Advertisment

ନୂଆ ଘର କରୁଛନ୍ତି କି ? କେଉଁ ଦିଗକୁ ରଖିବେ ମୁଖ୍ୟ ଦ୍ୱାର

ଭାରତୀୟ ପରମ୍ପରା ହେଉଛି ଶାସ୍ତ୍ରୀୟ ପରମ୍ପରା। ଅନ୍ୟାନ୍ୟ ଶାସ୍ତ୍ର ମଧ୍ୟରେ ବାସ୍ତୁଶାସ୍ତ୍ର ମଧ୍ୟ ଗୋଟିଏ ପ୍ରମୁଖ ଅଂଶ। ଗୃହ ନିର୍ମାଣର ନୀତି ନିୟମ ଏହି ଶାସ୍ତ୍ରରୁ ଜଣାଯାଏ। ଏ ସବୁର ଉପଲବ୍ଧି ଅନେକ ବାସ୍ତୁଶାସ୍ତ୍ରରେ ରହିଛି। ଭବନ ଭାସ୍କର ଓ ବିଶ୍ୱକର୍ମା ପ୍ରକାଶ ସେଥି ମଧ୍ୟରୁ ଅନ୍ୟତମ। ବାସ୍ତୁ ଅନୁସାରେ ଗୋଟେ ଆଦର୍ଶ ଗୃହର ମୁଖ୍ୟ ଦ୍ୱାର କେବଳ ପୂର୍ବ ବା ଉତ୍ତର ଦିଗରେ ହେବା ଉଚିତ। ଘରର ନିମ୍ନଭାଗ ପୂର୍ବ, ଉତ୍ତର ବା ପୂର୍ବ-ଉତ୍ତର(ଐଶାନ କୋଣ)ରେ […]

author-image
Pramod Behera
ନୂଆ ଘର କରୁଛନ୍ତି କି ? କେଉଁ ଦିଗକୁ ରଖିବେ ମୁଖ୍ୟ ଦ୍ୱାର

vastu (2)

ଭାରତୀୟ ପରମ୍ପରା ହେଉଛି ଶାସ୍ତ୍ରୀୟ ପରମ୍ପରା। ଅନ୍ୟାନ୍ୟ ଶାସ୍ତ୍ର ମଧ୍ୟରେ ବାସ୍ତୁଶାସ୍ତ୍ର ମଧ୍ୟ ଗୋଟିଏ ପ୍ରମୁଖ ଅଂଶ। ଗୃହ ନିର୍ମାଣର ନୀତି ନିୟମ ଏହି ଶାସ୍ତ୍ରରୁ ଜଣାଯାଏ। ଏ ସବୁର ଉପଲବ୍ଧି ଅନେକ ବାସ୍ତୁଶାସ୍ତ୍ରରେ ରହିଛି। ଭବନ ଭାସ୍କର ଓ ବିଶ୍ୱକର୍ମା ପ୍ରକାଶ ସେଥି ମଧ୍ୟରୁ ଅନ୍ୟତମ। ବାସ୍ତୁ ଅନୁସାରେ ଗୋଟେ ଆଦର୍ଶ ଗୃହର ମୁଖ୍ୟ ଦ୍ୱାର କେବଳ ପୂର୍ବ ବା ଉତ୍ତର ଦିଗରେ ହେବା ଉଚିତ। ଘରର ନିମ୍ନଭାଗ ପୂର୍ବ, ଉତ୍ତର ବା ପୂର୍ବ-ଉତ୍ତର(ଐଶାନ କୋଣ)ରେ ହେବା ଶୁଭଙ୍କର। ସେହିପରି ଘରର ଶୟନ କକ୍ଷ, ହଲ୍, ରୋଷେଇ ଘର, ସ୍ନାନ ଘର ଆଦି ସ୍ୱତନ୍ତ୍ର ଦିଗରେ ହେବା ଦରକାର। ଏଭଳି ହେଲେ ଘରର ବାସ୍ତୁଦୋଷ ରୁହେନି ଏବଂ ଲୋକେ ସେହି ଘରେ ଖୁସୀରେ ଜୀବନଯାପନ କରନ୍ତି।

Advertisment

ପୂର୍ବ ଦିଗ:

publive-image

ପୂର୍ବ ହେଉଛି ସୂର୍ଯ୍ୟ ଉଦୟର ଦିଗ। ଏହି ଦିଗରୁ ସକରାତ୍ମକ ବା ଉର୍ଜାବାନ କିରଣ ଘରକୁ ପ୍ରବେଶ କରିଥାଏ। ଯଦି ଘରର ମୁଖ୍ୟ ଦ୍ୱାର ଏହି ଦିଗରେ ହୁଏ ତେବେ ବହୁତ ଭଲ। ଝରକା ମଧ୍ୟ ଏହି ଦିଗରେ ରହିପାରେ।

