/odishatv-khabar/media/post_attachments/uploadimage/library/16_9/16_9_0/Untitled-1-47_1625224476.jpg)
Untitled-1
ଜ୍ୟେଷ୍ଠ ମାସର ଗଣେଶ ଚତୁର୍ଥୀ ଜୁନ୍ ୧୪ ବା ସୋମବାର ପଡୁଛି। ଅମାବାସ୍ୟା ପରେ ପଡୁଥିବା ଶୁକ୍ଳ ପକ୍ଷର ଚତୁର୍ଥୀକୁ ବିନାୟକ ଚତୁର୍ଥୀ କୁହାଯାଏ। ଏହା ପ୍ରତି ମାସରେ ପଡ଼େ। ଏହି ଉପବାସ ଭଗବାନ ଗଣେଶଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ। ବ୍ରତରେ ଭକ୍ତମାନେ ଭଗବାନ ଗଣେଶଙ୍କୁ ପୂଜା କରନ୍ତି ଏବଂ ଉପବାସ ରଖନ୍ତି। ହିନ୍ଦୁ ଶାସ୍ତ୍ରରେ ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ ବୋଲି ବିବେଚନା କରାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ପ୍ରତି ମାସ ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ବିନାୟକ ଚତୁର୍ଥୀ ପଡେ।
ପୌରାଣିକ ବିଶ୍ୱାସ ଅନୁଯାୟୀ, ଯେଉଁ ଭକ୍ତ ଗଣେଶଙ୍କୁ ସଚା ମନରେ ଭକ୍ତି କରନ୍ତି, ବ୍ରତ ରଖନ୍ତି ଏବଂ ବିଧି ଅନୁଯାୟୀ ଗଣପତିଙ୍କୁ ପୂଜା କରନ୍ତି, ତାଙ୍କର ଇଚ୍ଛା ପୂରଣ ହୁଏ ଏବଂ ବିଘ୍ନହର୍ତାଙ୍କ ଆଶୀର୍ବାଦ ତାଙ୍କ ଉପରେ ସବୁଦିନ ପାଇଁ ରହିଥାଏ। ଏହିପରି ଲୋକଙ୍କ ପଥରେ ଆସୁଥିବା ଅସୁବିଧା ଏବଂ ବାଧା ନଷ୍ଟ ହୋଇଯାଏ। ତେବେ କରୋନା କାରଣରୁ ଚାଲିଥିବା ଲକଡାଉନ ନିୟମକୁ ମାନି ବ୍ରତ ରଖିବା ଜରୁରୀ।
ତେବେ ଆସନ୍ତୁ ଜାଣିନେବା ବିନାୟକ ଗଣେଶ ଚତୁର୍ଥୀ ବ୍ରତ ଏବଂ ଭଗବାନ ଗଣେଶଙ୍କର ଉପାସନା କରିବାର ଶୁଭ ସମୟ ଓ ପଦ୍ଧତି…
ବିନାୟକ ଗଣେଶ ଚତୁର୍ଥୀ ଶୁଭ ମୁହୂର୍ତ୍ତ :
ଜ୍ୟେଷ୍ଠ, ଶୁକ୍ଳ ଚତୁର୍ଥୀ ଆରମ୍ଭ – ୧୩ ଜୁନ୍ ୨୦୨୧, ରବିବାର ରାତି ୦୯:୪୦ରୁ।
ଜ୍ୟେଷ୍ଠ, ଶୁକ୍ଳ ଚତୁର୍ଥୀ ସମାପ୍ତ – ୧୪ ଜୁନ୍ ୨୦୨୧, ସୋମବାର ରାତି ୧୦.୩୪ ପର୍ଯ୍ୟନ୍ତ।
ବିନାୟକ ଗଣେଶ ଚତୁର୍ଥୀ ବ୍ରତ ପୂଜା ବିଧି :
ବିନାୟକ ଗଣେଶ ଚତୁର୍ଥୀ ବ୍ରତ ଦିନ, ବ୍ରାହ୍ମ ମୁହର୍ତ୍ତରେ ଉଠି ନିତ୍ୟକର୍ମ ପରେ ସ୍ନାନ କରିବା ଉଚିତ। ଏହା ପରେ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବାକୁ ହୁଏ। ପୂଜାଘର ସଫାକରିବା ପରେ ପ୍ରଭୁ ଗଣେଶଙ୍କୁ ପ୍ରଣାମ କରି ଧୂପ ଦେଇ ୨୧ ଦୂବ ଅର୍ପଣ କରି ବ୍ରତର ସଂକଳ୍ପ ନେବାକୁ ହୋଇଥାଏ।
ଅପରାହ୍ନ ପୂଜା ସମୟରେ, ନିଜର ସାମର୍ଥ୍ୟ ଅନୁଯାୟୀ ସୁନା, ରୂପା, ପିତ୍ତଳ, ତମ୍ବା କିମ୍ବା ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ସ୍ଥାପନ କରି ଷୋଡଶୋପାଚର ପୂଜା ଏବଂ ଶ୍ରୀଗଣେଶଙ୍କ ଆରତୀ କରିବା ଉଚିତ। ଶ୍ରୀଗଣେଶଙ୍କ ପ୍ରତିମାରେ ସିନ୍ଦୁର ଅର୍ପଣ କରି ‘ଓମ୍ ଗଣ ଗଣପତି ନମଃ’ ଜପ କରନ୍ତୁ। ଶ୍ରୀଗଣେଶଙ୍କୁ ୨୧ଟି ବୁନ୍ଦି ଲଡୁ ପ୍ରଦାନ କରିବା ସହିତ ଶ୍ରଗଣେଶ ସ୍ତୋତ୍ର, ଅଥର୍ବଶିର୍ଷ, ସଙ୍କଟନାସକ ଗଣେଶ ସ୍ତୋତ୍ର ପାଠ କରନ୍ତୁ।
ସନ୍ଧ୍ୟାରେ ଗଣେଶ ଚତୁର୍ଥୀ କଥା, ଗଣେଶ ସ୍ତୁତି, ଶ୍ରୀଗଣେଶ ସହସ୍ରନାମାବଳି, ଗଣେଶ ଚାଳିସା, ଗଣେଶ ପୁରାଣ ଇତ୍ୟାଦି ପଢନ୍ତୁ। ସଂକଟନାଶନ ଗଣେଶ ସ୍ତୋତ୍ର ପାଠ କରି ଶ୍ରୀଗଣେଶଙ୍କ ଆରତୀ କରନ୍ତୁ। ସନ୍ଧ୍ୟାରେ ଖାଦ୍ୟ ଗ୍ରହଣ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)