Advertisment

ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ

author-image
Satyendu Shekher Mishra
ଅଦ୍ୟତନ ହୋଇଛି
New Update
Niladri Bije 2023 Live Updates

Niladri Bije Of Holy Trinity To Be Held Today

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ବର୍ଷ ସାରା ରତ୍ନ-ସିଂହାସନରେ ବସି ଦେଶଦୁନିଆର ଖବର ବୁଝୁଥିବା କାଳିଆ ସାଆନ୍ତ, ନଅ ଦିନ ପାଇଁ କ୍ଷେତ୍ର-ପରିଦର୍ଶନରେ ଯାଇଥିଲେ। ସବୁ ଲୀଳାଖେଳା ସାରି ଫେରବା ପରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ସମାପନ ହେବ। ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଏଇଠି ଶେଷ ହେବ ମହାପ୍ରଭୁଙ୍କ ଘୋଷଯାତ୍ରାର ମାନବୀୟ ଲୀଳା। ଲୀଳାମୟଙ୍କ ଏସବୁ ଅଲୌକିକ ଲୀଳାର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁ otvkhabar.in

Advertisment
  • Jul 01, 2023 22:33 IST

    ଘୋଷଯାତ୍ରାର ଅନ୍ତିମ ପର୍ବରେ ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

    ନବଦିନାତ୍ମକ ଯାତ୍ରା ଶେଷ ପରେ ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି ଶ୍ରୀଜିଉ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ । ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦୀ ମହୋତ୍ସବ ଲୀଳା ଭିଆଇ ବାହୁଡ଼ାଦଶମୀରେ ନୀଳାଦ୍ରିକୁ ଫେରିଛନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ନୀଳାଦ୍ରିବିହାରୀ ନୀଳାଦ୍ରୀଶ ନୀଳଶୈଳଶିରୋମଣି । ଅଧିକ ପଢ଼ନ୍ତୁ



  • Jul 01, 2023 22:32 IST

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ନୀତି । ମୁଣ୍ଡରେ ଟାହିଆ ବାନ୍ଧି ଝୁଲି ଝୁଲି ଆସୁଛି କାଳିଆ ସୁନା



  • Jul 01, 2023 22:32 IST

    ସେ ଦୁଃଖୀ ହେଉ ଅବା ସୁଖୀ । ସେ ଚକା ଆଖିକୁ ଦେଖିଦେଲେ ସଂସାରର ସମସ୍ତ ଦୁଃଖ ଦୂର ହୋଇଯାଏ



  • Jul 01, 2023 22:11 IST

    ସେହି ଚକା ଡୋଳା ପାଇଁ କେତେ ଯେ ଆକର୍ଷଣ । ସତେକି ସବୁ ଜନ ସମୁଦ୍ରର ସୃଷ୍ଟି ଓ ବିଲୟ ସେଇଠୁ



  • Jul 01, 2023 22:09 IST

    ସିଂହଦ୍ୱାର ଦେଇ ନୀଳାଦ୍ରି ବିଜେ କରିବେ ମହାପ୍ରଭୁ ଜଗନ୍ନାଥ । ଭକ୍ତି ରସରେ ଗଦଗଦ ଶ୍ରଦ୍ଧାଳୁ ।



  • Jul 01, 2023 22:05 IST

    କାଳିଆ ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ । କେତେ ଭକ୍ତ କେତେ ଆଡୁ ଆସିଛନ୍ତି ଏହି ଅପୂର୍ବ ଦୃଶ୍ୟକୁ ଦେଖିବାକୁ



