Advertisment

ଶୋଇବାବେଳେ ପାଟିରୁ ଲାଳ ଗଡୁଛି କି ? ଜାଣନ୍ତୁ ପ୍ରତିକାର

ଅନେକଙ୍କର ଏମିତି ଅଭ୍ୟାସ ଥିବାର ଦେଖିବାକୁ ମିଳେ। ଶୋଇଲା ବେଳେ ପାଟିରୁ ଅନେକ ସମୟରେ ଲାଳ ଗଡେ । ଅନ୍ୟ କିଏ ଏହା ଦେଖିଲେ ନିଜକୁ ସଂକୋଚ ଲାଗେ। ଯଦି ଆପଣଙ୍କର ବି ଶୋଇବା ସମୟରେ ଏମିତି ଲାଳ ଗଡୁଛି, ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏହାର ମଧ୍ୟ ପ୍ରତିକାର ଅଛି। ୧ -ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୁରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍। ୨- ଲାଳ ଗଡିବାକୁ ବନ୍ଦ […]

author-image
Otv Khabar Bureau
ଶୋଇବାବେଳେ ପାଟିରୁ ଲାଳ ଗଡୁଛି କି ? ଜାଣନ୍ତୁ ପ୍ରତିକାର

salibvva

ଅନେକଙ୍କର ଏମିତି ଅଭ୍ୟାସ ଥିବାର ଦେଖିବାକୁ ମିଳେ। ଶୋଇଲା ବେଳେ ପାଟିରୁ ଅନେକ ସମୟରେ ଲାଳ ଗଡେ । ଅନ୍ୟ କିଏ ଏହା ଦେଖିଲେ ନିଜକୁ ସଂକୋଚ ଲାଗେ। ଯଦି ଆପଣଙ୍କର ବି ଶୋଇବା ସମୟରେ ଏମିତି ଲାଳ ଗଡୁଛି, ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏହାର ମଧ୍ୟ ପ୍ରତିକାର ଅଛି।

Advertisment

୧ -ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୁରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍।

publive-image୨- ଲାଳ ଗଡିବାକୁ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତୁଳସୀ ପତ୍ର । ୩ଟି ତୁଳସୀ ପତ୍ର ସହ ଖାଇବାପରେ ଅଳ୍ପ ପାଣି ପିଅନ୍ତୁ । ଏପରି ଭାବରେ ଦିନକୁ ୩-୪ ଥର କରିବା ଦ୍ୱାରା ଲାଳରୁ ମୁକ୍ତି ମିଳିଥାଏ।

Advertisment

୩ - ଫିଟିକିରିକୁ ପାଣିରେ ମିଶାଇ ଏହି ପାଣିରେ କୁଳି କରନ୍ତୁ। ଏପରି ନିୟମିତ କଲେ ଲାଳରୁ ମୁକ୍ତି ମିଳିଥାଏ ।

୪ - ଡାଳିଚିନି ଚା’ ମଧ୍ୟ ଲାଳରୁ ମୁକ୍ତି ଦେଇଥାଏ। ଏହା ସହ ଡାଳିଚିନିକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ । ତାପରେ ଏହି ପାଣିକୁ ଛାଣି ଥଣ୍ଡା କରି ସେଥିରେ ମହୁ ମିଶାଇ ପିଅନ୍ତୁ ।

୪ - ବାହାରୁଥିବା ଲାଳ ପାଇଁ ଲାଭଦାୟକ ହେଉଛି ଅଁଳା । ଖାଇବା ପରେ ନଖ ଉଷୁମ ପାଣି ସହ ଅଁଳା ପାଉଡର ଖାଆନ୍ତୁ। ଏପରି କରିବା ଦ୍ୱାରା ଲାଳରୁ ତ ମୁକ୍ତି ମିଳିଥାଏ ଏହା ସହ ଏସିଡିଟିରୁ ମଧ୍ୟ ଆରାମ ମିଳିଥାଏ।

Saliva During Sleep Mouth
Advertisment
Advertisment