/odishatv-khabar/media/post_attachments/uploadimage/library/16_9/16_9_0/otv-khabar-1_1623395385.jpg)
ଓଡିଶା ବଜେଟ୍ 2021
ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।
- Mar 17, 2022 12:21 IST
ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୧୫ ଭୋଟରେ ଆଗୁଆବିଜେଡି ୩,୪୫୯ ଭୋଟ୍ ମିଳିଥିବା ବେଳେ ବିଜେପିକୁ୨,୮୪୪ଓ କଂଗ୍ରେସକୁ ୫୨୩ ଭୋଟ୍ ମିଳିଛି।
- Mar 17, 2022 12:21 IST
ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ
୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟ୍ରେ ଆଗୁଆ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧, ୪୦୪ଟି ଭୋଟ୍, ବିଜେପିକୁ ୬,୯୫୯ ଓ କଂଗ୍ରେସକୁ ୧,୬୭୭ ଭୋଟ୍ ମିଳିଛି।
- Feb 22, 2021 17:57 IST
ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ।
କଟକରେ ବସ୍ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ବରମୁଣ୍ଡା ବସ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ୩୪ କୋଟି, ଲ୍ୟାଣ୍ଡବ୍ୟାଙ୍କ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୪୬୫ କୋଟି ଟଙ୍କା ବ୍ୟୟବରାଦ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ।ବିପର୍ଯ୍ୟୟ ପରିଚାଳନା ପାଇଁ ୩୦୫୦ କୋଟି ବ୍ୟୟବରାଦ । କୋଭିଡ ସତ୍ତ୍ୱେ ରାଜସ୍ୱ ଆଦାୟ ବଢ଼ିଛି, ଚଳିତ ବର୍ଷ ୧୦% ବଢ଼ିବା ଆଶା
- Feb 22, 2021 17:34 IST
ବିଜୁ ଏକ୍ସପ୍ରେସ ୱେ ପାଇଁ ଶହେ କୋଟି ବ୍ୟୟବରାଦ ଯୋଜନା କରାଯାଇଛି
ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ଶହେ କୋଟି।୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ। ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍ ଯୋଗାଣ ପାଇଁ ୫୦ କୋଟି। ହାତୀ କରିଡ଼ର ବିଦ୍ୟୁତ୍ ଯୋଗାଣ ପାଇଁ ୧୨୦ କୋଟି।ବିଜୁ ଏକ୍ସପ୍ରେସ ୱେ ପାଇଁ ଶହେ କୋଟି ବ୍ୟୟବରାଦ ଯୋଜନା କରାଯାଇଛି। ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ। ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ ହୋଇଛି। - Feb 22, 2021 17:24 IST
ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ
ପାଇପ ଯୋଗେ ପାନୀୟ ଜଳ ପାଇଁ ୧୨ ହଜାର କୋଟି ନିବେଶ ଲକ୍ଷ୍ୟ। ବସୁଧା ଯୋଜନାରେ ୨୪୧୯ କୋଟି ବ୍ୟୟବରାଦ ଲକ୍ଷ୍ୟସ୍ୱଚ୍ଛ ଭାରତ ମିଶନ ପାଇଁ ୪୧୫ କୋଟି ଟଙ୍କା ବ୍ୟୟବରାଦ, ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୩ ହଜାର କୋଟି ବ୍ୟୟବରାଦ। ସହରୀ ଶ୍ରମ ନିଯୁକ୍ତି ଯୋଜନା ମୁକ୍ତା ଆରମ୍ଭ କରାଯିବାକୁ ଘୋଷଣା ହୋଇଛି।ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ ହୋଇଛି। ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ ହୋଇଛି। ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ। ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି।
- Feb 22, 2021 17:17 IST
SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି
୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି। ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ। ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ- ଅର୍ଥମନ୍ତ୍ରୀ। SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ ହୋଇଛି।
ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ। ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ
ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା। ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
- Feb 22, 2021 17:10 IST
ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି
ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ। ପଶୁଙ୍କ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା। ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ। କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ ହୋଇଛି।
ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ। ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା। ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ ହୋଇଛି।ଚଳିତ ବର୍ଷ ଋଣ ଭାର GSDPର ୨୦.୯% ହେବା ଆକଳନ କରାଯାଇଛି। ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି - Feb 22, 2021 17:01 IST
ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ
ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ ହୋଇଛି।ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ ହୋଇଛି।କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି।ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି।ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ। ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ। - Feb 22, 2021 16:54 IST
ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ବଜେଟ୍ ଉପସ୍ଥାପନ କରୁଛନ୍ତି। ବିଧାନସଭାରେ ଆଜି ଉପସ୍ଥାପନ ହେଉଛି ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର ।
ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। କୋଭିଡ଼ ମହାମାରୀ ମାନବଜାତିକୁ ବଡ଼ ସଂକଟରେ ପକାଇଥିଲା, ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଆଉ କିଛି ଦିନ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡ଼ିବ।
ଇ-ବଜେଟ ଉପସ୍ଥାପନରେ ଓଡ଼ିଶା ସମ୍ଭବତଃ ଦେଶରେ ପ୍ରଥମ। ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ବଢ଼ିଚାଲିଛି। ଚଳିତ ବର୍ଷ ଜିଡିପି ୪.୯ ହ୍ରାସ ହେବ ବୋଲି ଆକଳନ, ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବାର ରହିଛି ଯୋଜନା।
- Feb 01, 2021 15:31 IST
ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ପଢନ୍ତୁ, ବଜେଟକୁ ନେଇ ୨୫ଟି ବଡ଼ ଖବର
ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧। ଆଜି ବଜେଟ୍ରେ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ୍ ଲାଗୁ କରାଯାଇଛି। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଘୋଷଣା କରାଯାଇଛି। ଏହା ବ୍ୟତୀତ ଆଉ କ’ଣ ବିଶେଷ ଘୋଷଣା କରାଯାଇଛି ବଜେଟରେ ? ଆସନ୍ତଚୁ ଜାଣିବା ୨୫ଟି ବଡ ଖବର।
- Feb 01, 2021 15:08 IST
ବଜେଟ୍ ୨୦୨୧; କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ ଜାଣନ୍ତୁ
ଚଳିତ ବଜେଟ୍ରେ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହୋଇଥିବା ବେଳେ ସୁନା ରୂପା ଆଦିରେ ଶୁଳ୍କ କମାଯାଇଛି। ତେଣୁ କଣ ମହଙ୍ଗା ହେବ କଣ ସସ୍ତା ହେବ ଆସନ୍ତୁ ସଂକ୍ଷେପରେ ଜାଣିବା
- Feb 01, 2021 15:06 IST
ମହଙ୍ଗା ହେବ ନା ହେବନି ପେଟ୍ରୋଲ ଓ ଡିଜେଲ ଦର ?