  • Jul 01, 2023 22:01 IST

    ସେବକମାନେ ଶ୍ରୀଜଗନ୍ନାଥଙ୍କୁ ଧୀରେ ଧୀରେ ଆଣୁଛନ୍ତି । ଛତ୍ର ଚାମରରେ ଓହ୍ଲାଉଛନ୍ତି ମହାପ୍ରଭୁ



  • Jul 01, 2023 22:00 IST

    ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ



  • Jul 01, 2023 22:00 IST

    ଗୀତଗୋବିନ୍ଦ ଗାଉଛନ୍ତି ସେବାୟତ । ହେ ଚକାନୟନ, ଚଣ୍ଡାଳ ବ୍ରାହ୍ମଣ କରେ ସମାନ



  • Jul 01, 2023 21:59 IST

    ଗୁଣ୍ଡିଚା ଯାତ୍ରାରୁ ଫେରିବା ପରେ ନୀଳ କନ୍ଦରକୁ ବିଜେ କରୁଛନ୍ତି ଶ୍ରୀଜଗନ୍ନାଥ



  • Jul 01, 2023 21:59 IST

    ହେ ପଦ୍ମାଳୟା... ତୁମ ପାଇଁ ହୀରା ନୀଳା ଖଚିତ ପାଟ ଆଣିଛି



  • Jul 01, 2023 21:59 IST

    ଗୁଣ୍ଡିଚା ଯାତ୍ରାରୁ ନୀଳ କନ୍ଦରକୁ ବିଜେ କରୁଛନ୍ତି ତିନି ଠାକୁରଙ୍କ ଘର । ଆହା କି ପୂର୍ବ ଦୃଶ୍ୟ...



  • Jul 01, 2023 21:27 IST

    ଗୁଣ୍ଡିଚା ଯାତ୍ରାରୁ ଫେରିବା ପରେ ନୀଳ କନ୍ଦରକୁ ବିଜେ କରୁଛନ୍ତି ଦେବୀ ସୁଭଦ୍ରା



  • Jul 01, 2023 21:20 IST

    ଶ୍ରୀମନ୍ଦିରକୁ ବଡ଼ଭାଇଙ୍କ ବିଜେ ପରେ ଭଉଣୀ ସୁଭଦ୍ରାଙ୍କ ବିଜେ କରିବା ବେଳର ଦୃଶ୍ୟ

    May be an image of 1 person and crowdMay be an image of 1 person and crowdMay be an image of one or more people and crowd



  • Jul 01, 2023 21:20 IST

    ଏମାନେ ମହାପ୍ରଭୁଙ୍କ ସେବାୟତ, ମୁହଁରେ ଜୟ ଜଗଦୀଶ ହରେ



  • Jul 01, 2023 21:03 IST

    ମହାପ୍ରଭୁଙ୍କ ଆଗରେ ସେବାୟତ ଗାଇଲେ ଗୀତଗୋବିନ୍ଦ । ଭକ୍ତିଭାବର ନିଆରା ଦୃଶ୍ୟ



  • Jul 01, 2023 21:03 IST

    ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ସହ ଆଜି ସାରା ଓଡ଼ିଶାରେ ପାଳିତ ହୋଇଛି ରସଗୋଲା ଦିବସ



  • Jul 01, 2023 21:02 IST

    ଦଶବିଧ ସଂସ୍କାରରେ ଜଗନ୍ନାଥ, ଗୋଟି ପହଣ୍ଡିରେ ମହାବାହୁ



  • Jul 01, 2023 20:47 IST

    ପୁରୁଷୋତ୍ତମ କ୍ଷେତ୍ରରେ ଅପୂର୍ବ ଲୀଳା, ଦେଖନ୍ତୁ ମହାପ୍ରଭୁଙ୍କ ଅମ୍ଲାନ ବଦନ



  • Jul 01, 2023 20:46 IST

    ବଡ଼ଦାଣ୍ଡରେ ଜନସମୁଦ୍ର, ନୀଳାଦ୍ରି ବିଜେ କରୁଛନ୍ତି ମହାପ୍ରଭୁ



  • Jul 01, 2023 20:45 IST

    ଝୁଲିଝୁଲି ଆସିଲା କାଳିଆ... ଭକ୍ତଙ୍କ ମେଳରେ କରିଲା ଲୀଲା...

