Advertisment

ଘରେ ରଖନ୍ତୁ ନାହିଁ ଏହି ଜିନିଷ; ନକରାତ୍ମକତା ଆଣେ

ବାସ୍ତୁଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଘର ଭିତରେ ଶୁଭ ଆଣୁଥିବା ବେଳେ କିଛି ଜିନିଷ ହେତୁ ଘରେ ନକାରାତ୍ମକ ଶକ୍ତି ବଢି ପାରିବାରିକ କଳହ, ଋଣ ବୃଦ୍ଧି, ଆର୍ଥିକ ସଙ୍କଟ ଇତ୍ୟାଦି ସାମ୍ନା କରିବାକୁ ପଡେ। ଯଦି ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଓ ଏଥିରୁ ମୁକୁଳିବାର କୌଣସି ଉପାୟ ନ ମିଳେ ତା’ହେଲେ ତୁମ ଘରେ ପଡ଼ିଥିବା ଜିନିଷ ଉପରେ ନଜର ପକେଇବାକୁ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
ଘରେ ରଖନ୍ତୁ ନାହିଁ ଏହି ଜିନିଷ; ନକରାତ୍ମକତା ଆଣେ

ଅନେକ ଥର ଏମିତି ହୁଏ ଯେ ଆମେ ଶତ ପ୍ରତିଶତ କାମକରି ବି ଆମର ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇ ନାହୁଁ। ସେହିପରି ଗୋଟେ ଗୋଟେ ଛୋଟ ବସ୍ତୁରୁ ବି ବାଧାଆସିବା ଆରମ୍ଭକରେ ଏବଂ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ବାସ୍ତୁଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଘର ଭିତରେ ଶୁଭ ଆଣୁଥିବା ବେଳେ କିଛି ଜିନିଷ ହେତୁ ଘରେ ନକାରାତ୍ମକ ଶକ୍ତି ବଢି ପାରିବାରିକ କଳହ, ଋଣ ବୃଦ୍ଧି, ଆର୍ଥିକ ସଙ୍କଟ ଇତ୍ୟାଦି ସାମ୍ନା କରିବାକୁ ପଡେ। ଯଦି ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଓ ଏଥିରୁ ମୁକୁଳିବାର କୌଣସି ଉପାୟ ନ ମିଳେ ତା’ହେଲେ ତୁମ ଘରେ ପଡ଼ିଥିବା ଜିନିଷ ଉପରେ ନଜର ପକେଇବାକୁ ହେବ।

Advertisment

ମନେରଖନ୍ତୁ ଯେ ଘର ଭିତରେ ପଡ଼ିଥିବା କିଛି ଅଦରକାରୀ ଜିନିଷ ନକାରାତ୍ମକତା ବିସ୍ତାର କରିଥାଏ। ଯଦି କୌଣସି କାର୍ଯ୍ୟରେ ନିରନ୍ତର ପ୍ରୟାସ ପରେ ମଧ୍ୟ ତୁମେ ଅସଫଳ ହେଉଛ ଓ ନିରାଶାରେ ରହିଛ, ତେବେ ଏହା ସୂଚାଉଛି ଯେ ତୁମ ଘରେ କୌଣସି ବାସ୍ତୁ ଦୋଷ ରହିଛି। ତେବେ ଆସନ୍ତୁ ସେଭଳି କିଛି ଜିନିଷ ବିଷୟତେ ଜାଣିନେବା ଯାହାକୁ ଘରେ ରଖିବା ଅନୁଚିତ।

ଆମେ ଅସୁସ୍ଥ ଥିବାବେଳେ ଅନେକ ଔଷଧ ଖାଇଥାଉ। ଭଲ ହେବା ପରେ ମଧ୍ୟ ଅନେକ ପ୍ରକାରର ଔଷଧ ବଳିପଡେ ଓ ସେଗୁଡିକ ଘରେ ପଡ଼ିରହେ। ଏସବୁକୁ ଫୋପାଡିଦେବା ଉଚିତ। ଅଦରକାରୀ ଔଷଧ ରୋଗ ବଢାଇଥାଏ ବୋଲି ବିଶ୍ୱାସ କରାଯାଏ।

Advertisment
publive-image
Source : The New York Times

ଵାସ୍ତୁଶାସ୍ତ୍ର ଅନୁଯାୟୀ, ବୁଡ଼ି ଯାଉଥିବା ଜାହାଜ ଇତ୍ୟାଦିର ଚିତ୍ର ଘରେ ରଖିବା ଉଚିତ୍ ନୁହେଁ। ସେସବୁକୁ ନିରାଶାର ପ୍ରତୀକଭାବେ ବିବେଚନା କରାଯାଏ। ତେଣୁ, ଏହିପରି ଚିତ୍ରଗୁଡ଼ିକୁ ଘରର ସାଜସଜ୍ଜାରେ ରଖିବାକୁ ଦିଅନ୍ତୁ ନାହିଁ। ଏହିପରି ଫଟୋ, ଚିତ୍ରଗୁଡ଼ିକ ମନରେ ନକାରାତ୍ମକ ଚିନ୍ତାଧାରା ବଢାଇପାରେ ଓ ନିରାଶା ସୃଷ୍ଟି କରିପାରେ।

publive-image
Source : Printerest

ପୁଣି ବାସ୍ତୁଶାସ୍ତ୍ର କୁହେ ଯେ ଯେଉଁ ଘରେ ଭଙ୍ଗା ମୂର୍ତ୍ତି ବା ଅନ୍ୟାନ୍ୟ ଜିନିଷ ଅଛି, ସେଠାରେ ସୁଖ ଓ ଶାନ୍ତି ରୁହେ ନାହିଁ। ବାସ୍ତୁଶାସ୍ତ୍ର ବ୍ୟତୀତ ଏହାକୁ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏକ ଅଶୁଭ ଲକ୍ଷଣ ଭାବରେ ବିବେଚନା କରାଯାଏ। ଏହା ହେଲେ ଗୃହର ସଦସ୍ୟମାନଙ୍କ ଦୁର୍ଭାଗ୍ୟ ଆରମ୍ଭ ହୁଏ।

ସର୍ବଦା ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଜରୁରୀ ବୋଲି ବାସ୍ତୁଶାସ୍ତ୍ର କୁହେ। ବିଶ୍ୱାସ କରାଯାଏ ଯେ ଯଦି ଘରେ ମଇଳା ଥାଏ, ତେବେ ନକାରାତ୍ମକ ଶକ୍ତି ଘର ଆଡକୁ ଆକର୍ଷିତ ହୋଇଥାଏ। ଯେଉଁଘରେ ଆବର୍ଜନା ଥାଏ ସେଠାକୁ ମାତା ଆଗମନ ହୁଏ ନାହିଁ।

publive-image
source : Printerrest

ବାସ୍ତୁଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାରେ ଘରେ ଅନ୍ଧକାର ରଖିବା ଉଚିତ୍ ନୁହେଁ ବୋଲି ଶାସ୍ତୁଶାସ୍ତ୍ର ବିଚାର କରେ। ବିଶ୍ୱାସ କରାଯାଏ ଯେ, ଘର ଭିତରେ ଯେତେ ଅଧିକ ଆଲୋକ, ସେତେ ଅଧିକ ସକାରାତ୍ମକତା ଆସେ। ଘରେ ଆଲୋକର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବା ଉଚିତ। କୌଣସି ଅଂଶରେ ଅନ୍ଧକାର ରହିବା ଉଚିତ ନୁହେଁ।

Advertisment
Advertisment