/odishatv-khabar/media/post_attachments/uploadimage/library/16_9/16_9_0/smart-child-up_1626761507.jpg)
smart-child-up
ଏକ ଗବେଷଣାରୁ ଜଣାପଡିଛି ଯେ କୈାଣସି ପିଲାର ଶିଖିବାର କ୍ଷମତା ବଢିବା ଓ ବୈାଦ୍ଧିକ ସ୍ତରରେ ପ୍ରଗତି କରିବା ,ତାର ଲାଳନପାଳନ ଆରମ୍ଭର ୪ ବର୍ଷ ଉପରେ ନିର୍ଭର କରିଥାଏ । କୈାଣସି ନୂଆ ଜିନିଷ ବିଷୟରେ ଶିଖିବା ପାଇଁ ପିଲାଙ୍କ ବ୍ରେନ୍ ୨ରୁ୪ ବର୍ଷ ବୟସରେ ବିକଶିତ ହୋଇଥାଏ । ଏହି ବୟସରେ ଶିଶୁଟି ପୁରୁଣା ଜିନିଷକୁ ତୁରନ୍ତ ଭୁଲି ଯାଏ । ଏହି ବୟସ ପରେ ଆଉ ଯାହା ସବୁ ଶିଖେ ଓ ଜାଣେ ସବୁ ମନେରଖିଥାଏ ।
ୟୁଏସ୍ର ନ୍ୟୁୟର୍କ ୟୁନିଭର୍ସିଟିର ପ୍ରଫେସର କ୍ରେଷ୍ଟିନା ଏଲବେରିନାଙ୍କ ଅନୁସାରେ ‘୨ରୁ ୪ ବର୍ଷ ବୟସ ମଧ୍ୟରେ ଯଦି ଶିଶୁକୁ ହେଲଥ୍ ବ୍ରେନ୍ ଏକ୍ଟିଭେସନ ମିଳିଥାଏ ତ ଏହା ତାହା ପାଇଁ ବହୁତ ଭଲ ହୋଇଥାଏ । ଏହି ବୟସରେ ଶିଶୁ ପ୍ରି-ସ୍କୁଲ ଯିବା ଆରମ୍ଭ କରିଥାଏ । ଅର୍ଥାତ୍ ଶିଶୁକୁ ଘରେ ଏମିତି ମାହୋଲ ମିଳିବା ଉଚିତ୍ , ଯଦ୍ୱାରା ଏହାର ବ୍ରେନ୍ ଏକ୍ଟିଭେଟ୍ ହୋଇପାରିବ । ଏହା ନହେବା ସ୍ଥିତିରେ ଶିଶୁର ନ୍ୟୁରୋଲଜିକାଲ୍ ସିଷ୍ଟମ୍ ପୂରା ବିକଶିତ ହୋଇପାରିନଥାଏ । ଯେଉଁଥିରେ ଏହାର ଶିଖିବା ଗୁଣ ପ୍ରଭାବିତ ହୋଇଥାଏ ।’
ଗବେଷକଙ୍କ ମତରେ , ଯଦି ଏହି ସମୟରେ ଶିଶୁଙ୍କର ନୂଆ ନୂଆ ଜିନିଷ ବିଷୟରେ ଶିଖିବାକୁ ନେଇ ଧ୍ୟାନ ଦିଆଯାଏ , ତ ଭବିଷ୍ୟତରେ ସେମାନଙ୍କର ସ୍ମୃତିଶକ୍ତି ପ୍ରଖର ହୋଇପାରିବ । ଭଲ ଲର୍ଣ୍ଣିଂ ଦକ୍ଷତା ପାଇଁ ବ୍ରେନ୍ର ନ୍ୟୁରୋଲଜିକଲ୍ ସିଷ୍ଟମ୍କୁ ଉତ୍ତେଜନା ମିଳିବା ଜରୁରୀ ଅଟେ । ବ୍ରେନ୍ର ପ୍ରଖରତା ବା ବ୍ରେନ୍କୁ କ୍ରିୟାଶୀଳ କରିବା ପାଇଁ ଶିଶୁଙ୍କୁ କିଛି ଛୋଟ ଛୋଟ ଅଭ୍ୟାସ କରାଯାଇପାରିବ । ଆଉ ଏଥିରେ ଲର୍ଣ୍ଣିଂ ଗେମ୍ ମଧ୍ୟ ସାମିଲ୍ ହୋଇପାରିବ ।
ଆଜିକାଲି ଦେଖାଯାଉଛି ଅନେକ ଅଭିଭାବକ କାର୍ଯ୍ୟ ବ୍ୟସ୍ତତା ଭିତରେ ଏସବୁକୁ ଅଣଦେଖା କରୁଛନ୍ତି । ନିଜର ଅଫିସ ଓ ବ୍ୟବସାୟ ଭିତରେ ସେ ନିଜ ପିଲାର ଦାୟିତ୍ୱ ଠିକ୍ ଭାବେ ନେଇପାରନ୍ତି ନାହିଁ । ଏଣୁ ଖାଲି ପିଲା ପାଇଁ ଅର୍ଥ ଖର୍ଚ୍ଚ କରିଦେଲେ କି ଭଲ ସ୍କୁଲରେ ଆଡମିଶନ କରାଇଦେଲେ ହେବନି । ଏହାସହ ପିଲାର ଯତ୍ନ ନେବାକୁ ନିଜକୁ ଟିକେ ତତ୍ପର ହେବାକୁ ପଡିବ ।
ଏଣୁ ଆପଣ ଯଦି ଆପଣଙ୍କ ପିଲାକୁ ସ୍ମାର୍ଟ ଓ ପ୍ରଖର ସ୍ମୃତିଶକ୍ତି ସଂପନ୍ନ କରିବାକୁ ଚାହୁଁଥାନ୍ତି , ତା’ହେଲେ ନିଜ ଘରେ କିଛି ଏମିତି ଅଭ୍ୟାସ କରାନ୍ତୁ , ଯାହା ପିଲାର ଉନ୍ନତିରେ ସାହାଯ୍ୟ କରିବ । ଆଉ ପିଲାଟି ସ୍କୁଲ୍ ଯିବା ପୂର୍ବରୁ ଶିଖିବାର ଗୁଣକୁ ବିକଶିତ କରିପାରିଥିବ ।
( ସୌଜନ୍ୟ-ନବଭାରତ ଟାଇମ୍ସ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)