/odishatv-khabar/media/post_attachments/uploadimage/library/16_9/16_9_0/ice_1626689373.jpg)
ice
ଆମର ଦୈନନ୍ଦିନ ଜୀବନରେ ବରଫକୁ ଅନେକ ଉପାୟରେ ବ୍ୟବହାର କରିଥାଉ। ପାନୀୟ ଜଳ, ଜୁସ୍ ଇତ୍ୟାଦିରେ ପକାଇ ପିଇଥାଉ। ଯଦି ଆମର ହାତ କିମ୍ବା ଗୋଡ଼ ମୋଡ଼ି ହେଇଯାଇଥାଏ ତାହାଲେ ସେହି କଷ୍ଟରୁ ରକ୍ଷା ପାଇବା ପାଇଁ ବରଫ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ବରଫ ଆହୁରି ଅନେକ କାମରେ ଆସିଥାଏ। ଆସନ୍ତୁ ଜାଣିବା ବରଫକୁ ଆଉ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରିପାରିବା।
୧.ଛୋଟ ପିଲା ହେଉ କି ବଡ଼ ଲୋକ ସମସ୍ତେ ପିତା ଔଷଧ ଖାଇବାକୁ ନାରାଜ ହୋଇଥାନ୍ତି। ଯଦି ଔଷଧ ପିତା ଯୋଗୁ ଖାଉ ନାହାନ୍ତି। ତାହାଲେ ପାଟିରେ ଗୋଟେ ବରଫ ଖଣ୍ଡ ରଖିଲା ପରେ ଔଷଧ ଖାଆନ୍ତୁ। ଔଷଧ ଆପଣଙ୍କୁ ପିତା ଲାଗିବ ନାହିଁ।
/odishatv-khabar/media/post_attachments/wp-content/uploads/2018/07/medicine-close-up.jpg)
୨.ଅନେକଙ୍କର ଖାଦ୍ୟ ହଜମ ନ ହେବା ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଅନେକ ଚିନ୍ତିତ ଥାଆନ୍ତି। ଆପଣ ଯଦି ଅଧିକ ଖାଇଦେଇଛନ୍ତି। ତାପରେ ଖାଦ୍ୟ ସଠିକଭାବେ ହଜମ ହେଉନାହିଁ ତାହାଲେ ଖାଇବା ପରେ ଗୋଟିଏ ବରଫ ଖଣ୍ଡ ଖାଆନ୍ତୁ । ଖାଦ୍ୟ ଶୀଘ୍ର ହଜମ ହୋଇଯିବ।
/odishatv-khabar/media/post_attachments/wp-content/uploads/2018/07/ice-2.jpg)
୩.ଆପଣଙ୍କୁ ଯଦି ଶୀଘ୍ର କେଉଁ ଯାଗାକୁ ଯିବାର ଅଛି ଆଉ ମେକ୍ଅପ୍ ନେବାକୁ ସମୟ ନାହିଁ। ତାହାଲେ ଗୋଟେ ବରଫ ଖଣ୍ଡକୁ ଏକ କପଡ଼ାରେ ଗୁଡ଼ାଇ ମୁହଁରେ ଲଗାଇଲେ ତ୍ୱଚା ଉଜ୍ୱଳ ଦିଶିବ।
/odishatv-khabar/media/post_attachments/wp-content/uploads/2018/07/ice-3.jpg)
୪.ମୁଣ୍ଡବିନ୍ଧା ସମସ୍ୟା ଯୋଗୁ ଅନେକ ଲୋକ ଚିନ୍ତିତ ଥାଆନ୍ତି। ତେଣୁମୁଣ୍ଡ ବିନ୍ଧା ପାଇଁ ଅନେକ ଉପଚାର ମଧ୍ୟ ରହିଛି । କେହି ବାମ୍ ଲଗାନ୍ତି ତ ଆଉ କେହି ଘରୋଇ ଉପଚାରରେ ମୁଣ୍ଡ ବିନ୍ଧା ରୋକିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଆପଣଙ୍କର ମୁଣ୍ଡ ବିନ୍ଧୁଥିଲେ ମୁଣ୍ଡରେ ବରଫ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁଣ୍ଡ ବିନ୍ଧା କମ୍ ହେବ।
/odishatv-khabar/media/post_attachments/wp-content/uploads/2018/07/ice-4.jpg)
୫.ଯଦି ଶରୀରର କୌଣସି ସ୍ଥାନରୁ ଖଣ୍ଡିଆ ହୋଇ ରକ୍ତ ବାହାରୁଥାଏ। ତାହାଲେ ସେହି ସ୍ଥାନରେ ବରଫ ଲଗାନ୍ତୁ। ରକ୍ତ ବହିବା କମି ଯିବ।
୬.ଯଦି ଆପଣଙ୍କ ନାକରୁ ରକ୍ତ ବାହାରୁଛି। ତାହାଲେ ନାକ ଉପରେ ଗୋଟିଏ ବରଫ ଖଣ୍ଡ ରଖନ୍ତୁ। ରକ୍ତ ପଡିବା ବନ୍ଦ ହେଇଯିବ।/odishatv-khabar/media/post_attachments/wp-content/uploads/2018/07/ice-8-1.jpg)
୭.ଆପଣଙ୍କର ବାନ୍ତି ସମସ୍ୟା ରହିଛି କି? ତାହାଲେ ଗୋଟିଏ ଖଣ୍ଡ ବରଫକୁ ପାଟିରେ ରଖି ଧିରେ ଧିରେ ଖାଆନ୍ତୁ। ଏହା ଦ୍ୱାରା ବାନ୍ତି ହେବନାହିଁ।
/odishatv-khabar/media/post_attachments/wp-content/uploads/2018/07/ice-9.jpg)
୮. ଅନେକ ଲୋକଙ୍କର ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଫାଟିବା ସହ ଦରଜ ହୋଇ ଚାଲିବାରେ ମଧ୍ୟ ଅନେକ କଷ୍ଟ ହୋଇଥାଏ । ତେଣୁ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ହେଲେ ଗୋଇଠିରେ ବରଫ ଲଗାନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।
/odishatv-khabar/media/post_attachments/wp-content/uploads/2018/07/ice-0.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)