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପ୍ରସ୍ତାବ ଅନୁସାରେ, ଲିଟର ପ୍ରତି ପେଟ୍ରୋଲ ଉପରେ ଅଢ଼େଇ ଟଙ୍କାର କୃଷି ସେସ୍ ଲାଗିବ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ। ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ।
- Feb 01, 2021 14:29 IST
ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା
- Feb 01, 2021 14:01 IST
ଶସ୍ତା ହେଲା ସୁନା-ରୂପା, ମୋବାଇଲ୍ ହେବ ମହଙ୍ଗା
- Feb 01, 2021 12:40 IST
୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍
- ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି।
- ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍। ପେନ୍ସନ୍ ପାଉଥିବା ବରିଷ୍ଠ ନାଗରିକଙ୍କୁ ଆୟକର ରିଟର୍ଣ୍ଣ ମନା।
- Feb 01, 2021 12:31 IST
ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା
- ଆଉ ୧୦୦ଟି ନୂଆ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ଘୋଷଣା।
- ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ରେ ହେବ ନୂଆ ସୈନିକ ସ୍କୁଲ।
- ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା।
- ଚଳିତ ଜନଗଣନା ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବ।
- ୨୦୨୧ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୯.୫% ରହିଛି।
- ୨୦୨୨ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୮% ରହିବା ଆକଳନ।
- Feb 01, 2021 12:14 IST
ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ୍ ଘୋଷଣା
ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ୍ ଘୋଷଣା। ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ ପାଇଁ ପ୍ୟାକେଜ ଘୋଷଣା।
- Feb 01, 2021 12:12 IST
ବଜେଟ୍ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା
- ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ଘୋଷଣା। ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ।
- ଜାମ୍ମୁ ଓ କାଶ୍ମୀରରେ ଗ୍ୟାସ୍ ପାଇପ୍ଲାଇନ୍ ବିଛାଇବାକୁ ଘୋଷଣା।
- ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ ହେବ।
- ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା।
- ୨ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ।
- ବଜେଟ୍ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
- ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
- Feb 01, 2021 12:08 IST
ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟ୍ରେ ବଡ଼ ଘୋଷଣା
- ରେଳ ଲାଇନ୍ ବିଦ୍ୟୁତ୍କର କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ।
- ୨୭ଟି ସହରରେ ଆଉ ୧୦୬୦କି.ମି. ମେଟ୍ରୋ ଲାଇନ୍ ହେବ।
- ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ।
- ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା।
- ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟ୍ରେ ବଡ଼ ଘୋଷଣା।
- କାହାଠାରୁ ବିଦ୍ୟୁତ୍ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା।
- Feb 01, 2021 12:05 IST
ସାଧାରଣ ବଜେଟରେ କ’ଣ ଗୁରୁତ୍ୱ ପାଇବା ଆବଶ୍ୟକ ? ଟୁଇଟ କରି କହିଲେ ରାହୁଲ୍
ନିର୍ମଳାଙ୍କ ବଜେଟ ଉପସ୍ଥାପନ ପୂର୍ବରୁ ରାହୁଲ ଗାନ୍ଧି ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ୨୦୨୧-୨୨ ବଜେଟ କିପରି ହେବା ଉଚିତ୍ ସେ ସମ୍ପର୍କରେ ଅବଗତ କରାଇଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍ରେ କହିଛନ୍ତି, ଚଳିତ ବଜେଟ୍ରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପକୁ ପ୍ରୋତ୍ସାହନ ଦେବା, ଚାଷୀ, ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
- Feb 01, 2021 11:56 IST
୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍
- Feb 01, 2021 11:54 IST
ସ୍ୱାସ୍ଥ୍ୟ କ୍ଷେତ୍ରରେ ୬୪, ୧୮୦ କୋଟିର ବ୍ୟୟବରାଦ
ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
