Advertisment

ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍ | How to Prepare Butterfly Chicken Recipe

ଆଜି ନୂଆବର୍ଷ। ବାର ବି ଭଲ ଅଛି ନନ୍‌ ଭେଜ୍‌ ଖାଇବା ପାଇଁ। ଘରେ ତିଆରି କରନ୍ତୁ ବଟରଫ୍ଲାଏ ଚିକେନ୍ (Butterfly Chicken)‌। How to Prepare Butterfly Chicken Recipe: ଆବଶ୍ୟକ ସାମଗ୍ରୀ: ଆଳୁ, ବୋନ୍‌ଲେସ୍‌ ଚିକେନ୍,  କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର, ଲେମ୍ବୁରସ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା […]

author-image
Minati Mishra
ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍ | How to Prepare Butterfly Chicken Recipe

Butterfly Chicken Recipe in odia

ଆଜି ନୂଆବର୍ଷ। ବାର ବି ଭଲ ଅଛି ନନ୍‌ ଭେଜ୍‌ ଖାଇବା ପାଇଁ। ଘରେ ତିଆରି କରନ୍ତୁ ବଟରଫ୍ଲାଏ ଚିକେନ୍ (Butterfly Chicken)‌।

Advertisment

How to Prepare Butterfly Chicken Recipe:

ଆବଶ୍ୟକ ସାମଗ୍ରୀ:

ଆଳୁ, ବୋନ୍‌ଲେସ୍‌ ଚିକେନ୍,  କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର, ଲେମ୍ବୁରସ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା ଓ ଚେକା ଚେକା କରି କାଟି ରଖନ୍ତୁ। ଏହା ପରେ ବୋନ୍‌ଲେସ ଚିକେନ୍‌କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ ସେଥିରେ ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର ଓ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ  କଟା ଯାଇଥିବା ଆଳୁଖଣ୍ଡରେ ମ୍ୟାରିନେଟ୍‌ ଚିକେନ୍ ରଖି ଆଳୁକୁ ଦୁଇପଟୁ ମୋଡ଼ି କାଠି ଦ୍ୱାରା ଗୁନ୍ଥି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ଏହି ଚିକେନ୍ ପୁର ଦିଆ ଆଳୁକୁ ଛାଣନ୍ତୁ। ଆଳୁ ଓ ପୁର ଲାଲ୍ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବଟରଫ୍ଲାଏ ଚିକେନ୍’।

ଗରମ ଗରମ୍ ରୁଟି ସହ ପରସନ୍ତୁ ଏବଂ ମଜା ନିଅନ୍ତୁ।

Advertisment
Odia Food Recipes
Advertisment
Advertisment