Advertisment

ଦିଲ୍ଲୀ କୃଷକ ହିଂସାରେ ଜଣେ ମୃତ; ଲାଲ୍‌ କିଲା ଭିତରେ ଧସେଇ ପଶିଲେ ଚାଷୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ମୃତୟନ ଥିବା ପୋଲିସକର୍ମୀଙ୍କ ସହିତ ଧସ୍ତାଧସ୍ତି ଓ ପରେ ହିଂସାରେ ପରିଣତ ହୋଇଥିଲା। ଏହା ଛଡ଼ା ଅନେକ କୃଷକ ଲାଲ୍ କିଲା […]

author-image
Minati Mishra
ଦିଲ୍ଲୀ କୃଷକ ହିଂସାରେ ଜଣେ ମୃତ; ଲାଲ୍‌ କିଲା ଭିତରେ ଧସେଇ ପଶିଲେ ଚାଷୀ

tarctor

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ମୃତୟନ ଥିବା ପୋଲିସକର୍ମୀଙ୍କ ସହିତ ଧସ୍ତାଧସ୍ତି ଓ ପରେ ହିଂସାରେ ପରିଣତ ହୋଇଥିଲା। ଏହା ଛଡ଼ା ଅନେକ କୃଷକ ଲାଲ୍ କିଲା ଉପରେ ଛିଡ଼ା ହୋଇ ପତାକା ଉଡ଼ାଇବାକୁ ଚେଷ୍ଟା କରିଥିଲେ।

Advertisment

Protesting farmers at Red Fort

ଏହି ଘଟଣାରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିବା ସହିତ ଲୁହ ବୁହା ଗ୍ୟାସ୍ ପ୍ରୋୟଗ କରିଛି ପୋଲିସ। କୃଷକ ହିଂସା ଦେଖାଦେବାରୁ ଦିଲ୍ଲୀର ଅନେକ ରୋଡ୍‌ ବ୍ଲକ କରାଯାଇଛି। ଦିଲ୍ଲୀ କେନ୍ଦ୍ରାଞ୍ଚଳ ଓ ପୂର୍ବ ଦିଲ୍ଲୀର ଉତ୍ତର ପୂର୍ବ ଦିଲ୍ଲୀର ରାସ୍ତାଗଡ଼ିକ ବ୍ଲକ କରିଦିଆଯାଇଛି।

Advertisment

ଦିଲ୍ଲୀର ଶିଂଘୁ, ଟିକ୍ରି ଓ ଗାଜିପୁର ବୋର୍ଡରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଟ୍ରାକ୍ଟର ପରେଡ୍ କରିବାକୁ ଅନୁମିତ ଦେବା ପରେ ମାନିନଥିଲେ କୃଷକ।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସିଘୁ ବୋର୍ଡରୁ ଆସୁଥିବା କୃଷକମାନେ ସୀମା ବାହାରେ ବିକ୍ଷୋଭ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ସେମାନଙ୍କୁ ରୋକିବାକୁ ରୋକିବାକୁ ଟିୟର ଗ୍ୟାସ୍  ପ୍ରୟୋଗ କରିଥିଲା। ଏକାଧିକ ଟ୍ରାକ୍ଟରେ ପତାକା ଲଗାଯାଇଥିବା ବେଳେ ଉଭୟ ମହିଳା ଓ ପୁରୁଷ ନାଚିବା ସହିତ ଠୁଳ ହେବାକୁ ଲାଗିଥିଲେ। ସେମାନଙ୍କୁ ରୋକିବାକୁ ସୁରକ୍ଷାକର୍ମୀମାନେ ଚେଷ୍ଟା କରିଥିଲେ।

publive-image

ଏହି ଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ରାହୁଲ ଟ୍ୱିଟ୍ କରି କହିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି " ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ, ଆହତ ଯିଏ ବି ହୁଅନ୍ତୁ କ୍ଷତି ଦେଶର ହିଁ ହେବ।" ବୋଲି ରାହୁଲ ଲେଖିଛନ୍ତି। ତା ସହିତ ଦେଶହିତ ପାଇଁ କୃଷି ଆଇନ୍‌ ରଦ୍ଦ କର ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି।

Farmer Protest In Republic Day
Advertisment
Advertisment