/odishatv-khabar/media/media_files/2025/09/25/facebook-dating-assistant-2025-09-25-14-46-17.jpg)
Facebook Dating Assistant Photograph: (OTV)
ଯୁବପିଢିଙ୍କ ପାଇଁ ଖୁସି ଖବର। ଏବେ ଫେସ୍ବୁକ୍ ଖୋଜିଦେବ ଡେଟିଂ ପାର୍ଟନର୍। ଆଉ ବାରମ୍ବାର ପ୍ରୋଫାଇଲ୍ ଉପରେ ସ୍ୱାଇପ୍ କରିବାକୁ ପଡିବ ନାହିଁ। ମନପସନ୍ଦର ମଣିଷ ଜୁଟେଇଦେବ AI।
ମେଟା ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ପାଇଁ ଏକ ବଡ ଅପଡେଟ୍ ଲଞ୍ଚ କରିଛି। କମ୍ପାନୀ ଫେସବୁକ ଡେଟିଂ ଫିଚରରେ ପରିବର୍ତ୍ତନ କରିଛି। ଏହି ଅପଡେଟ୍ ୟୁଜରଙ୍କୁ ଲଗାତାର ସ୍ୱାଇପ୍ କରିବାକୁ ଏଡାଇ ସହଜରେ ପର୍ଫେକ୍ଟ୍ ମ୍ୟାଚ୍ ଖୋଜିଦେବ। ଏହି ଆପରେ ଦୁଇଟି ନୂଆ ଏଆଇ-ଚାଳିତ ଡେଟିଂ ଆସିଷ୍ଟାଣ୍ଟ ଏବଂ ଏକ ମିଟ୍ କ୍ୟୁ(Meet Cue) ଫିଚର ଯୋଡାଯାଇଛି।
କମ୍ପାନୀ କହିଛି ଯେ ଏହା ଦ୍ୱାରା ୟୁଜରମାନେ ସେମାନଙ୍କର ପ୍ରିୟ ମଣିଷ ସହିତ ନୂଆ ଉପାୟରେ ସଂପର୍କ କରିବାର ସୁଯୋଗ ପାଇବେ ଏବଂ ଡେଟିଂ ଅଭିଜ୍ଞତା ସହଜ ଏବଂ ଅଧିକ ମଜାଦାର ହୋଇଯିବ।
ପର୍ଫେକ୍ଟ ମ୍ୟାଚ୍ ଖୋଜିବ
ଏହି ଫିଚର, ଫେସବୁକ୍ ଡେଟିଂ ଭିତରେ ଏକ ଚାଟ୍ ଆସିଷ୍ଟାଣ୍ଟ୍ ଭାବରେ କାମ କରିବ। ଏହାର ଉଦ୍ଦେଶ୍ୟ ହେଉଛି ୟୁଜରଙ୍କୁ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବା। ଏହା ୟୁଜରଙ୍କ ଇଣ୍ଟେରେଷ୍ଟ୍ ଏବଂ ପର୍ଫେକ୍ଟ ମ୍ୟାଚ୍ ଖୋଜିବ ଏବଂ ଏ ଦିଗରେ ଖାସ୍ ପରାମର୍ଶ ଦେବ।
ମେଟା ଅନୁଯାୟୀ, ଏହି ଆସିଷ୍ଟାଣ୍ଟ୍ ଉଚ୍ଚତା କିମ୍ବା ଶିକ୍ଷା ପରି ସାଧାରଣ କ୍ୱାଲିଟିଠାରୁ ଆଗକୁ ଯାଇ ଆପଣଙ୍କ ପାଇଁ କଷ୍ଟମାଇଜ୍ ମ୍ୟାଚିଂ ନେଇ ପରାମର୍ଶ ଦେବ। ଉଦାହରଣ ସ୍ୱରୂପ, ଆପଣ "Find me a Brooklyn girl in tech" ଟାଇପ୍ କରିପାରିବେ ଏବଂ ଏହା ଆପଣଙ୍କୁ ସେହିଭଳି ରେଜଲ୍ଟ ଦେବ। ଏହା ବ୍ୟତୀତ, ଏହା ଆପଣଙ୍କ ପ୍ରୋଫାଇଲକୁ ଅଧିକ ଦମଦାର କରିବ ଆଉ ଏବଂ ଡେଟିଂ ଆଇଡିଆ ଦେବାରେ ମଧ୍ୟ ସାହାଯ୍ୟ କରିବ।
ସେହିପରି ଏଥିରେ ଯୋଡା ଯାଇଥିବା 'ମିଟ୍ କ୍ୟୁ' ଫିଚର ବାରମ୍ବାର ସ୍ୱାଇପିଂରୁ ମୁକ୍ତି ଦେବ। ଏହି ଫିଚର ଆପେ ଆପେ ଆପଣଙ୍କ ପାଇଁ ମ୍ୟାଚିଂ ଖୋଜିଦେବ ଆଉ ସପ୍ତାହକୁ ଥରେ ନୂଆ ମ୍ୟାଚିଂର ପରାମର୍ଶ ଦେବ। ଆପଣ ଚାହିଁଲେ ପୂର୍ବ ପାର୍ଟନର ସହ ଡେଟିଂ କରିପାରିବେ ନଚେତ ତାଙ୍କୁ ଛାଡି ନୂଆ ପାର୍ଟନର୍ ଧରିପାରିବେ। ତେବେ ବର୍ତ୍ତମାନ ଏହି ଫିଚରକୁ ଆମେରିକା ଏବଂ କାନାଡାରେ ଲଞ୍ଚ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)