/odishatv-khabar/media/post_attachments/uploadimage/library/16_9/16_9_0/school_1620804342.jpg)
school
ମସ୍କୋ:ରୁଷର କଜାନ ସହରର ଏକ ସ୍କୁଲରେ ଭୟଙ୍କର ଅଘଟଣ ଘଟିଯାଇଛି । ମଙ୍ଗଳବାର ସ୍କୁଲ ଉପରେ କେହି ଆଖିବୁଜା ଗୁଳିବର୍ଷା କରିଛନ୍ତି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ଆହତ ହୋଇଛନ୍ତି । ରୁଷର ସରକାରୀ ସଂସ୍ଥା ନୋଭସ୍ତୀ ଖବର ଏଜେନ୍ସି ଅନୁଯାୟୀ, ଏଠାରେ ଜରୁରୀକାଳିନ ସ୍ଥିତି ଲାଗୁ କରି ଦିଆଯାଇଛି ।
ଇଣ୍ଟରଫେକ୍ସ ସମାଚାର ଏଜେନ୍ସି ଅନୁଯାୟୀ, ରାଜଧାନୀ ମସ୍କୋଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଥିବା ଏହି ସ୍କୁଲ ଉପରକୁ ହଠାତ୍୍ ୨ ଜଣ ବନ୍ଧୁକଧାରୀ ଗୁଳିମାଡ ଆରମ୍ଭ କରିଦେଲେ । ଦୁଇ ବନ୍ଧୁକଧାରୀଙ୍କ ମଧ୍ୟରୁ ସ୍ଥାନୀୟ ପୋଲିସ ଜଣଙ୍କୁ ଧରିନେଇଛି । ଧରାପଡିଥିବା ଏଇ ଅଭିଯୁକ୍ତର ବୟସ ୧୭ ବର୍ଷ । ତେବେ ପରସ୍ଥିତିକୁ ଦେଖି ସ୍କୁଲରୁ କିଛି ପିଲାଙ୍କୁ ବାହାର କରି ଦିଆଯାଇଥିଲା । ଆଉ କିଛି ପିଲା ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା କାମ ଜାରି ରହିଥବା ଜଣେ ଅଧିକାରୀ କହିଥିଲେ ।
ଅଧିକାରୀ ଜଣକ କହିଥିଲେ, କଜାନର ସମସ୍ତ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।
ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ରୁଷରେ ସ୍କୁଲରେ ଏପରି ଗୁଳିମାଡ ପ୍ରାୟତଃ ହୋଇ ନ ଥାଏ । କିନ୍ତୁ ଯେତେବେଳେ ବି ହୋଇଛି, ପ୍ରାୟ ସବୁଥିରେ ଛାତ୍ରମାନେ ହିଁ ଏପରି କାମ କରିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)