/odishatv-khabar/media/post_attachments/uploadimage/library/16_9/16_9_0/ilisi-macha_1625214513.jpg)
ilisi-macha
ଆବଶ୍ୟକ ସାମଗ୍ରୀ: କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ସୋରିଷ ତେଲ, ଇଲିସି ମାଛ, ଲୁଣ, ହଳଦୀ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲ ଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏଥିସହ ସେଥିରେ ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ ଓ ସୋରିଷ ତେଲ ଦେଇ ଭଲ ଭାବେ ମ୍ୟାରିନେଟ କରି ରଖିଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ ଏକ ପାତ୍ର ଗରମ କରି ସେଥିରେ ମ୍ୟାରିନେଟ୍ ହୋଇଥିବା ମାଛ ପକାନ୍ତୁ ଓ ଅଳ୍ପ ପାଣି ଦିଅନ୍ତୁ। ବର୍ତ୍ତମାନ ଘୋଡ଼ଣୀ ଘୋଡ଼ାଇ ମୁହଁକୁ ଅଟା ଦ୍ୱାରା ବନ୍ଦ କରିଦିଅନ୍ତୁ। ୧୫ ରୁ ୨୦ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ଇଲିସି ମାଛ ବାଟିବସା’।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)