Advertisment

‘ଧୂମପାନ ଜନିତ ମୃତ୍ୟୁର କାରଣ ନିକୋଟିନ୍‌ ନୁହେଁ ’

ନୂଆ ଦିଲ୍ଲୀ : ସାରା ବିଶ୍ୱରେ ଧୂମପାନ ଜନିତ ମୃତ୍ୟୁ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ଭୟାବହତାକୁ ନେଇ ସମସ୍ତେ ଚିନ୍ତିତ। କୁହାଯାଉଛି କି ଧୂମପାନରେ ଥିବା ନିକୋଟିନ୍ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ଆସୋସିଏସନ ଅଫ୍‌ ଭେଣ୍ଡର୍ସ ଇଣ୍ଡିଆ(ଏଭିଆଇ)। ଆଉ କହିଛି, ଧୂମପାନ ଜନିତ ମୃତ୍ୟୁରେ ନିକୋଟିନ୍‌ ଦାୟୀ ନୁହେଁ। ସାଧରଣତଃ ଜଣେ ଯେତେବେଳେ ଧୂମପାନ କରିଥାଏ, ସେଥିରୁ ସିଗାରେଟ୍ ଟାର୍ ଓ ଅନ୍ୟ ବିଷାକ୍ତ ରସାୟନ ଧୂଆଁ […]

author-image
Otv Khabar Bureau
‘ଧୂମପାନ ଜନିତ ମୃତ୍ୟୁର କାରଣ ନିକୋଟିନ୍‌ ନୁହେଁ ’

12

ନୂଆ ଦିଲ୍ଲୀ : ସାରା ବିଶ୍ୱରେ ଧୂମପାନ ଜନିତ ମୃତ୍ୟୁ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ଭୟାବହତାକୁ ନେଇ ସମସ୍ତେ ଚିନ୍ତିତ। କୁହାଯାଉଛି କି ଧୂମପାନରେ ଥିବା ନିକୋଟିନ୍ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ଆସୋସିଏସନ ଅଫ୍‌ ଭେଣ୍ଡର୍ସ ଇଣ୍ଡିଆ(ଏଭିଆଇ)। ଆଉ କହିଛି, ଧୂମପାନ ଜନିତ ମୃତ୍ୟୁରେ ନିକୋଟିନ୍‌ ଦାୟୀ ନୁହେଁ।

Advertisment

ସାଧରଣତଃ ଜଣେ ଯେତେବେଳେ ଧୂମପାନ କରିଥାଏ, ସେଥିରୁ ସିଗାରେଟ୍ ଟାର୍ ଓ ଅନ୍ୟ ବିଷାକ୍ତ ରସାୟନ ଧୂଆଁ ଆକାରରେ ବାହାରେ। ଯାହାକି ମୃତ୍ୟୁର କାରଣ ହେଇଥାଏ। ଏଭିଆଇ କହିଛି ଏହାର ବିପରୀତ ଅଟେ ଇ-ସିଗାରେଟ୍। ଏହା ନିକୋଟିନ୍ ତିଆରି କରିଥାଏ ସତ, ହେଲେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ।

publive-imageଆମେରିକାର ଫେଡରଲ୍ ଆଡମିଷ୍ଟ୍ରେସନ(ଏଫ୍‌ଡିଏ) ଅନୁସାରେ, ନିକୋଟିନ୍ ଏକ ଔଷଧ ଅଟେ। କାରଣ ଏହା ମସ୍ତିଷ୍କକୁ ଉତ୍ତେଜିତ କରିଥାଏ ଏବଂ ଆନନ୍ଦ ପ୍ରଦାନ କରିଥାଏ। ଏହା କ୍ୟାନସର, ଶ୍ୱାସଗତ ଓ ହାର୍ଟଆଟାକ୍‌ ଜନିତ ରୋଗ ସୃଷ୍ଟି କରେନାହିଁ। ଏହା କୌଣସି ଗୁରୁତର ରୋଗ ସୃଷ୍ଟିକାରୀ ଜିନିଷ ନୁହେଁ।

Advertisment

ଏଭିଆଇର ନିର୍ଦ୍ଦେଶକ ସମ୍ରାଟ ଚୌଧୁରୀ କହିଛନ୍ତି, ଭେପିଂକୁ ନେଇ ଅନେକ ଦିନ ଧରି  ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି। ଯେଉଁଥିପାଇଁ ଭାରତର ଅନେକ ରାଜ୍ୟରେ ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାସ୍ତବିକ୍‌ ଧୂମପାନ କରୁଥିବା ଲେକଙ୍କ ପାଇଁ ଏହି ଇ-ସିଗାରେଟ୍ ଏକ ବିକଳ୍ପ ପକ୍ରିୟା। ଏଥିରେ ଧୂମପାନ କରୁଥିବା ବ୍ୟକ୍ତିର କୌଣସି କ୍ଷତି ହୋଇନଥାଏ। ଭେପିଂର ଅର୍ଥ ଇ-ସିଗାରେଟ୍‌ , ଯେଉଁଥିରେ ଅନ୍ୟ କିଛି ଉପକରଣର ଉପଯୋଗ ହୋଇଥାଏ। ଏଥିରେ ଧୂମପାନ ଦ୍ୱାରା ବାଷ୍ପ ରୂପରେ ନିକୋଟିନ୍‌ ବା ଅନ୍ୟ କିଛି ଔଷଧରେ ଲୋକେ ନିଶ୍ୱାସ ନେଇଥାନ୍ତି।

publive-imageଏ ସଂପର୍କିତ ଆଉ କିଛି ତଥ୍ୟ ଦେବାକୁ ଯାଇ ସମ୍ରାଟ ଚୌଧୁରୀ କହିଛନ୍ତି, ଏହି ଭ୍ରାନ୍ତ ଧାରଣା କେବଳ ଭାରତରେ ସୀମିତ ହୋଇ ରହିନାହିଁ। ଇ-ସିଗାରେଟ୍‌କୁ ନେଇ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ନକରାତ୍ମକ ଧାରଣା ରହିଛି। ତଥ୍ୟ ମୁତାବକ ଇ-ସିଗାରେଟ୍ ବ୍ୟାଟେରୀ ଚାଳିତ ଏକ ଉପକରଣ ଏବଂ ଏଥିରେ ଏକ ତରଳ ପଦାର୍ଥକୁ ବ୍ୟବହାର କରାଯାଏ। ଯେଉଁଥିରେ ନିକୋଟିନ୍‌ର ବ୍ୟବହାର ମଧ୍ୟ ହୋଇପାରେ। ଏହା ସହ ଏଥିରେ କିଛି ଫ୍ଲେଭର, ପ୍ରୋପଲିନ୍ ଗ୍ଲାଇକଲ୍‌, ପନିପରିବାରୁ ବାହାରୁ ଥିବା ତୈଳଜାତୀୟ ପଦାର୍ଥ ଆଦି ସାମଗ୍ରୀକୁ ନେଇ ପ୍ରସ୍ତୁତ ହୋଇଥାଏ।

Smoking Nicotine Smoking Related Death
Advertisment
Advertisment