Advertisment

କରୋନାକୁ ହରାଇଲେ ୧୦୬ ବର୍ଷର ବୃଦ୍ଧା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେବେ ଆଶ୍ୱସ୍ତିକର କଥା ହେଉଛି ଦେଶରେ ସୁସ୍ଥ ସଂଖ୍ୟା ମଧ୍ୟ ଲଗାତର ସୁଧାର ହେଉଛି। ଏଥିରେ ପିଲାଠାରୁ ଆରମ୍ଭ କରି ଯୁବ ଏବଂ ବୟସ୍କ ଆଦି ସାମିଲ୍‌ ଅଛନ୍ତି। ତେବେ ଏହି କରୋନା ଲଢ଼େଇରେ ବାଜିମାତ୍ କରିଛନ୍ତି ଜଣେ ୧୦୬ ବର୍ଷର ବୃଦ୍ଧା। ଏହି ବୃଦ୍ଧା ଜଣକ ମହାରାଷ୍ଟ୍ରରେ ରୁହନ୍ତି। ସୁସ୍ଥ ହୋଇଥିବା ମହିଳାଙ୍କ ନାଁ ଆନନ୍ଦୀବାଇ ପଟେଲ। ସେ ପୂରା ସୁସ୍ଥ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
କରୋନାକୁ ହରାଇଲେ ୧୦୬ ବର୍ଷର ବୃଦ୍ଧା

106-years

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେବେ ଆଶ୍ୱସ୍ତିକର କଥା ହେଉଛି ଦେଶରେ ସୁସ୍ଥ ସଂଖ୍ୟା ମଧ୍ୟ ଲଗାତର ସୁଧାର ହେଉଛି। ଏଥିରେ ପିଲାଠାରୁ ଆରମ୍ଭ କରି ଯୁବ ଏବଂ ବୟସ୍କ ଆଦି ସାମିଲ୍‌ ଅଛନ୍ତି। ତେବେ ଏହି କରୋନା ଲଢ଼େଇରେ ବାଜିମାତ୍ କରିଛନ୍ତି ଜଣେ ୧୦୬ ବର୍ଷର ବୃଦ୍ଧା।

Advertisment

ଏହି ବୃଦ୍ଧା ଜଣକ ମହାରାଷ୍ଟ୍ରରେ ରୁହନ୍ତି। ସୁସ୍ଥ ହୋଇଥିବା ମହିଳାଙ୍କ ନାଁ ଆନନ୍ଦୀବାଇ ପଟେଲ। ସେ ପୂରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ, ଯାହା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ କିଛି ଦିନ ଧରି ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇଛନ୍ତି। ଏହା ଦେଖି ସବୁ ଲୋକ ବହୁତ ଖୁସି ମଧ୍ୟ ହୋଇଛନ୍ତି।

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୧୯ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୮ଲକ୍ଷରୁ ଅଧିକ ସୁସ୍ଥ ହୋଇଥିବା ବେଳେ ୩୨ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି।

Advertisment
Advertisment
Advertisment