ପ୍ରତ୍ୟେକ ହିନ୍ଦୁ ଘରେ କିଛି ଥାଉ କି ନ ଥାଉ ଛୋଟ ଠାକୁର ଘରଟେ ବା ମନ୍ଦିରଟିଏ ନିଶ୍ଚିତ ଥିବ। ଏହି ଯାଗାରେ ବସି ଆମର ସବୁ ଦୁଖ ଓ ଦୁର୍ଦ୍ଦଶାକୁ ଆମେ ଭୁଲିଯାଇଥାଉ। ଏହିଠାରୁ ହିଁ ପୂରା ଘରେ କୃପାର ବର୍ଷା ହୋଇଥାଏ। ପୂଜା ସ୍ଥଳରେ କିଛି ସ୍ୱତନ୍ତ୍ର ଜିନିଷ ରଖିଲେ ସର୍ବଦା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ସେଭଳି କିଛି ଜିନିଷ ବିଷୟରେ ଜାଣିନେବା।
ମୟୂର ପର:
ଗଙ୍ଗାଜଳ:
ହିନ୍ଦୁଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ପ୍ରାୟ ସମସ୍ତଙ୍କ ପୂଜା ଘରେ ଗଙ୍ଗାଜଳ ରଖାଯାଏ। ଏହା ବିଶ୍ୱାସ ରହିଛି ଯେ ମନ୍ଦିରରେ ଗଙ୍ଗାଜଳ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ହୋଇଥାଏ। ତେଣୁ ଘରେ ପୂଜାସ୍ଥଳରେ ଯଦି ଆପଣମାନେ କୌଣସି ଚାନ୍ଦି ବା ପିତଳ ପାତ୍ରରେ ଗଙ୍ଗାଜଳ ରଖୁଛନ୍ତି ତେବେ ଘରେ ସୁଖ-ଶାନ୍ତି ଖେଳିଯାଏ।
ଶଙ୍ଖ:
ଘରର ପୂଜାସ୍ଥଳରେ ଶଙ୍ଖ ରଖିବା ଜରୁରୀ। ଏହାଦ୍ୱାରା ଘରର ପରିବେଶ ସୁଦ୍ଧ ରହିବା ସହ ସର୍ବଦା ସକାରାତ୍ନକତା ଦେଖାଯାଏ ବୋଲି ବିଶ୍ୱାସ ରହିଛି। ଶଙ୍ଖ ଧ୍ୱନି ସୁଖ-ଶାନ୍ତି ପ୍ରଦାନ କରେ। ବିଶ୍ୱାସ ରହିଛି ଯେ ଦକ୍ଷିଣାବର୍ତ୍ତି ଶଙ୍ଖ ରଖିବା ଦ୍ୱାରା ଶୁଭ ପରିଣାମ ମିଳିଥାଏ।
ଶାଳଗ୍ରାମ:
ପୂଜାସ୍ଥଳରେ ଶାଳଗ୍ରାମ ରଖିବା ବହୁତ ଶୁଭ ବୋଲି ଧରାଯାଏ। ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ବିଶ୍ୱାସ ରହିଛି। ପୂଜାସ୍ଥଳରେ ଶାଳଗ୍ରାମ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ମିଳେ ଏବଂ ଜୀବନରେ କେବେ ବି ଆର୍ଥିକ ସଂକଟ ଦେଖାଯାଏନି।
ଗୋମୂତ୍ର:
ହିନ୍ଦୁ ଧର୍ମ ଅନୁସାରେ ଗୋମୂତ୍ରକୁ ମଧ୍ୟ ପବିତ୍ର ବୋଲି ଧରାଯାଏ। ଏହା ବିଶ୍ୱାସ ରହିଛି ଯେ ଘରେ ଗୋମୂତ୍ର ରଖିଲେ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଦେବୀ ଦେବତାଙ୍କ ଆଶୀର୍ବାଦର ବର୍ଷା ହୋଇଥାଏ।