- Feb 01, 2021 11:27 IST
ଦେଶରେ ୧୫ଟି ହେଲ୍ଥ୍ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ
ସ୍ୱାସ୍ଥ୍ୟ ସେବା ପାଇଁ ବଜେଟ୍ରେ ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ। ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୪ କୋଟି ଟଙ୍କାର ବ୍ୟୟ ବରାଦ। ଦେଶରେ ୧୫ଟି ହେଲ୍ଥ୍ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ #UnionBudget2021
— ଓଟିଭି (@otvkhabar) February 1, 2021
- Feb 01, 2021 11:20 IST
ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି
ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ଆଜି ଭାରତରେ ୨ଟି କରୋନା ଭ୍ୟାକ୍ସିନ୍ ଉତ୍ପାଦନ ହେଉଛି। ଆଉ ୨ଟି କରୋନା ଭ୍ୟାକ୍ସିନ୍ ମଧ୍ୟ ଖୁବଶୀଘ୍ର ଆସିବାର ଅଛି।ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀ, ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟକୁ ପ୍ରଶଂସା କରିଛନ୍ତି। ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ। ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।
- Feb 01, 2021 11:13 IST
ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି
ସମୟୋଚିତ ଲକ୍ଡାଉନ୍ ନିଷ୍ପତ୍ତି ଯୋଗୁ ଦେଶକୁ ଲାଭ ମିଳିଛି। କରୋନା ଯୋଗୁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନେକଙ୍କୁ ରାହା ଦେଇଛି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ #UnionBudget#UnionBudget2021
— ଓଟିଭି (@otvkhabar) February 1, 2021
- Feb 01, 2021 11:09 IST
ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ
ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ #UnionBudget#UnionBudget2021#BudgetWithOTVpic.twitter.com/L6j48Mobev
— ଓଟିଭି (@otvkhabar) February 1, 2021
- Feb 01, 2021 10:58 IST
କ୍ୟାବିନେଟ ବୈଠକରେ ବଜେଟ୍କୁ ମିଳିଲା ଅନୁମୋଦନ
ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ; କ୍ୟାବିନେଟ ବୈଠକରେ ବଜେଟ୍କୁ ମିଳିଲା ଅନୁମୋଦନ #UnionBudget2021#UnionBudget
— ଓଟିଭି (@otvkhabar) February 1, 2021
- Feb 01, 2021 10:37 IST
ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକ
ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଛି କେନ୍ଦ୍ର କ୍ୟାବିନେଟ ବୈଠକ; କ୍ୟାବିନେଟ ବୈଠକରେ ବଜେଟ୍କୁ ମିଳିବ ଅନୁମୋଦନ #UnionBudget2021#UnionBudget
— ଓଟିଭି (@otvkhabar) February 1, 2021
- Feb 01, 2021 10:02 IST
ବଜେଟ୍ ପୂର୍ବରୁ ବଢ଼ିଲା Sensex, Nifty
କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ ହେବ। ଦିନ ୧୧ଟାରେ ବଜେଟ୍ ଉପସ୍ଥାପନ କରିବେ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ବଜେଟ୍ ଉପସ୍ଥାପନ ପୂର୍ବରୁ Sensex ୪୦୧.୭୭ ପଏଣ୍ଟ ବୃଦ୍ଧି ପାଇଛି। Sensex ୪୦୧.୭୭ ପଏଣ୍ଟ ବଢ଼ି ୪୬, ୬୮୭.୫୪ ହୋଇଛି। ସେହିପରି ନିଫ୍ଟି ମଧ୍ୟ ୧୨୪ ପଏଣ୍ଟ ବଢ଼ି ୧୩,୭୫୦ ଟପିଛି।
/odishatv-khabar/media/post_attachments/wp-content/uploads/2021/02/fKNNQ5Uy.jpg)
- Feb 01, 2021 09:45 IST
ଚଳିତ ବର୍ଷ ବି ରେକର୍ଡ ଭାଙ୍ଗିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଚଳିତ ବର୍ଷ ପେପର୍ଲେସ୍ ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍କେସ୍ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ।
- Feb 01, 2021 09:14 IST
ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ ହେବ ପେପର୍ଲେସ୍ ବଜେଟ୍
ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍; ପ୍ରଥମ ଥର ପାଇଁ ସଂସଦରେ ପେପର୍ଲେସ୍ ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ବ୍ୟକ୍ତିଗତ ଆୟକର ହାରରେ ରିହାତି ନେଇ ସମସ୍ତେ ଆଶାବାଦୀ; ମହାମାରୀରେ ଜୀବିକା ଚାଲିଯାଇଥିବାରୁ ନୂଆ ନିଯୁକ୍ତି ଉପରେ ନଜର #UnionBudget2021pic.twitter.com/C5BTyZWyLe
— ଓଟିଭି (@otvkhabar) February 1, 2021
- Feb 01, 2021 09:10 IST
ବଜେଟ୍ରେ ଓଡ଼ିଶାର ଭାଗ କ’ଣ ରହିବ ?
