/odishatv-khabar/media/post_attachments/uploadimage/library/16_9/16_9_0/aniseed-500x500_1626007783.jpg)
aniseed-500x500
ଭୁବନେଶ୍ୱର: ଶରୀରର ଫିଟ୍ନେସ ପାଇଁ ସମସ୍ତେ ଚିନ୍ତିତ। ବିଶେଷକରି ମୋଟା ହୋଇଗଲେ, ଓଜନ ବଢଗଲେ.. କଥା ସରିଲା। ଆଖିରୁ ନିଦ ହଜିଯାଏ। ତେବେ ମୋଟା ହେଉଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର। ଘରୋଇ ଉପାୟରେ ଆପଣ ମୋଟାପା କମାଇପାରିବେ।
ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପା’ନ୍ତି। ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ ।ଖାଲି ସ୍ୱାଦିଷ୍ଟ ନୁହେଁ, ଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ କରିଥାଏ । ତେବେ ଆପଣ ଜାଣନ୍ତି ପାନ ମଧୁରୀ ପାଣି ପିଇଲେ ବି ଓଜନ କମିଥାଏ। ଏହି ପାଣି ପିଇଲେ ଗ୍ୟାସ୍ ଓ ଏସିଡିଟି ଆଦି ସମସ୍ୟାମଧ୍ୟ ହୋଇ ନ ଥାଏ। ତା’ସହିତ ଶରୀରରେ ଅତିରିକ୍ତ ଚର୍ବିର ବୃଦ୍ଧିକୁ ଏହା ନିୟନ୍ତ୍ରଣ କରିଥାଏ। ତେଣୁ ଶରୀରର ଓଜନ ବଢ଼ି ନଥାଏ। କେବଳ ଏତିକି ନୁହେଁ, ପାନମଧୁରୀ ପାଣି ପିଇଲେ ହାଡ଼ ମଜବୁତ ରହିଥାଏ।
ପାନମଧୁରୀରେ ଭିଟାମିନ୍ ସି ରହିଛି, ଯାହା ତ୍ୱଚା ସହିତ ଜଡ଼ିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ । ଏହାଦ୍ୱାରା ଶରୀରର କ୍ଷତିକାରକ ହରମୋନ ତିଆରି ହେବା ବନ୍ଦ ହୋଇଥାଏ।
ପାନମଧୁରୀ ପାଣିକୁ ଷ୍ଟିମ୍ ଭାବରେ ନେଲେ, ନାକରେ ହୋଇଥିବା ଇନ୍ଫେକସନ୍ ଦୂର ହେବା ସହିତ ଶ୍ୱାସନଳୀ ସଫା ରହିଥାଏ। ଆହୁରି ମଧ୍ୟ ଶରୀରକୁ ସଠିକ୍ ପରିମାଣରେ ଅମ୍ଳଜାନ ମିଳିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)