/odishatv-khabar/media/post_attachments/uploadimage/library/16_9/16_9_0/salt-1_1625923499.jpg)
salt-1
ଭୁବନେଶ୍ୱର: ଲୁଣ ନ ପଡ଼ିଲେ ଖାଦ୍ୟର ସ୍ୱାଦ ରହେ ନାହିଁ। ଅଧିକ ଲୁଣ ବି ଶରୀର ପାଇଁ ଭଲ ନୁହେଁ। କାରଣ ଅଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ।
ଖାଦ୍ୟକୁ ବାଦ୍ ଦେଲେ, ଲୁଣର ଆଉ କିଛି ଉପକାରୀ ଗୁଣ ବି ଅଛି। କ’ଣ ସେହି ଉପକାରିତା ? ଆସନ୍ତୁ ଜାଣିବା।
– ଏକ ବାଲ୍ଟି ହାଲ୍କା ଉଷୁମ୍ ପାଣିରେ ଦୁଇ ଚାମଚ ଲୁଣ ଓ ଏକ ଚାମଚ ନଡ଼ିଆ ତେଲ ମିଶାଇ ଗାଧୋଇଲେ ଥଣ୍ଡାରୁ ଶୀଘ୍ର ମୁକ୍ତି ମିଳିଥାଏ।
– ମାଂସପେଶୀରେ ଯନ୍ତ୍ରଣା ହେଉଥିଲେ ଲୁଣ ପାଣିରେ ଗାଧାନ୍ତୁ। ଏହା ଅନେକାଂଶରେ ଯନ୍ତ୍ରଣାରୁ ଆରାମ ଦେବ।
/odishatv-khabar/media/post_attachments/wp-content/uploads/2019/08/salt-2.jpg)
– ଲୁଣ ପାଣିରେ ଗାଧୋଇବା ଦ୍ୱାରା ମାନସିକ ଶାନ୍ତି ମିଳେ। ଏହା ଦ୍ୱାରା ଆପଣ ଅଧିକ ଆରାମ ଅନୁଭବ କରିବେ। ଅତ୍ୟଧିକ ଷ୍ଟ୍ରେସ୍ ଅନୁଭବ କରୁଥିଲେ ଲୁଣ ପାଣିରେ ଗାଧାନ୍ତୁ। ନିଶ୍ଚୟ ଉତ୍ତମ ଫଳ ପାଇବେ।
– ପାଦ ଉପରେ ଶରୀରର ସବୁଠାରୁ ଅଧିକ ଚାପ ପଡ଼ିଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୁଣପାଣିରେ ପାଦକୁ ବୁଡାଇ ରଖନ୍ତୁ। ଆରାମ ଲାଗିବ। ତା’ଛଡ଼ା ଲୁଣପାଣି ପାଦର ଦୁର୍ଗନ୍ଧ ବି ଦୂର କରେ।
/odishatv-khabar/media/post_attachments/wp-content/uploads/2019/08/salt-3.jpg)
– ନିୟମିତ ଭାବେ ଲୁଣ ପାଣିରେ ଗାଧୋଇବା ଫଳରେ ଦାଗ ଓ ରିଙ୍କଲ୍ସ କମ୍ ହୋଇଥାଏ। ତ୍ୱଚା ନରମ ଓ ମୁଲାୟମ ହୋଇଥାଏ। ଏହା ତ୍ୱଚାର ମଏଶ୍ଚରକୁ ସନ୍ତୁଳିତ ରଖେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)