ପଶ୍ଚିମ ଦିଗ:

publive-image

ରୋଷେଇ ଘର ଓ ଶୌଚ୍ଚାଳୟ ପଶ୍ଚିମ ଦିଗରେ ହେବା ଉଚିତ। କିନ୍ତୁ ରୋଷେଇ ଘର ଓ ଶୌଚ୍ଚାଳୟ ଯେପରି ପାଖାପାଖି ନ ହୁଏ ସେଥିପ୍ରତି ଧ୍ୟାନଦେବା ଜରୁରୀ।

Advertisment

ଉତ୍ତର ଦିଗ:

publive-image
ଉତ୍ତର ଦିଗରେ ସବୁଠାରୁ ଅଧିକ ଝରକା ଓ ଦ୍ୱାର ହେବା ଉଚିତ। ଘରର ବାଲ୍‌କୋନୀ ଓ ୱାସ ବେସିନ ମଧ୍ୟ ଏହି ଦିଗରେ ହୋଇଥାଏ। ଯଦି ମୁଖ୍ୟ ଦ୍ୱାର ଏ ଦିଗରେ ହୁଏ ତେବେ ଖୁବ ଭଲ।

ଦକ୍ଷିଣ ଦିଗ:

publive-image

ଦକ୍ଷିଣ ଦିଗରେ କୌଣସି ପ୍ରକାର ଦ୍ୱାର, ଶୌଚ୍ଚାଳୟ ଆଦି ନ ହେବା ଦରକାର। ଘରର ଏହି ସ୍ଥାନରେ କେବଳ ଭାରି ଜିନିଷ ହିଁ ରଖିପାରିବେ। ଯଦି ଏହି ଦିଗରେ ଦ୍ୱାର ବା ଝରକା ରୁହେ ତେବେ ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିବ। ଅମ୍ଳଯାନର ସ୍ତର ହ୍ରାସ ପାଇଯିବ। ଏହା ଦ୍ୱାରା ଘରେ କ୍ଳେଶ ବୃଦ୍ଧି ପାଇବ।

ଉତ୍ତର-ପୂର୍ବ ଦିଗ:

publive-image

ଉତ୍ତର-ପୂର୍ବ ଦିଗକୁ ଐଶାନ କୋଣ କୁହାଯାଏ। ଏହା ଜଳର ସ୍ଥାନ। ଏହି ଦିଗରେ ବୋରିଂ, ସ୍ୱିମିଙ୍ଗ ପୁଲ୍, ପୂଜାସ୍ଥଳ ଆଦି ହେବା ଉଚିତ। ଏ ଦିଗରେ ମଧ୍ୟ ମୁଖ୍ୟ ଦ୍ୱାର ହେଲେ ଭଲ।

ଉତ୍ତର-ପଶ୍ଚିମ ଦିଗ:

publive-image
ଏହାକୁ ବାୟୁ କୋଣ କୁହାଯାଏ। ଏହି ଦିଗରେ ଶୟନକକ୍ଷ, ଗ୍ୟାରେଜ୍, ଗୋଶାଳା ଆଦି ହେବା ଦରକାର।

ଦକ୍ଷିଣ-ପୂର୍ବ ଦିଗ:

publive-image

ଏହାକୁ ଘରର ଅଗ୍ନି କୋଣ କୁହାଯାଏ। ଏହା ଅଗ୍ନି ତତ୍ତ୍ୱର ଦିଗ। ଏହି ଦିଗରେ ଗ୍ୟାସ୍, ଟ୍ରାନ୍ସଫର୍ମର, ବାଷ୍ପିତ ଯନ୍ତ୍ର ଆଦି ରହିବା ଦରକାର।

ଦକ୍ଷିଣ-ପଶ୍ଚିମ ଦିଗ:

publive-image

ଦକ୍ଷିଣ-ପଶ୍ଚିମ ଦିଗକୁ ନୈରୁତ କୋଣ କୁହାଯାଏ। ଏହି ଦିଗରେ ଝରକା, କବାଟ ଆଦି ବିଲକୁଲ ନ ହେବା ଉଚିତ। ଘରର ମୁଖିଆଙ୍କ କୋଠରୀ ଏହି ଦିଗରେ ହୋଇପାରେ। କ୍ୟାସ କାଉଣ୍ଟର, ବିଭିନ୍ନ ମେସିନ ଆଦି ଏହି ଦିଗରେ ରଖାଯାଇପାରେ।

ଘରର ବଗିଚା:

publive-image

ଘରରେ ବଗିଚା ନାହିଁ ତ ସେ ଘର ସମ୍ପୂର୍ଣ୍ଣ ନୁହେଁ। ଘରର ସମ୍ମୁଖରେ ହେଉ ବା ପଶ୍ଚାତ ଭାଗରେ ଛୋଟ ବା ବଡ଼ ଅଗଣାଟିଏ ରହିବା ନିହାତି ଶୁଭ। ଏହି ଅଗଣାରେ ତୁଳସୀ, କମଳା, ଜାମୁ, ନିମ, ଅଁଳା ଆଦି ସହିତ ସକାରାତ୍ମକ ଉର୍ଜା ପ୍ରଦାନ କଲା ଭଳି ଫୁଲ ଗଛ ମଧ୍ୟ ଲଗାଇ ପାରିବେ।

Advertisment
Advertisment