• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆମେ ସବୁ ପୂଜା ପର୍ବରେ ଘରେ ପୂଜା କରିବା ପାଇଁ ମିଠା ଜିନିଷ ବା ପିଠା ତିଆରି କରିଥାଉ। ତେବେ ଗଣେଶ ପୂଜାରେ ଠାକୁରଙ୍କ ପାଖରେ ତାଙ୍କ ପ୍ରିୟ ଭୋଗ ମୋଦକ ପୂଜା କରାଯାଇଥାଏ। ପବିତ୍ର ଗଣେଶ ପୂଜାରେ ଘରେ ମୋଦକ ପ୍ରସ୍ତୁତ କରି ପୂଜା କରନ୍ତୁ।

[caption id="attachment_25466" align="aligncenter" width="750"] image credit-webdietitian[/caption]

ଆବଶ୍ୟକୀୟ ସାମଗ୍ରୀ

ଚାଉଳ ଚୂନା,ଗୁଡ଼, ଘିଅ,ନଡ଼ିଆ କୋରା, କାଜୁ, କିସ୍‌ମିସ୍‌, ଗୁଜୁରାତି,ରାଶି, ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ପାଣି ଗରମ କରି ସେଥିରେ ଅଳ୍ପ ଲୁଣ ଓ ଘିଅ ପକାନ୍ତୁ। ପାଣି ଫୁଟି ଆସିଲେ ଗ୍ୟାସ୍‌ ବନ୍ଦ କରି ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାଇ ୫ମିନିଟ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ। ବଜାରରେ ମିଳୁଥିବା ଚାଉଳ ଚୂନା ଆପଣ ନେଇ ପାରିବେ ନ ହେଲେ ଆମେ ମଣ୍ଡାପିଠା କଲା ଭଳି ଯେମିତି ଚାଉଳ ଚୂନା ପ୍ରସ୍ତୁତ କରୁ ସେହିଭଳି ବି କରିପାରିବେ।

ଏହା ପରେ ମୋଦକ ଭିତରେ ଦିଆଯାଉଥିବା ପୂର ତିଆରି କରିବା ପାଇଁ ଗ୍ୟାସ୍‌ରେ ପ୍ୟାନ୍‌ ବସାନ୍ତୁ। ପ୍ରଥମେ ରାଶି ଗୁଡ଼ିକୁ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ। ଏହା ପରେ ସେହି ପାତ୍ରରେ ଗୁଡ଼ ପକାଇ ତରଳିବାକୁ ଦିଅନ୍ତୁ। ଗୁଡ଼ ତରଳିଗଲା ପରେ ସେଥିରେ ନଡ଼ିଆ କୋରା, କାଜୁ, କିସ୍‌ମିସ୍‌, ରାଶି ପକାଇ ହାଲୁକା ଭାଜି ଦିଅନ୍ତୁ। ଏହା ପରେ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଏକ ପାତ୍ରରେ ବାହାର କରି ରଖନ୍ତୁ।

ଏହା ପରେ ମୋଦକ ତିଆରି କରିବା ପାଇଁ ଚୂନାକୁ ଯନ୍ତି ଦିଅନ୍ତୁ। ତା' ପରେ ହାତରେ ଅଳ୍ପ ଘିଅ ଲଗାଇ ଯନ୍ତା ଚୂନାକୁ ଛୋଟ ଗୋଲ କରି ମଣ୍ଡା ପିଠା ଭିତରେ ଯେପରି ପୂର ଦିଆହୁଏ ସେହିଭଳି ଦିଅନ୍ତୁ। ତା' ପରେ ଏହାର ଚାରିପାଖ ଧିରେ ଧିରେ ମୋଦକ ଭଳି ମୋଡ଼ି ଦିଅନ୍ତୁ। ଏମିତି ଅନ୍ୟସବୁକୁ ମଧ୍ୟ ତିଆରି କରି ଏକ ପାତ୍ରରେ ରଖନ୍ତୁ।

ତା' ପରେ କଞ୍ଚା ମୋଦକଗୁଡ଼ିକୁ ସିଝାଇବା ପାଇଁ ମଣ୍ଡା ପିଠା ସିଝାଇବା ଭଳି ସିଝାଇ ଦିଅନ୍ତୁ। ନ ହେଲେ ଏକ ଚଉଡ଼ା ପାତ୍ରରେ ଜାଲିଥିବା ଷ୍ଟିଲ୍‌ ଥାଳି ନେଇ ସିଝାଇ ପାରିବେ।

ଏହା ପରେ ମୋଦକକୁ ୧୦ ମିନିଟ୍‌ ସିଝାଇ ଗ୍ୟାସ୍‌ ବନ୍ଦ କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେଲା ପରେ ପ୍ରସ୍ତୁତ ହେଇଯିବ ସ୍ୱାଦିଷ୍ଟ ମୋଦକ।

ଦେଖନ୍ତୁ ଭିଡିଓ

https://www.youtube.com/watch?v=Og5sRXe59Kw

ସୌଜନ୍ୟ- ୟୁଟ୍ୟୁବ୍‌

OTV is now on Whatsapp

Join and get latest news update delivered to you via whatsapp

Join Now