/odishatv-khabar/media/post_attachments/uploadimage/library/16_9/16_9_0/FISH-VADA_1626503730.jpg)
FISH VADA
ଆବଶ୍ୟକୀୟ ସାମଗ୍ରୀ: ଚୂନା ମାଛ, ବୋଇତି କଖାରୁ ପତ୍ର, ଚାଉଳ, ସୋରିଷ, ରସୁଣ, ଜିରା, ଶୁଖିଲା ଲଙ୍କା, ସୋରିଷ ତେଲ, ଲୁଣ ଓ ହଳଦୀ।
Advertisment
ପ୍ରସ୍ତୁତି ପ୍ରଣାଳୀ: ଚୂନା ମାଛକୁ ଭଲ ଭାବରେ ବାଛି ନିଅନ୍ତୁ। ଚାଉଳକୁ ପାଣିରେ ଭିଜାଇ ବାଟି ନିଅନ୍ତୁ। ସୋରିଷ, ଜିରା, ଲଙ୍କାକୁ ବାଟି ନିଅନ୍ତୁ। ଏହି ମସଲା ବଟାରେ ଚୂନା ମାଛ, ରସୁଣ କୋଲା, ତେଲ, ଲୁଣ, ହଳଦୀ ମିଶାଇ ରଖନ୍ତୁ। ବୋଇତି କଖାରୁ ପତ୍ର ମଝିରେ ଗୋଳା ମାଛରୁ ଅଳ୍ପ ରଖି ପତ୍ରକୁ ଚାରି ପାଖରୁ ଭାଙ୍ଗି ନିଅନ୍ତୁ। ସେଇ ପତ୍ରକୁ ଚାଉଳ ବଟାରେ ବୁଡ଼ାଇ ଗରମ ତାୱାରେ ଥିବା ଗରମ ତେଲରେ ଭାଜି ନିଅନ୍ତୁ ଓ ଗରମ ଗରମ ପରଷନ୍ତୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)