/odishatv-khabar/media/post_attachments/uploadimage/library/16_9/16_9_0/KADHA-HERBAL_1626692022.jpg)
KADHA-HERBAL
ବର୍ଷା ଦିନେ ଅନେକ ପ୍ରକାର ସଙ୍କ୍ରମଣ ହେବା ସହ ଥଣ୍ଡା, କାଶ ସର୍ଦ୍ଦି ଇତ୍ୟାଦି ଲାଗି ରହିଥାଏ। ଏହାର ଏକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଆପଣ ସୁସ୍ଥ ରହିବା ସହ ବର୍ଷା ଦିନେ ହେଉଥିବା ସଂକ୍ରମଣଠାରୁ ଦୂରେଇ ରହିପାରିବେ।
କାଢ଼ା ଏକ ଉପକାରୀ ପାନୀୟ। ପାଣିରେ ଅନେକ ପ୍ରକାର ଭାରତୀୟ ମସଲା ଓ ଜଡ଼ିବୁଟିକୁ ଫୁଟାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହା ଆମ ସ୍ୱାସ୍ଥ୍ୟପକ୍ଷେ ଅନେକ ଉପକାରୀ ହୋବା ସହ ଔଷଧ ଭଳି କାମ ଦେଇଥାଏ।
ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ତିଆରି କରିବେ ?
ଆବଶ୍ୟକୀୟ ଉପକରଣ
୧.ପାଣି- ଏକ ଗ୍ଲାସ୍
୨. ଚିନି-୧ ଚାମଚ
୩.ଗୋଲ ମରିଚ ଗୁଣ୍ଡ -୧ ଛୋଟ ଚାମଚ
୪. ଅଦା ଛେଚା -୧ ଚାମଚ
୫. ଦେଶୀ ଘିଅ- ୧ ଚାମଚ
୬. ଲବଙ୍ଗ- ୧ରୁ ୨ଟି
୭. ୧୦ରୁ ୧୨ଟି ତୁଳସୀ ପତ୍ର
୮. ସୈନ୍ଧବ ଲବଣ (ଆବଶ୍ୟକତା ଅନୁଯାୟୀ)
୯. ଗୋଟିଏ ବା ଦୁଇଟି ତେଜପତ୍ର
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଘିଅକୁ ଗରମ କରି ସେଥିରେ ଲବଙ୍ଗ, ଗୋଲ ମରିଚ, ୫/୬ଟି ତୁଳସୀ ପତ୍ର, ତେଜପତ୍ର ମିଶାନ୍ତୁ। ତା’ ପରେ ସେଥିରେ ପାଣି ଓ ଚିନି ପକାନ୍ତୁ। ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କମ୍ ନିଆଁରେ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଗୋଳାନ୍ତୁ। ତା’ପରେ ସେଥିରେ ଆଉ ୫/୬ଟି ତୁଳସୀ ପତ୍ର ପକାଇ ଆଉ୨ମିନିଟ୍ ପର୍ଯ୍ୟନ୍ତ ନିଆଁରେ ଫୁଟାନ୍ତୁ। ଏହା ପରେ ପ୍ରସ୍ତୁତ ହୋଇଯିବ ହର୍ବାଲ କାଢ଼ା । ଏହାକୁ ଅଧିକ ସ୍ୱାଦିଷ୍ଟ କରିବାକୁ ସାମାନ୍ୟ ଲେମ୍ବୁ ଚିପୁଡ଼ିପାରିବେ।
/odishatv-khabar/media/post_attachments/wp-content/uploads/2018/07/KADHA-HERBAL-2.jpg)
କାଢ଼ା ଦିନକୁ ଦୁଇଥର ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ବର୍ଷାଦିନେ ହେଉଥିବା ଥଣ୍ଡା ସର୍ଦ୍ଦିକୁ ରୋକିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିବ। ତୁଳସୀ, ଗୋଲମରିଚ, ଲବଙ୍ଗ ଓ ତେଜପତ୍ର କଫ ନାଶକ ହୋଇଥିବାରୁ ଆପଣ ଏହାକୁ ପିଇଲେ ତୁରନ୍ତ ଆରାମ ଅନୁଭବ କରିବେ। ଚା’ ପିଇଲେ ଆପଣଙ୍କର କ୍ଷତି ହୋଇପାରେ, କିନ୍ତୁ କାଢ଼ା ସଂପୂର୍ଣ୍ଣ ନିରାପଦ ଓ ଆପଣଙ୍କୁ ଅଧିକ ସକ୍ରିୟ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)