Advertisment

କିପରି କରିବେ ଆଳୁ-ଦହି ରାଇତା, ଜାଣନ୍ତୁ ବିଧି

ଓଡିଆ ଘରର ପ୍ରାୟ ସମସ୍ତଙ୍କ ଘରେ ଆଳୁର କୌଣସି ନା କୌଣସି ତରକାରୀ ପ୍ରତିଦିନ ତିଆରି ହୁଏ। କେତେବେଳେ ଅନ୍ୟାନ୍ୟ ପନିପରିବା ପଡି ହୋଇଥାଏ ତ ପୁଣି କେତେବେଳେ ଖାଲି ଆଳୁ ହିଁ ଯଥେଷ୍ଟ। କିନ୍ତୁ ଆପଣ କେବେ ଆଳୁ ରାଇତା ତିଆରି କରିଛନ୍ତି କି। ବୋଧେ କରି ନ ଥିବେ। ବାସ୍ତବରେ, ଆପଣ ନିଶ୍ଚୟ ଅନେକ ପ୍ରକାରର ରାଇତା ଖାଇଥିବେ। କିନ୍ତୁ ଆଳୁ ଓ ଦହି ରାଇତା ଆପଣଙ୍କ ଭୋକକୁ ବଢେଇଦେବା ସହିତ ଖାଦ୍ୟର ସ୍ୱାଦ […]

author-image
Pramod Behera
କିପରି କରିବେ ଆଳୁ-ଦହି ରାଇତା, ଜାଣନ୍ତୁ ବିଧି

Untitled-1

ଓଡିଆ ଘରର ପ୍ରାୟ ସମସ୍ତଙ୍କ ଘରେ ଆଳୁର କୌଣସି ନା କୌଣସି ତରକାରୀ ପ୍ରତିଦିନ ତିଆରି ହୁଏ। କେତେବେଳେ ଅନ୍ୟାନ୍ୟ ପନିପରିବା ପଡି ହୋଇଥାଏ ତ ପୁଣି କେତେବେଳେ ଖାଲି ଆଳୁ ହିଁ ଯଥେଷ୍ଟ। କିନ୍ତୁ ଆପଣ କେବେ ଆଳୁ ରାଇତା ତିଆରି କରିଛନ୍ତି କି। ବୋଧେ କରି ନ ଥିବେ। ବାସ୍ତବରେ, ଆପଣ ନିଶ୍ଚୟ ଅନେକ ପ୍ରକାରର ରାଇତା ଖାଇଥିବେ। କିନ୍ତୁ ଆଳୁ ଓ ଦହି ରାଇତା ଆପଣଙ୍କ ଭୋକକୁ ବଢେଇଦେବା ସହିତ ଖାଦ୍ୟର ସ୍ୱାଦ ମଧ୍ୟ ବଢାଇଦେବ। ଏହା ତିଆରି କରିବା ଅତି ସହଜ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ବହୁ ଅଳ୍ପ ସମୟ ଲାଗିଥାଏ। ଏହାକୁ ଆପଣ ପୁରୀ, ପରଟା ଏବଂ ରୁଟି ସହିତ ଖାଇପାରିବେ। ଏହାର ସ୍ୱାଦ ଯିଏ ଖାଇଛି ସିଏ ଜାଣିଛି। ତେବେ ଆସନ୍ତୁ ଜାଣିବା କିପରି ଆଳୁ ରାଇତା ତିଆରି କରିବେ-

Advertisment

ଆଳୁ-ଦହି ରାଇତା ତିଆରି ପାଇଁ ଉପାଦାନ

publive-image

  • ୨ ଟେବୁଲ୍ ଚାମଚ ତେଲ
  • ୧ ଚାମଚ ଜିରା
  • ଅଧା ଚାମଚ ହେଙ୍ଗୁ
  • ୨ ରୁ ୩ଟି ବଡ ଆଳୁ (ସିଝା)
  • 2ଟି କଞ୍ଚା ଲଙ୍କା ଓ କଟା ଧନିଆ
  • ୧୫୦ ଗ୍ରାମ ଦହି
  • ୩ ଖୋସା କଟା ରସୁଣ
  • ୩ ଖୋସା ରସୁଣ ଓ ଏକ ନାଲି ଶୁଖିଲା ଚିଲି ପେଷ୍ଟ
  • ସ୍ଵାଦ ଅନୁସାରେ ଲୁଣ

ଆଳୁ-ଦହି ରାଇତା ତିଆରି କରିବାର ପଦ୍ଧତି

publive-image

ପ୍ରଥମେ ଆଳୁକୁ ସିଝାନ୍ତୁ। ଏହା ପରେ ରସୁଣ, ନାଲି ଶୁଖିଲା ଲଙ୍କା ପେଷ୍ଟ, ଦହିରେ ଲୁଣ ପକାନ୍ତୁ। ବର୍ତ୍ତମାନ ସେଥିରେ ସିଝା ଆଳୁ ଖଣ୍ଡ ମିଶାନ୍ତୁ। ଅନ୍ୟ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ଜିରା, ହେଙ୍ଗୁ ଓ କଟା ରସୁଣ ପକାନ୍ତୁ ଏବଂ ଏହାକୁ ଭଲଭାବେ ଭାଜନ୍ତୁ। ତା’ପରେ ଏହାକୁ ପ୍ରସ୍ତୁତ ଆଳୁ-ଦହିରେ ପକାନ୍ତୁ। ଏହା ପରେ, ଏଥିରେ କଞ୍ଚା ଲଙ୍କା ଏବଂ ସବୁଜ ଧନିଆ ପକାନ୍ତୁ। ତା’ପରେ ଏହି ସମସ୍ତ ଉପାଦାନକୁ ଭଲ ଭାବରେ ମିଶାନ୍ତୁ। ଆଳୁ-ଦହି ଅଳ୍ପ ପାଣି ମିଶାନ୍ତୁ ଯାହା ଦ୍ଵାରା ଏହା ଅଧିକ ମୋଟା କିମ୍ବା ଅଧିକ ପତଳା ହେବ ନାହିଁ। ଏବେ ଆପଣଙ୍କ ଆଳୁ-ଦହି ରାଇତା ପ୍ରସ୍ତୁତ। ଆପଣ ଏହାକୁ ଏକ ସାଇଡ୍ ଡିସ୍ ଭାବେ ଖାଇପାରିବେ। ଏହା ଆପଣଙ୍କ ଖାଇବାର ସ୍ଵାଦକୁ ଦ୍ଵିଗୁଣିତ କରିଥାଏ।

Advertisment
Advertisment
Advertisment