/odishatv-khabar/media/post_attachments/uploadimage/library/16_9/16_9_0/corn-chat_1626692455.jpg)
corn chat
ବର୍ଷା ଦିନେ ବର୍ଷାକୁ ମନଭରି ଉପଭୋଗ କରିବା ସହ କିଛି ଚଟ୍ପଟା ଜିନିଷ ଖାଇବା ସମସ୍ତଙ୍କୁ ପସନ୍ଦ। ତେଣୁ ଚଟ୍ପଟା ମକା ଚାଟ୍ ତିଆରି କରି ଏହାର ମଜା ନିଅନ୍ତୁ।
ଆବଶ୍ୟକୀୟ ସାମଗ୍ରୀ: ମିଠା ମକା, ତେଲ, କର୍ଣ୍ଣଫ୍ଲୋର୍, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଳ୍ପ ପାଣିରେ ଲୁଣ ପକାଇ ମକାକୁ ସିଝାଇ ଏହାକୁ ଛାଣି ରଖନ୍ତୁ। ମକା ଥଣ୍ଡା ହୋଇଗଲା ପରେ ସେଥିରେ କର୍ଣ୍ଣଫ୍ଲୋର୍, ଚାଟ୍ ମସଲା, ଲଙ୍କା ଗୁଣ୍ଡ, ଜିରା ପାଉଡ଼ର, ଗୋଲମରିଚ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏକ ପାତ୍ରରେ ତେଲ ଗରମ କରି ମସଲା ମିଶା ଯାଇଥିବା ମକାକୁ ଡିପ୍ ଫ୍ରାଏ କରନ୍ତୁ। ଛାଣି ସାରିଲା ପରେ ଏହାକୁ ଏକ ଟିସୁ ପେପର୍ରେ ରଖନ୍ତୁ। ଫଳରେ ତେଲ ସବୁ ଛାଣି ହୋଇଯିବ। ସେଥିରେ ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, କଞ୍ଚା ଲଙ୍କା, ଜିରା ପାଉଡ଼ର, ଚାଟ୍ ମସଲା, ଧନିଆ ପତ୍ର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମକା ଚାର୍ଟର ମଜା ନିଅନ୍ତୁ। ଯଦି ଏହି ଚାଟ୍କୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ ଏଥିରେ ପିଆଜ କଟା, ଟମାଟୋ ମଧ୍ୟ ପକାଇ ପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)