#UnionBudget2021ବଜେଟ୍ରେ ଓଡ଼ିଶାର ଭାଗ କ’ଣ ରହିବ, ସେନେଇ କଳ୍ପନାଜଳ୍ପନା; ରାଜ୍ୟରେ ରେଳବାଇର ବିକାଶ ନେଇ ଭଲ ଅର୍ଥ ମିଳିବା ନେଇ ଆଶା, ୭ ହଜାର ୨ ଶହ କୋଟିର ରେଲ୍ୱେ ଅନୁଦାନ ନେଇ ଓଡ଼ିଶା ଦାବି କରିଛି #Odisha
— ଓଟିଭି (@otvkhabar) February 1, 2021
- Feb 01, 2021 09:08 IST
ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଦେଲା ଆଶ୍ୱସ୍ତିକର ଖବର
କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଜିଏସ୍ଟି ଆଦାୟରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୧ ଜାନୁଆରୀ ମାସରେ ସର୍ବାଧିକ ୧.୧୯ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି।
- Nov 10, 2020 21:12 IST
୨ଟି ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ୍
- ଔପଚାରିକ ଭାବେ ଫଳାଫଳ ଘେଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
- ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡିର ବିଜୟ ନେଇ ଦେଲେ ସୂଚନା
- ବାଲେଶ୍ୱରରେ ସ୍ବରୂପ ଦାସ ୧୩,୩୫୧ ଭୋଟ ଅଧିକ ପାଇଛନ୍ତି
- ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୧୩,୩୫୧ ଭୋଟ ଅଧିକ ପାଇଛନ୍ତି
- Nov 10, 2020 10:10 IST
ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ
୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩,୩୧୦ ଭୋଟ୍ରେ ଆଗୁଆ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭,୮୬୭ ଭୋଟ୍, ବିଜେପିକୁ ୪,୫୫୭ ଓ କଂଗ୍ରେସକୁ ୧,୦୫୭ ଭୋଟ୍ ମିଳିଛି।
- Nov 10, 2020 09:37 IST
ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ବିଜେଡି ଆଗୁଆ
ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ବିଜେଡି ଆଗୁଆପ୍ରଥମ ରାଉଣ୍ଡରେ ବିଜେଡିକୁ ୩,୮୫୨ ଭୋଟ୍, ବିଜେପିକୁ ୨୭୭୪ ଓ କଂଗ୍ରେସକୁ ୪୪୨ ଭୋଟ୍ ମିଳିଛି।
- Nov 10, 2020 09:29 IST
ବାଲେଶ୍ୱର: ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ
ବାଲେଶ୍ୱର ବିଧାନସଭା ନିର୍ବାଚନ ଫଳାଫଳ: ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆପୋଷ୍ଟାଲ ବାଲାଟ ମୋଟ ଭୋଟ୍-୭୧୮୪ବିଜେଡିକୁ ୩,୪୨୭ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨,୮୧୨ ଭୋଟ୍ ମିଳିଛି।
- Nov 10, 2020 08:50 IST
କୋଭିଡ୍ କଟକଣା ଭିତରେ ଆରମ୍ଭ ହେଲା ଭୋଟ୍ ଗଣତି
ବାଲେଶ୍ୱର ସଦର, ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତି ଆରମ୍ଭ, କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ଭୋଟ୍ ଗଣତି #OdishaBypolls#VerdictWithOTV
— ଓଟିଭି (@otvkhabar) November 10, 2020
- Nov 10, 2020 08:31 IST
ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: ଆରମ୍ଭ ହେଲା ଭୋଟ୍ ଗଣତି
କିଏ ମାରିବ ବାଜି। ଓଡ଼ିଶାର ଦୁଇ ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)