Advertisment

ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ମଟନ୍‌

ଆପଣ ସବୁବେଳେ ମସଲା ଦିଆ ମଟନ୍‌ କଷା ଖାଇଥିବେ। କିନ୍ତୁ କେବେ ବିନା ପିଆଜ ରସୁଣରେ ମଟନ୍‌ କଷା ଖାଇଛନ୍ତି କି? ତେବେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ସ୍ୱାଦିଷ୍ଟ କଞ୍ଚାଲଙ୍କା ମଟନ୍‌। ଆବଶ୍ୟକୀୟ ସାମଗ୍ରୀ: ମଟନ୍‌, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା ଟମାଟୋ, କସ୍ତୁରି ମେଥି, ଗରମ ମସଲା, ସୋରିଷ ତେଲ, ଧନିଆ ପତ୍ର, ଲୁଣ- ସ୍ୱାଦ ଅନୁସାରେ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଢ଼େଇରେ କିଛି ପାଣି ନେଇ ସେଥିରେ କଞ୍ଚାଲଙ୍କା ପକାଇ ଗରମ […]

author-image
Otv Khabar Bureau
ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ମଟନ୍‌

chilli mutton

ଆପଣ ସବୁବେଳେ ମସଲା ଦିଆ ମଟନ୍‌ କଷା ଖାଇଥିବେ। କିନ୍ତୁ କେବେ ବିନା ପିଆଜ ରସୁଣରେ ମଟନ୍‌ କଷା ଖାଇଛନ୍ତି କି? ତେବେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ସ୍ୱାଦିଷ୍ଟ କଞ୍ଚାଲଙ୍କା ମଟନ୍‌।

Advertisment

ଆବଶ୍ୟକୀୟ ସାମଗ୍ରୀ: ମଟନ୍‌, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା ଟମାଟୋ, କସ୍ତୁରି ମେଥି, ଗରମ ମସଲା, ସୋରିଷ ତେଲ, ଧନିଆ ପତ୍ର, ଲୁଣ- ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଢ଼େଇରେ କିଛି ପାଣି ନେଇ ସେଥିରେ କଞ୍ଚାଲଙ୍କା ପକାଇ ଗରମ କରନ୍ତୁ। ପାଣି ଫୁଟିବା ପରେ ସେଥିରେ ମଟନ୍‌ ପକାନ୍ତୁ। ମଟନ୍‌ ଅଳ୍ପ ସିଝି ଆସିଲା ବେଳକୁ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କିଛି ସମୟ ଘୋଡ଼ଣୀ ଦେଇ ରଖନ୍ତୁ। ଅଳ୍ପ କିଛି ସମୟ ପରେ ସେଥିରେ ବଡ଼ ଚାମଚ ସୋରିଷ ତେଲ ପକାଇ ସିଝାନ୍ତୁ। ଏହାପରେ ଏଥିରେ ଛୋଟ ଛୋଟ କଟା ହୋଇଥିବା ଟମାଟୋ, କସ୍ତୁରୀ ମେଥି ପକାଇ ଘୋଡ଼ାଇ ଦିଅନ୍ତୁ। ଅଳ୍ପ ସମୟ ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଭଲରେ ଗୋଳାଇ ୨ ରୁ ୩ ମିନିଟ୍‌ ଚୁଲିରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କଞ୍ଚାଲଙ୍କା ମଟନ୍‌।

Advertisment
Advertisment
Advertisment