Advertisment

El Mencho Killed: ବିଶ୍ବର ସବୁଠୁ ବଡ଼ ନିଶା ମାଫିଆ ଏଲ ମେଞ୍ଚୋକୁ ଏନକାଉଣ୍ଟର, ଧ୍ୱଂସ ହେବ ଡ୍ରଗ୍ସ ବ୍ୟବସାୟ!

ଡ୍ରଗ୍ସ ମାଫିଆଙ୍କ ମୃତ୍ୟୁରୁ ମେକ୍ସିକୋରେ ହିଂସାକାଣ୍ଡ। ଡ୍ରଗ୍ସ ମାଫିଆ ଏଲ୍ ମେଞ୍ଚୋ ମୃତ୍ୟୁର ପ୍ରତିବାଦ। ସୁରକ୍ଷାକର୍ମୀଙ୍କ ଅପରେସନରେ ଏଲ୍ ମେଞ୍ଚୋର ମୃତ୍ୟୁ।

El Mencho Killed

El Mencho Killed Photograph: (OTV)

Advertisment

ବିଶ୍ୱର ସବୁଠାରୁ ବଡ଼ ନିଶା ମାଫିଆ ଏଲ ମେଞ୍ଚୋର ଏନକାଉଣ୍ଟର। ସେନାର ଯବାନଙ୍କ ଗୁଳିରେ ପ୍ରାଣ ହରାଇଛି ମେକ୍ସିକୋର ଡ୍ରଗ୍ସ ମାଫିଆ ଏଲ ମେଞ୍ଚୋ। ଏନକାଉଣ୍ଟର ପରେ ଡ୍ରଗ୍ସ ବ୍ୟବସାୟ ସମ୍ପୂର୍ଣ୍ଣ ଧ୍ୱଂସ ହେବା ଅନୁମାନ କରାଯାଉଛି। ସାରା ବିଶ୍ୱରେ ଡ୍ରଗ୍ସର କାରବାର ଚଳାଇଥିଲା ଏଲ ମେଞ୍ଚୋ। 

Advertisment

ମେକ୍ସିକୋର ବଡ଼ ନିଶା କାରବାର ସଂଗଠନ ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ CJNGର ନେତା ଥିଲା ଏଲ୍ ମେଞ୍ଚୋ। ଗୁଳିମାଡ଼ ପରେ ଚିକିତ୍ସା ପାଇଁ ମେକ୍ସିକୋ ସିଟିକୁ ଏୟାରଲିଫ୍ଟ କରାଯାଉଥିବା ସମୟରେ ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ହୋଇଛି। ଆମେରିକା ଏଲ ମେଞ୍ଚୋକୁ ବିଶ୍ୱର ସବୁଠାରୁ ବିପଦଜନକ ଡ୍ରଗ୍ସ ମାଫିଆ ଭାବେ ତାଲିକାଭୁକ୍ତ କରିଥିଲା। 

ତାକୁ ଧରାଇଦେବାକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ମେକ୍ସିକୋ ମଧ୍ୟ ୨୦୧୮ରେ ୧.୭ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା। ଅପରେସନ୍ ସମୟରେ ଅତି କମରେ ଚାରି ଜଣ CJNG ସଦସ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଲ୍ ମେନଚୋଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ CJNG ସଦସ୍ୟମାନେ ପ୍ରତିବାଦ କରିଥିଲେ। 

Advertisment

ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। କାର୍ଟେଲ ସମର୍ଥକମାନେ ରାସ୍ତା ଅବରୋଧ କରିବା ସହ ବସ୍ ଏବଂ କିଛି ଦୋକାନ ପୋଡ଼ି ଦେଇଛନ୍ତି। ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି। ଯାହାକୁ ନେଇ ମେକ୍ସିକୋର ଅନେକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

Mexico
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