    May be an image of templeMay be an image of templeMay be an image of lighting, christmas tree, crowd and temple



  • Jul 01, 2023 20:45 IST

    ଅପେକ୍ଷାରେ କାଳିଆ.. କେତେବେଳେ ହେବ ମୋ ପହଣ୍ଡି?

    May be an image of 5 people and temple



  • Jul 01, 2023 20:44 IST

    ତାଳଧ୍ୱଜ ରଥର ଏପରି ନାମକରଣ କାହିଁକି ? ଲାଙ୍ଗଳଧାରୀ ବଳରାମ କିଏ ?



  • Jul 01, 2023 20:44 IST

    ସିଂହଦୁଆରେ ବଡଠାକୁର ବଳଭଦ୍ର, ନୀଳାଦ୍ରିରେ ପହଣ୍ଡି ଦର୍ଶନ



  • Jul 01, 2023 20:44 IST

    ଢଳି ଢଳି ଯାଉଛନ୍ତି ବଡଠାକୁର, ଅପୂର୍ବ ଦୃଶ୍ୟ



  • Jul 01, 2023 20:43 IST

    ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି, ଆସୁଛନ୍ତି ଠାଣୀରେ



  • Jul 01, 2023 20:04 IST

    ରାଘବ ଦାସ ମଠରୁ ଆସିଛି ବଡଠାକୁର ପିନ୍ଧିଥିବା ଏଇ ସୁନ୍ଦର ଟାହିଆ



  • Jul 01, 2023 20:04 IST

    ବଡଠାକୁରଙ୍କ ପହଣ୍ଡି, ଘଣ୍ଟୁଆ ଧାଡିକି ଧାଡି



  • Jul 01, 2023 20:03 IST

    ମହାପ୍ରଭୁଙ୍କ ଆଗରେ ସମରକଳା ପ୍ରଦର୍ଶନ, ପୁରୀର ନିଆରା ପରମ୍ପରା



  • Jul 01, 2023 20:02 IST

    କି ସୁନ୍ଦର ଟାହିଆ, ଶୋଭାପାଉଛି ମହାବାହୁଙ୍କ ମସ୍ତକରେ



  • Jul 01, 2023 19:41 IST

    ବାଇଶି ପାହାଚରେ ଥିବା ଯମଶିଳା କଣ ?



  • Jul 01, 2023 19:36 IST

    ଦର୍ପଦଳନ ରଥରେ କୁନି ସେବାୟତ



  • Jul 01, 2023 19:35 IST

    ଆକର୍ଷଣର କେନ୍ଦ୍ର ବିନ୍ଦୁ କାଳିଆ ସାଆନ୍ତ



  • Jul 01, 2023 19:24 IST

    ବଡ଼ଦାଣ୍ଡରେ ବୁଲିବୁଲି ଭଜନ ଗାନ କରୁଛନ୍ତି ବେତାର କଣ୍ଠଶିଳ୍ପୀ ଅଖିଳ ମଣ୍ଡା



  • Jul 01, 2023 19:23 IST

    ଆଗେ ଅବତରଣ ଲୀଳା ତା’ପରେ ଆରୋହଣ ଲୀଳା, ଏହା ହିଁ ଜୀବନ



  • Jul 01, 2023 19:23 IST

    ଆଗ ରାମକୃଷ୍ଣଙ୍କ ପହଣ୍ଡି, ଚାଲିଲେ ଆଗେ ଆଗେ



  • Jul 01, 2023 19:22 IST

    ରତ୍ନସିଂହାସନକୁ ବିଜେ କଲେ ବଡ଼ଭାଇ... ପଛେ ପଛେ ଆସୁଛନ୍ତି ଭଉଣୀ ସୁଭଦ୍ରା...

