/odishatv-khabar/media/media_files/2025/09/30/si-exam-2025-09-30-20-45-56.jpg)
SI-EXAM Photograph: (OTV)
ସମୟ- ଗତକାଲି ରାତି ପ୍ରାୟ ଗୋଟାଏ। ବ୍ରହ୍ମପୁର ଏସପିଙ୍କ ନେତୃତ୍ବରେ ୪ଟି ପୋଲିସ୍ ଟିମ୍ ହଠାତ୍ ଓଡ଼ିଶା-ଆନ୍ଧ୍ର ହାଇୱେ ଉପରେ ୩ଟି ବସକୁ ପିଛା କରି ଅଟକାଇଥିଲେ। ଯେଉଁଥିରେ ଥିଲେ ଶତାଧିକ ପୋଲିସ୍ ସବଇନସ୍ପେକଟର ଚାକିରି ଆଶାୟୀ। ସମସ୍ତେ ଭୁବନେଶ୍ବରରୁ ଯାଉଥିଲେ ହାଇଦ୍ରାବାଦ। ଶ୍ରୀକାକୁଲମ୍ ପାଖରେ ଗାଡ଼ି ଅଟକାଇ ସମସ୍ତଙ୍କୁ ବ୍ରହ୍ମପୁର ଆଣି ତନାଘନା ଚଳାଇଛି ପୋଲିସ୍।
ମିଳିଥିବା ସୂଚନା ଅନୁସାରେ- ଅକଟୋବର ୫ ଓ ୬ରେ ରାଜ୍ୟରେ ହେବାକୁ ଥିବା ପୋଲିସ ସବ-ଇନସପେକଟର ପଦବୀ ଲିଖିତ ପରୀକ୍ଷା ପୂର୍ବରୁ ସ୍ପେଶାଲ୍ କୋଚିଂ ନେବାକୁ ଏମାନେ ହାଇଦ୍ରାବାଦ୍ ଯାଉଥିଲେ। ସେଠି ଏକ ହୋଟେଲରେ ରହିଥାନ୍ତେ ଓ ପରୀକ୍ଷା ପାଇଁ ସ୍ପେଶାଲ୍ କୋଚିଂ ନେଇ ଫେରିଥାନ୍ତେ। ତେବେ ସେମାନଙ୍କୁ ନେଉଥିବା ସଂସ୍ଥା ଏକ ବଡ଼ କେଳେଙ୍କାରୀ କରିବାକୁ ଯାଉଥିବାର ଠୋସ୍ ତଥ୍ୟ ପାଇବା ପରେ- ପୋଲିସ ଏସଆଇ ପରୀକ୍ଷାକୁ ୪ଦିନ ଆଗରୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ବା OPRB। ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବାବେଳେ ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ହେବା ନେଇ ସୂଚନା ଦିଆଯାଇଛି। ତାସହ ଏହି ପରୀକ୍ଷା କାହାର କିଛି ଅଭିଯୋଗ ଥିଲେ ତାହା ଜଣାଇବାକୁ ୯୦୪୦୪୯୩୨୨୩ରେ ଏକ ହେଲ୍ପ ଲାଇନ ନମ୍ବର ବି ଜାରି କରିଛି।...
ଏବେ ପ୍ରଶ୍ନ- ପୋଲିସ୍ ଏସଆଇ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପୂର୍ବରୁ ଏତେ ସଂଖ୍ୟାରେ ଚାକିରି ଆଶାୟୀ କାହିଁକି ଯାଉଥିଲେ ହାଇଦ୍ରାବାଦ ? ଏମାନଙ୍କୁ କୋଚିଂ ଦେବାକୁ ନେଉଥିବା ସଂସ୍ଥା କିଏ ? ଏସବୁ ମାଳ ମାଳ ପ୍ରଶ୍ନର ଉତ୍ତର ଖୋଜିବାକୁ ବ୍ରହ୍ମପୁର ପୋଲିସ୍ ସହ ତତ୍ପର ହୋଇଛି କ୍ରାଇମବ୍ରାଞ୍ଚ। ଏକ ୫ ଜଣିଆ ଟିମ୍ ବି ଅନୁସନ୍ଧାନ ଆରମ୍ଭ କରିଛି।
ତେଣେ ଚାକିରି ଆଶାୟୀଙ୍କ ଭବିଷ୍ୟତ ସହ ଖେଳକୁ ତୀବ୍ର ବିରୋଧ କରି ଆସୁଥିବା ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ ବି ଆଜିର ଘଟଣାକୁ ନେଇ ଆଣିଛି ସାଂଘାତିକ ଅଭିଯୋଗ। କହିଛି- OPRB, ITI ଟେକନୋଲୋଜି ସଂସ୍ଥାକୁ ପୋଲିସ ଏସଆଇ ପରୀକ୍ଷା ଦାୟିତ୍ବ ଦେଇଥିଲା। ଏହି ସଂସ୍ଥା ଦଲାଲଙ୍କ ସହ ମିଶି ଶତାଧିକ ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ଜଣାଇଥାନ୍ତେ। ତେଣୁ ଏହାକୁ ବ୍ଲାକ ଲିଷ୍ଟ କରାଯାଉ। ତେବେ ଏ ଅଭିଯୋଗ ଉପରେ ଓପିଆରବି କି ଆଇଟିଆଇ ଟେକନୋଲୋଜି ସଂସ୍ଥାର ପ୍ରତିକ୍ରିୟା ମିଳିନାହିଁ।...
ରାଜ୍ୟରେ ବିଭିନ୍ନ ପରୀକ୍ଷାକୁ ନେଇ କେଳେଙ୍କାରୀ ଥମିବାର ନାଁ ନେଉନି। ଆରଆଇ-ଅମିନ ହେଉ କି ଓଟିଇଟି ପରୀକ୍ଷା, ଏଭଳି କାରଣରୁ ଏକଜାମ୍ ହଠାତ୍ ସ୍ଥଗିତ ହେବା ଘଟଣା ମନରୁ ନଯାଉଣୁ ଏବେ ପୋଲିସ୍ ଏସଆଇ ପରୀକ୍ଷା ବି ଯାଇଛି ସମାନ ରାସ୍ତାରେ। ଫଳରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଏବେ ଦ୍ବନ୍ଦ୍ବରେ।...
Anusha dandekar: ପୂର୍ବତନ ପ୍ରେମିକ କରଣ କୁନ୍ଦ୍ରାଙ୍କୁ ଟାର୍ଗେଟ କଲେ ଅନୁଷା ଦାଣ୍ଡେକର ! ଏକା ସମୟରେ ଦୁଇ ଜଣ ମହିଳାଙ୍କୁ କରୁଥିଲେ ଡେଟ୍ ?

Bank Holidays In October: ଅକ୍ଟୋବରରେ ମୋଟ ୨୧ ଦିନ ବ୍ୟାଙ୍କ ଛୁଟି, ଜାଣନ୍ତୁ କେଉଁ ରାଜ୍ୟରେ କେତେ ଦିନ ?

POK Burns in Revolt: ଖଣ୍ଡ ଖଣ୍ଡ ହୋଇଯିବ କି ଆତଙ୍କୀସ୍ତାନ ? ରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ଲୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)