Advertisment

OJEE 2026 Registration Process Begins: ଆରମ୍ଭ ହେଲା OJEE ପାଇଁ ପଞ୍ଜୀକରଣ, ଏହି ଦିନ ପର୍ଯ୍ୟନ୍ତ ରହିବ ସକ୍ରିୟ

ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ପାଇଁ ପଞ୍ଜୀକରଣ। OJEE -୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ। ମେ ୪, ୫, ୭, ୮, ୯ ତାରିଖରେ ଆପାତତଃ ପରୀକ୍ଷା ଅନୁଷ୍ଠିତ ହେବ।

author-image
Pramod Behera
OJEE 2026 Registration Process Begins

ଆରମ୍ଭ ହେଲା OJEE ପାଇଁ ପଞ୍ଜୀକରଣ Photograph: (OTV)

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ମେ' ମାସରେ ପ୍ରବେଶିକା ପରୀକ୍ଷା ହେବା ନେଇ ଜଣାପଡ଼ିଛି। ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ। 

Advertisment

ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ମେ' ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ପ୍ରବେଶପତ୍ର ଏପ୍ରିଲ ଶେଷ ସୁଦ୍ଧା ଉପଲବ୍ଧ ହେବ। ତା’ପରେ ଜୁନ୍ ୨୦୨୬ରେ ଫଳାଫଳ ବାହାରିବ। ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଯୋଗ୍ୟତା ମାନଦଣ୍ଡକୁ ଭଲଭାବରେ ସମୀକ୍ଷା କରିବା ଉଚିତ। ପାଠ୍ୟକ୍ରମ, ପ୍ରବେଶପତ୍ର ଏବଂ ପରାମର୍ଶ ସୂଚୀ ସମେତ ସମସ୍ତ ସରକାରୀ ବିଜ୍ଞପ୍ତି ojee.nic.inରେ ପ୍ରକାଶିତ ହେବ।

Entrance Exam OJEE Odisha News
Advertisment
Advertisment