ୍ୟୁ ପୂର୍ବରୁ ବେହୋସ ହୋଇ ଯାଇଥିଲେ। କୌଣସି ଔଷଧ ମାଧ୍ୟମରେ ତାଙ୍କୁ ଅଚେତ କରି ଦିଆଯାଇଥିଲା।

ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ପୋଲିସ ଶବନମ୍‌ଙ୍କୁ ସନ୍ଦେହ କରିଥିଲା। ପୋଲିସ ଶବନମ ମୋବାଇଲର କଲ୍‌ ରେକର୍ଡ ଯାଞ୍ଚ କଲା। ଜଣା ପଡ଼ିଥିଲା, ଘଟଣା ଦିନ ରାତିରେ ଗୋଟିଏ ନମ୍ବରର ସହ ଶବନମ ଏକାଧିକ ବାର କଥା ହୋଇଥିଲା। ପରେ ପରେ ଶବନମ ଗର୍ଭବତୀ ଥିବା ପୋଲିସ ଜାଣିବାକୁ ପାଇଥିଲା। ଶବନମ ବିବାହ କରି ନ ଥିଲେ ହେଲେ ଗର୍ଭବତୀ ଥିଲେ। ଏହି ଘଟଣାକୁ ନେଇ ପୋଲିସ ଯାଞ୍ଚ କରିଥିଲା। ଏ ନେଇ ପୋଲିସ ଯେତେବେଳେ ଶବନମଙ୍କୁ ପଚରାଉଚରା କଲା, ଶବନମ ନିଜ ପାପକର୍ମକୁ ଲୁଚାଇ ପାରି ନ ଥିଲେ। ସବୁ କାହାଣୀ ପୋଲିସ ଆଗରେ ମାନି ଯାଇଥିଲେ।

ଶବନମର କହିବା ଅନୁଯାୟୀ, ଗାଁର ସଲିମ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି। ହେଲେ ପରିବାର ଲୋକେ ଏହାକୁ ସ୍ୱୀକାର କରୁ ନ ଥିଲେ। ତେଣୁ ସଲିମ ସହ ମିଶି ନିଜର ପୂରା ପରିବାରକୁ ରାସ୍ତାରୁ ହଟାଇବା ପାଇଁ ଏପରି ଯୋଜନା କରିଛି। ଘଟଣା ଦିନ ଦୁହେଁ ମିଶି ପୂରା ପରିବାରକୁ ଖାଦ୍ୟରେ କିଛି ବିଷ ମିଶାଇ ଖାଇବାକୁ  ଦେଇଥିଲେ। ପରେ ସମସ୍ତେ ଅଚେତ ହୋଇଯିବା ପରେ ଜଣ ଜଣଙ୍କୁ କୁରାଡିରେ ହାଣି ହତ୍ୟା କରିଥିଲା।

ପରେ ପୋଲିସ ଶବନମ ସହ ସଲିମକୁ ଗିରଫ କରିଥିଲା । ସଲିମ ମଧ୍ୟ ନିଜ ଭୁଲ ସ୍ୱୀକାର କରିଥିଲା। ପରେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢୀକୁ ଜବତ କରିଥିଲା। ଏହି ମାମଲାର ବିଚାର କରି ୨୦୧୦ରେ ଜିଲ୍ଲା ଦୌରାଜଜ୍ ଶବନମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶି ଦଣ୍ଡ ଶୁଣାଇଥିଲେ । ତେବେ ତଳକୋର୍ଟଙ୍କ ରାୟ ବିରୋଧରେ ଶବନମ୍ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ସବୁଠି ଫାଶିଦଣ୍ଡାଦେଶ କାଏମ ରହିଥିଲା। ଶେଷରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଶବନମଙ୍କ ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଏହାପରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ କରିଛନ୍ତି ।

ଘଟଣାର ୧୩ ବର୍ଷ ପରେ ଆଜି ଶବନମଙ୍କୁ ମିଳିଛି ସଜା। ଏବେ ଶବନମ ମଥୁରା ଜେଲ୍‌ରେ ଅଛନ୍ତି।  କୋଟ ମାମଲାର ବିଚାର କରି ଶବନମ୍‌ଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛି। ଏଥିପାଇଁ ମଥୁରା ଜେଲରେ  ଜେଳ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।  ଏଥିନିମନ୍ତେ ତାରିଖ ଘୋଷଣା ହୋଇ ନ ଥିବା ବେଳେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିବା ଜହ୍ଲାଦ ପବନ ହିଁ ଶବନମଙ୍କୁ ଫାଶୀ ଦେବେ।

ଅବଶ୍ୟ ଫାଶୀରୁ ବର୍ତ୍ତିବା ପାଇଁ ଶବନମ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ତଳ କୋର୍ଟଠୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ସବୁଠି ନିରାଶ ହେବାକୁ ପଡ଼ିଛି। ଶେଷରେ ରାଷ୍ଟ୍ରପତିଙ୍କ ନିକଟରୁ ଜୀବନ ଭିକ୍ଷା କରିଥିବା ଶବନମଙ୍କୁ ସେଠାରୁ ମଧ୍ୟ ନିରାଶା ମିଳିଛି। ଶବନମଙ୍କ ଆବେଦନକୁ ରାଷ୍ଟ୍ରପତି  ଖାରଜ କରି ଦେବା ପରେ ତାଙ୍କୁ ଫାଶୀ ଦେବା ବାଟ ପରିଷ୍କାର ହୋଇଯାଇଛି।

ସୂଚନାଥାଉ କି,  ମଥୁରାରେ ପ୍ରାୟ ୧୫୦ ବର୍ଷ ପୂର୍ବେ ମହିଳା ଫାଶୀ ଘର ନିର୍ମିତ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ।

 
Advertisment
Advertisment