Advertisment

ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମୁଛି

ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମିବାରେ ଲାଗିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ ସ୍ୱଚ୍ଛ ବାୟୁ ଦ୍ୱାରା ମଣିଷ ସୁସ୍ଥ ରହେ। କିନ୍ତୁ ଆଜିକାଲି ବାୟୁ ପ୍ରଦୂଷଣ ବଢ଼ିବାରୁ ଭାରତୀୟମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଭାରତୀୟମାନଙ୍କର ଆୟୁଷ ୧.୫୩ ବର୍ଷ ପର୍ଯ୍ୟନ୍ତ କମ୍‌ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଓ ଦୁନିଆରେ ଜୀବନର ଅବଧି ଉପରେ ଆମେରିକାର ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ। ବାୟୁମଣ୍ଡଳରେ ଥିବା […]

author-image
Otv Khabar Bureau
ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମୁଛି

air pollution

ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମିବାରେ ଲାଗିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ ସ୍ୱଚ୍ଛ ବାୟୁ ଦ୍ୱାରା ମଣିଷ ସୁସ୍ଥ ରହେ। କିନ୍ତୁ ଆଜିକାଲି ବାୟୁ ପ୍ରଦୂଷଣ ବଢ଼ିବାରୁ ଭାରତୀୟମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଭାରତୀୟମାନଙ୍କର ଆୟୁଷ ୧.୫୩ ବର୍ଷ ପର୍ଯ୍ୟନ୍ତ କମ୍‌ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

Advertisment

ବାୟୁ ପ୍ରଦୂଷଣ ଓ ଦୁନିଆରେ ଜୀବନର ଅବଧି ଉପରେ ଆମେରିକାର ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ। ବାୟୁମଣ୍ଡଳରେ ଥିବା ୨.୫ ମାଇକ୍ରୋନ୍‌ରୁ ଆହୁରି ଛୋଟ କଣିକା ନେଇ ବାୟୁ ପ୍ରଦୂଷଣ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ଆଧାରରେ ମିଳିଥିବା ରିପୋର୍ଟ ମୁତାବକ, ଏହି ସୂଷ୍ମ କଣିକା ଅତି ସହଜରେ ମଣିଷ ଶରୀରର ଫୁସ୍‌ଫୁସ୍‌ ଭିତରେ ପ୍ରବେଶ କରିପାରୁଛି । ଏହା ଦ୍ୱାରା ହାର୍ଟ ଆଟାକ୍‌ ଓ ଶ୍ୱସନ ସଂସ୍ଥାନ ଜନିତ ରୋଗ ହେବା ସହ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହୁଛି। ବିଶେଷ କରି ବିଜୁଳି ଉତ୍ପାଦନ କେନ୍ଦ୍ର, କାର୍‌, ଟ୍ରକ୍‌,ଚାଷ କାର୍ଯ୍ୟରେ ପ୍ରୟୋଗ ହେଉଥିବା କେମିକାଲ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବାୟୁରେ ୨.୫ ମାଇକ୍ରୋନ୍‌ରୁ କମ୍‌ ସ୍ଥୂଳତ୍ୱ ବିଶିଷ୍ଟ ଧୂଳିକଣା ରହିଥାଏ।

ରିପୋର୍ଟରେ କୁହାଯାଇଛି ଯେ, ପ୍ରଦୂଷଣ ଯୋଗୁଁ ବାଂଲାଦେଶରେ ରହୁଥିବା ଲୋକଙ୍କ ଆୟୁଷ ୧.୮୭ ବର୍ଷ, ଇଜିପ୍ଟରେ ୧.୮୫ ବର୍ଷ, ପାକିସ୍ତାନ୍‌ରେ ୧.୫୬ ବର୍ଷ, ସାଉଦି ଆରବରେ ୧.୪୮ ବର୍ଷ, ନାଇଜେରିଆରେ ୧.୨୮ ବର୍ଷ ଓ ଚୀନ୍‌ରେ ୧.୨୫ ବର୍ଷ କମ୍‌ ହେଉଛି।

Advertisment


Advertisment
Advertisment