    May be an image of 5 people and templeMay be an image of 1 person and crowdMay be an image of crowd



  • Jul 01, 2023 19:22 IST

    ସେବା କଲେ ମୁଦିରଥ, ବାଜୁଥିଲା କାହାଳୀ



  • Jul 01, 2023 19:00 IST

    ଶ୍ରୀମନ୍ଦିର ସେବା ବ୍ୟବସ୍ଥାରେ ମୁଦିରଥ, ଗଲେ ଗୋଟିଏ ପରେ ଗୋଟିଏ ରଥକୁ



  • Jul 01, 2023 18:57 IST

    ନୀଳାଦ୍ରି ବିଜେ ଅବସରରେ ବିଭିନ୍ନ ଲୋକେ ପାଳନ କରୁଛନ୍ତି ରସଗୋଲା ଦିବସ



  • Jul 01, 2023 18:48 IST

    ଝୁରୁଛି ନନ୍ଦିଘୋଷ, ହସୁଛି ଶ୍ରୀମନ୍ଦିର... ଆଉ ମାତ୍ର କିଛି ସମୟର ଅପେକ୍ଷା... ସରିଯିବ ସମୟ, ରତ୍ନସିଂହାସନକୁ ଚାଲିଯିବେ ମହାବାହୁ...

    May be an image of templeMay be an image of temple and text



  • Jul 01, 2023 18:47 IST

    ରତ୍ନ ସିଂହାସନକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି



  • Jul 01, 2023 18:46 IST

    ପହଣ୍ଡି ପୂର୍ବରୁ ନିଆରା ଦୃଶ୍ୟ, ସବୁ କାଳିଆର ଲୀଳା



  • Jul 01, 2023 18:45 IST

    ମହାପ୍ରଭୁଙ୍କ ପତିତପାବନ ଯାତ୍ରା, ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ



  • Jul 01, 2023 18:45 IST

    ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡଧ୍ୱଜ...



  • Jul 01, 2023 18:44 IST

    ମଙ୍ଗଳ ପ୍ରଦାୟକ ସ୍ୱୟଂ ଜଗନ୍ନାଥ, ଥାଆନ୍ତି ଭକ୍ତଙ୍କ ହୃଦୟରେ



  • Jul 01, 2023 18:44 IST

    ତୋ ଆଖିରେ ମୋ ଆଖି ଥରେ ମିଶିଗଲା ପରେ... ଅଜାଣତରେ ଲୁହ ଝରିପଡ଼େ...

    May be an image of 5 people and crowd



  • Jul 01, 2023 18:43 IST

    ମଠବାଡ଼ିରୁ ଏଇ ସବୁ ଝୁଡ଼ିରେ ଆସିଛି ମହ୍ରାପ୍ରଭୁଙ୍କ ପାଖକୁ ଭୋଗ



  • Jul 01, 2023 18:43 IST

    ଜୟ ଜଗନ୍ନାଥ, ବିକଶିତ ବଦନଂ ରେବତୀ ପ୍ରାଣନାଥଂ



  • Jul 01, 2023 18:41 IST

    ଶ୍ରୀଜିଉଙ୍କ ନୀଳାଦ୍ରି ବିଜେର ଅପୂର୍ବ ଦୃଶ୍ୟ...ଦେଖନ୍ତୁ କିଛି ଝଲକ୍...

    ଚାଲିଛି ନୀଳାଦ୍ରିନାଥଙ୍କ ନିଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି ଶ୍ରୀଜିଉ। ନବଦିନର ଘୋଷଯାତ୍ରା ପରେ ଶ୍ରୀମନ୍ଦିର ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠାରୁ ଆରମ୍ଭ ହେବ ମହାବାହୁଙ୍କ ରତ୍ନସିଂହାସନ ଲୀଳା। ଦେଖନ୍ତୁ ଫଟୋ



Niladri Bije Ratha Jatra
Advertisment
Advertisment