Advertisment

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’ | Shahi Parwal Without Onion & Garlic

ଭୁବନେଶ୍ୱର: ପୋଟଳରେ ବିଭିନ୍ନ ପ୍ରକାର ଆଇଟମ୍‌ କରି ଖାଇବାକୁ ପସନ୍ଦ କରିଥାଉ। ପୋଟଳର ସବୁ ଆଇଟମ୍ ସମସ୍ତଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ତେବେ ବିନା ପିଆଜ ରସୁଣରେ ପୋଟଳ ତରକାରି ଭଲ ଲାଗିବ ନାହିଁ ବୋଲି ଭାବି ସବୁବେଳେ ବିଭିନ୍ନ ପ୍ରକାର ମସଲା ପକାଇ ତିଆରି କରିଥାଉ। ଆଜି କିନ୍ତୁ ଆମେ ଆପଣଙ୍କୁ ବିନା ପିଆଜ ରସୁଣରେ ସାହି ପୋଟଳ ପ୍ରସ୍ତୁତ କରିବା ଶିଖାଇବୁ। ଯାହାକୁ ଥରେ ଖାଇଲେ ଆପଣଙ୍କୁ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହି ସାହି […]

author-image
Rajalaxmi Sahoo
ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’ | Shahi Parwal Without Onion & Garlic

shahi parwal in odia

ଭୁବନେଶ୍ୱର: ପୋଟଳରେ ବିଭିନ୍ନ ପ୍ରକାର ଆଇଟମ୍‌ କରି ଖାଇବାକୁ ପସନ୍ଦ କରିଥାଉ। ପୋଟଳର ସବୁ ଆଇଟମ୍ ସମସ୍ତଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ତେବେ ବିନା ପିଆଜ ରସୁଣରେ ପୋଟଳ ତରକାରି ଭଲ ଲାଗିବ ନାହିଁ ବୋଲି ଭାବି ସବୁବେଳେ ବିଭିନ୍ନ ପ୍ରକାର ମସଲା ପକାଇ ତିଆରି କରିଥାଉ।

Advertisment

ଆଜି କିନ୍ତୁ ଆମେ ଆପଣଙ୍କୁ ବିନା ପିଆଜ ରସୁଣରେ ସାହି ପୋଟଳ ପ୍ରସ୍ତୁତ କରିବା ଶିଖାଇବୁ। ଯାହାକୁ ଥରେ ଖାଇଲେ ଆପଣଙ୍କୁ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହି ସାହି ପୋଟଳ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ।

Shahi Parwal Recipe Without Onion & Garlic

ଆବଶ୍ୟକ ସାମଗ୍ରୀ...

ଚୋପା ଛଡ଼ା ହୋଇଥିବା ପୋଟଳ, ସୋରିଷ ତେଲ, ଟମାଟୋ, ଅଦା, କ୍ଷୀର, କାଜୁ, କଞ୍ଚା ଲଙ୍କା, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା, ପାଣି, ଲୁଣ, ଚିନି, ଗରମ ମସଲା ଏବଂ କଟା ଧନିଆ ପତ୍ର।

Advertisment

ପ୍ରସ୍ତୁତି ପ୍ରଣାଳୀ....

ପ୍ରଥରେ ଗ୍ୟାସ୍‌ରେ ଏକ କଡ଼େଇ ବସାଇ ସେଥିରେ ସୋରିଷ ତେଲ ଗରମ କରନ୍ତୁ। ଏହାପରେ ଚୋପା ଛଡ଼ା ହୋଇଥିବା ଗୋଟା ପୋଟଳ ପକାଇ ଭାଜନ୍ତୁ। ପୋଟଳ ସିଝିକି ଟିକେ ଭାଜି ହୋଇଗଲେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏବେ ଏହାର ଗ୍ରେଭି ତିଆରି କରିବା ପାଇଁ ଟମାଟୋ, ଅଦା ଏବଂ କଞ୍ଚା ଲଙ୍କା ନେଇ ଗ୍ରାଇଣ୍ଡରେ ପେଷ୍ଟ ତିଆରି କରନ୍ତୁ। ଏହା ପରେ କ୍ଷୀର ଓ କାଜୁକୁ ମଧ୍ୟ ଅଲଗା ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ।

ଏହାପରେ କଡେଇରେ ତେଲ ଗରମ କରି ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାନ୍ତୁ। ଏହା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ। ଏହାକୁ ଏବେ ଭଲରେ ମିଶାଇ କିଛି ସମୟ କଷନ୍ତୁ। ଏହା ପରେ ପୂର୍ବରୁ ତିଆରି ହୋଇଥିବା କାଜୁ ପେଷ୍ଟକୁ ପକାନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଧନିଆ ପାଉଡର୍‌, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହି ସମୟରେ ଗ୍ୟାସ୍‌ ଧିମା ରଖିବେ।

ଏହି ସବୁ ମସଲା ଭଲରେ କଷି ହୋଇଗଲା ପରେ ସେଥିରେ ପାଣି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ ଅଳ୍ପ ଚିନି ପକାଇ ଭଲରେ ମିଶାଇ ଫୁଟିବାକୁ ଦିଅନ୍ତୁ। ଏହା ପରେ ପୂର୍ବରୁ ଭଜା ହୋଇଥିବା ପୋଟଳ ପକାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଝୋଳ ଯେପରି ଅଧିକ ରହିବ ନାହିଁ। ଗ୍ରେଭି ହେଲା ପରି ଆପଣ ପାଣି ଦେବେ।

ଶେଷରେ ଗରମ ମସଲା ଏବଂ କଟା ଧନିଆ ପତ୍ର ପକାଇ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ସାହି ପୋଟଳ। ଏହାକୁ ଆପଣ ଫାଏଡ୍‌ ରାଇସ୍‌ ବା ରୁଟିରେ ଖାଇଲେ ଭଲ ଲାଗିବ।

ଆହୁରି ପଢ଼ନ୍ତୁ:How to make Paneer Pulao Recipe

Odia Food Recipes
Advertisment
Advertisment