Baloch-Women-Attack-Pak Photograph: (OTV)
ରକ୍ତମୁଖା ମହିଳା, ଥରହର ପାକିସ୍ତାନ ! ଫୁଟିଛି ବୋମା, ବର୍ଷୁଛି ଗୁଳି । ସ୍ୱାଧୀନତା ପାଇଁ ଅସ୍ତ୍ର ଉଠାଇଛନ୍ତି ମହିଳା । ଗୁଳିକୁ ଡ଼ର ନାହିଁ, ମୃତ୍ୟୁକୁ ଭୟ ନାହିଁ । ମାତୃଭୂମିର ସ୍ବାଧୀନତା ପାଇଁ ହସି ହସି ପ୍ରାଣବଳି ଦେଉଛନ୍ତି ବଲୁଚ୍ ବୀରାଙ୍ଗାନା । ହାତରେ ବନ୍ଧୁକ ଧରି ମାଡିଆସୁଛନ୍ତି, ପାକିସ୍ତାନ ସେନାର ଛାତି ଚିରି ରକ୍ତ ପିଉଛନ୍ତି । ବର୍ତ୍ତମାନ ପାକିସ୍ତାନରେ ଦେଖାଦେଇଛି ଗୃହଯୁଦ୍ଧ ପରିସ୍ଥିତି । ଆଉ ଏ ଯୁଦ୍ଧର ମୁଖ୍ୟ ଯୋଦ୍ଧା ସାଜିଛନ୍ତି ସାଧାରଣ ମହିଳା । ଯାହାର ଚିତ୍ର ସୋସିଆଲ ମିଡିଆରେ ଆସିଛି ସାମ୍ନାକୁ ଓ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।
ବଲୁଚ୍ ବିଦ୍ରୋହୀ ସପ୍ତାହ ଭିତରେ ପାକିସ୍ତାନ ସେନା, ପୋଲିସ୍ ଠିକଣା ଓ ବିଭିନ୍ନ ପାକିସ୍ତାନୀ ଭିତ୍ତିଭୂମିକୁ ଟାର୍ଗେଟ୍ କରିଥିଲା । ଯେଉଁଥିରେ ପାକିସ୍ତାନୀ ସେନା, ପୋଲିସ ଏବଂ ଫ୍ରଣ୍ଟିୟର୍ କର୍ପସର ୨୦୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ବଲୁଚିସ୍ତାନ ଲିବେରେସନ ଆର୍ମି ବା BLA । ଏହି ଆକ୍ରମଣ ପରେ ଦୁଇ ଆକ୍ରମଣକାରୀଙ୍କ ଫଟୋ ଜାରି କରିଥିଲା BLA । ଉଭୟ ଥିଲେ ମହିଳା, ଜଣେ ହେଲେ ହାୱା ବଲୁଚ୍ ଓ ଅନ୍ୟ ଜଣେ ୨୪ ବର୍ଷୀୟ ଆସିଫା ମେଙ୍ଗଲ ।
ମହିଳା ଫିଦାୟିନ୍ କିଏ :
ହାୱା ବଲୁଚ୍ ନାମକ ସେହି ସାଧାରଣ ଯୁବତୀ ହାତରେ ବନ୍ଧୁକ ଧରି ହସୁଥିବା ଦେଖାଯାଇଛି । ହାୱା କହିଛନ୍ତି, 'ସେ ଶତ୍ରୁମାନଙ୍କ ଅପେକ୍ଷାରେ ଅଛନ୍ତି । ଏ ଯୁଦ୍ଧ ମଜାଦାର ଅଟେ ।' ଶେଷରେ ପାକିସ୍ତାନ ସେନା ବିରୋଧରେ ଲଢି ସେ ପ୍ରାଣବଳି ଦେଇଛନ୍ତି । ହାୱାଙ୍କ ପିତା ବି ଜଣେ ବିଏଲଏ ଯୋଦ୍ଧା ଥିଲେ, ଯାହାଙ୍କୁ ୨୦୨୧ରେ ହତ୍ୟା କରିଥିଲେ ପାକିସ୍ତାନ ସେନା ।
BLA ପାକିସ୍ତାନୀ ସେନା ବିରୋଧରେ ଏହି ଅପରେସନକୁ 'ହେରୋଫ୍ ପର୍ଯ୍ୟାୟ 2' ନାମ ଦେଇଛି । ଏଥିରେ ଖାଲି ହାୱା ବଲୁଚ କିମ୍ବା ଆସିଫା ନୁହଁନ୍ତି, ବର୍ତ୍ତମାନ ଶହ ଶହ ମହିଳା ସାମିଲ୍ ହେଉଛନ୍ତି । ମହିଳାଙ୍କ ଯୋଗଦାନ ବିନା ସ୍ବାଧୀନତା ସମ୍ଭବ ନୁହେଁ କହିଛନ୍ତି ବୋଲି କହିଛନ୍ତି । ଏହି ମହିଳା ବିଦ୍ରୋହୀଙ୍କୁ ‘ଫିଦାୟିନ୍’ କୁହାଯାଉଛି, ଯାହାର ଅର୍ଥ ଆତ୍ମଘାତୀ ଆକ୍ରମଣକାରୀ ।
ଆପଣଙ୍କ ମନରେ ବି ପ୍ରଶ୍ନ ଉଠୁଥିବ ଯେ କାହିଁକି ଅସ୍ତ୍ର ଉଠାଇଛନ୍ତି ବଲୁଚ୍ ମହିଳା ?
ବଲୁଚିସ୍ତାନ ପ୍ରାକୃତିକ ସଂପଦ ଓ ଦୁର୍ଲ୍ଲଭ ଖଣିଜ ଦ୍ରବ୍ୟରେ ପରିପୂର୍ଣ୍ଣ । କିନ୍ତୁ ପାକ୍ ସରକାର ଏହି ଖଣିଜ ସଂପଦର ଶୋଷଣ କରୁଥିବାବେଳେ ବଲୁଚିସ୍ତାନବାସୀ କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ସବୁକ୍ଷେତ୍ରରେ ପଛୁଆ । ବର୍ଷ ବର୍ଷ ଧରି ଏହି ଶୋଷଣ ଓ ନିରାଶାର ଫଳାଫଳ ଭାବେ ପାକିସ୍ତାନ ସରକାର ବିରୋଧରେ ଅସ୍ତ୍ର ଉଠାଇଛନ୍ତି ବଲୁଚବାସୀ । ନିଜକୁ ସ୍ବାଧୀନ ରାଷ୍ଟ୍ର ଭାବେ ଦେଖିବାକୁ ପାକ୍ ସେନା ବିରୋଧରେ ଲଢୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/03/baloch-women-attack-pak-2026-02-03-15-49-36.jpg)