Advertisment

ମେଦବହୁଳତାର କାରଣ କ’ଣ ? କେମିତି ବର୍ତ୍ତିବେ

ମେଦବହୁଳତା ଆଜିର ସମାଜ ପାଇଁ ମୁଖ୍ୟ ସମସ୍ୟା ପାଲଟି ଗଲାଣି। ଏହାକୁ କମାଇବାକୁ ସମସ୍ତେ ଚିନ୍ତିତ। ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ବନ୍ଧୁମାନେ ଉପଦେଶ ଦିଅନ୍ତି। ଡାଏଟିଂ ଉପରେ ଧ୍ୟାନ ଦେବା ସହ ଜିମ୍‌ ଆଦି ଯାଇ ଓ ବ୍ୟାୟାମ କରି ମୋଟାପଣ କମେଇବାକୁ ଅନେକ ଚେଷ୍ଟା କରିଥାନ୍ତି। ବାସ୍ତବରେ ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ଏହାର ମୁଖ୍ୟ କାରଣ। ବିଶେଷକରି ଯୁବପିଢି ମେଦବହୁଳତାର ଶିକାର ବେଶୀ ମାତ୍ରାରେ ହେଉଛନ୍ତି। ଖାଲି ଯେ ଜଣେ ଅଧିକ ଖାଇଲେ […]

author-image
Otv Khabar Bureau
ମେଦବହୁଳତାର କାରଣ କ’ଣ ? କେମିତି ବର୍ତ୍ତିବେ

obesity1

ମେଦବହୁଳତା ଆଜିର ସମାଜ ପାଇଁ ମୁଖ୍ୟ ସମସ୍ୟା ପାଲଟି ଗଲାଣି। ଏହାକୁ କମାଇବାକୁ ସମସ୍ତେ ଚିନ୍ତିତ। ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ବନ୍ଧୁମାନେ ଉପଦେଶ ଦିଅନ୍ତି। ଡାଏଟିଂ ଉପରେ ଧ୍ୟାନ ଦେବା ସହ ଜିମ୍‌ ଆଦି ଯାଇ ଓ ବ୍ୟାୟାମ କରି ମୋଟାପଣ କମେଇବାକୁ ଅନେକ ଚେଷ୍ଟା କରିଥାନ୍ତି।

Advertisment

ବାସ୍ତବରେ ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ଏହାର ମୁଖ୍ୟ କାରଣ। ବିଶେଷକରି ଯୁବପିଢି ମେଦବହୁଳତାର ଶିକାର ବେଶୀ ମାତ୍ରାରେ ହେଉଛନ୍ତି। ଖାଲି ଯେ ଜଣେ ଅଧିକ ଖାଇଲେ ମୋଟା ହୋଇଯାଏ , ତା ନୁହେଁ, ପ୍ରକୃତ କାରଣ ହେଉଛି ଆମେ ଠିକ୍‌ ପରିମାଣରେ ବିଶ୍ରାମ ନନେଲେ ଓ ଉପଯୁକ୍ତ ଭାବେ ନଶୋଇଲେ ଖାଉଥିବା ଖାଦ୍ୟ ଠିକ୍‌ରେ ହଜମ ହୁଏନାହିଁ , ଯାହା ଫଳରେ ଆମେ ମୋଟାପଣର ଶିକାର ହୋଇଥାଉ। ଆଉ ମଧ୍ୟ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅସମୟରେ ଖାଇବା ଦ୍ୱାରା ଖାଦ୍ୟ ଠିକ୍‌ରେ ହଜମ ନହୋଇ ଏହା ମୋଟାପଣର କାରଣ ସାଜେ ।

publive-imageମୋଟାପଣର କାରଣ କ’ଣ ?

ନିକଟରେ ଅଷ୍ଟ୍ରେଲିଆର ଏକ ଗବେଷକ ଟିମ୍‌ ମେଦବହୁଳତା ଉପରେ ଗବେଷଣା କରିଥିଲେ। ୨୦ରୁ ୩୦ ବର୍ଷ ବୟସର ପ୍ରାୟ୧୦୦ ଜଣ ଯୁବକ ଓ ଯୁବତୀଙ୍କ ଉପରେ ଏହି ରିସର୍ଚ୍ଚ ହୋଇଥିଲା। ସେମାନଙ୍କର ଖାଦ୍ୟପେୟ ଓ ନିଦ୍ରା ଉପରେ ଅନୁଧ୍ୟାନ କରାଯାଇଥିଲା। ଜଣାପଡିଲା ଯେ, ନିଦ୍ରାହୀନତା ଯୋଗୁଁ ଶରୀରରେ ପୃଥୁଳତା ବଢିଯାଏ।  ରାତିରେ ଅଧିକ ସମୟ ଅନିଦ୍ରା ରହିଲେ ଶରୀରକୁ କ୍ୟାଲୋରୀ ଓ ଶକ୍ତିର ଅଭାବ ରହେ। କୌଣସି ଖାଦ୍ୟରୁ ପ୍ରୋଟିନ୍ ଶରୀର ଗ୍ରହଣ କରିପାରେନି। ଫଳରେ ଶରୀରର ସନ୍ତୁଳନ ଠିକ୍‌ ରହେନାହିଁ। ଆଉ ମଧ୍ୟ ଅସମୟରେ ଭୋକ ହୁଏ।

Advertisment

ଅନିଦ୍ରା ରହିବା ଦ୍ୱାରା କ୍ୟାଲୋରୀ ମେଦରେ ପରିଣତ ହୁଏ। ଫଳରେ  ଶରୀରରେ ମେଲାଟୋନିନ୍ ହରମୋନ୍ ନଷ୍ଟ ହୋଇଯାଏ। ଏବଂ ଶରୀରରେ ମେଦବହୁଳତାର ପ୍ରକ୍ରିୟା ଆରମ୍ଭ ହୁଏ।

Advertisment
Advertisment