Advertisment

‘ସ୍ୱିଟି ଚିକେନ୍‌’: How to make Sweety Chicken

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍‌ ଲେଗ୍‌ ପିସ୍‌, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ। How to make Sweety Chicken ପ୍ରସ୍ତୁତି ପ୍ରଣାଳୀ : ‘ସ୍ୱିଟି ଚିକେନ୍‌’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା, ଭଜା ପିଆଜ ଓ ଆଲମଣ୍ଡକୁ ବାଟି ରଖନ୍ତୁ। […]

ଅଦ୍ୟତନ ହୋଇଛି
‘ସ୍ୱିଟି ଚିକେନ୍‌’: How to make Sweety Chicken

sweety chicken

Advertisment

ଆବଶ୍ୟକୀୟସାମଗ୍ରୀ:

ଚିକେନ୍‌ ଲେଗ୍‌ ପିସ୍‌, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ।

Advertisment

How to make Sweety Chicken

ପ୍ରସ୍ତୁତିପ୍ରଣାଳୀ:

‘ସ୍ୱିଟି ଚିକେନ୍‌’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା, ଭଜା ପିଆଜ ଓ ଆଲମଣ୍ଡକୁ ବାଟି ରଖନ୍ତୁ। ଚିକେନର ଲେଗ୍‌ ପିସ୍‌କୁ ଭଲ ଭାବରେ ଧୋଇ ସେଥିରେ ଦହି, ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, ଆଗରୁ ପ୍ରସ୍ତୁତ ହୋଇଥିବା ପୋଦିନା ପେଷ୍ଟ ଓ ଲେମ୍ୱୁ ରସ ପକାଇ ଭଲ ଭାବରେ ମ୍ୟାରିନେଟ୍‌ କରନ୍ତୁ।

ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଡାଲଚିନି, ଜୀରା ଓ ଲବଙ୍ଗ ଆଦି ଶୁଖିଲା ମଲସା ଏବଂ କଟା ପିଆଜ ପକାଇ ଭଲ ଭାବରେ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇଯିବା ପରେ ମ୍ୟାରିନେଟ୍‌ ଚିକେନ୍‌କୁ ପକାଇ ସେଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ।

Advertisment

ଆହୁରି ପଢ଼ନ୍ତୁ: ଦେଶୀ କୁକୁଡା ପତ୍ର ପୋଡା ପ୍ରସ୍ତୁତିପ୍ରଣାଳୀ

୫ ରୁ ୭ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଭଲ ଭାବରେ ଗୋଳାଇ ପୁଣି ଘୋଡ଼ଣୀ ଢ଼ାଙ୍କି ଦିଅନ୍ତୁ। ଚିକେନ୍ ସିଝି ଯିବା ପରେ କଡ଼େଇକୁ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ସ୍ୱିଟି ଚିକେନ୍‌’। ଏହାକୁ ଗରମ ଗରମ ପରଷନ୍ତୁ।

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