Advertisment

US Suspends Visa Processing: ୭୫ ଦେଶ ପାଇଁ ଭିସା ବନ୍ଦ କଲା ଆମେରିକା, ତାଲିକାରେ ଅଛି କି ଭାରତ?

୭୫ ଦେଶ ପାଇଁ ଭିସା ବନ୍ଦ କଲା ଆମେରିକା। ରୁଷ୍ ଓ ଇରାନ ସମେତ ମୋଟ ୭୫ଟି ଦେଶର ନାଗରିକଙ୍କ ପାଇଁ ଭିସା ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ।

Visa Restriction

Visa Restriction Photograph: (OTV)

Advertisment

୭୫ ଦେଶ ପାଇଁ ଭିସା ବନ୍ଦ କଲା ଆମେରିକା। ରୁଷ୍  ଓ ଇରାନ ସମେତ ମୋଟ ୭୫ଟି ଦେଶର ନାଗରିକଙ୍କ ପାଇଁ ଭିସା ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ। ଫକ୍ସ ନ୍ୟୁଜ୍ ର ଏକ ରିପୋର୍ଟ ଅନୁଯାୟୀ, ଏହି ନିଷେଧାଦେଶ ଜାନୁଆରି ୨୧ ତାରିଖରୁ ଲାଗୁ ହେବ। 

Advertisment

ଭିସା ପ୍ରକ୍ରିୟାର ସମୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ପ୍ରଚଳିତ ଆଇନ ଅନୁଯାୟୀ ଭିସା ପ୍ରଦାନ ନ କରିବାକୁ ଆମେରିକାର ଦୂତାବାସଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଏହି ନିଷେଧାଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ ହେବାକୁ ଯାଉଛି। 

ଆବେଦନକାରୀମାନେ ଆମେରିକା ଉପରେ ଆର୍ଥିକ ବୋଝ ସୃଷ୍ଟି କରିବା ଆଶଙ୍କାରେ ଏହି ରୋକ ଲଗାଯାଇଥିବା କୁହାଯାଉଛି। ସୋମାଲିଆ, ରୁଷ୍ , ଇରାନ, ଆଫଗାନିସ୍ତାନ, ବ୍ରାଜିଲ, ନାଇଜେରିଆ, ଥାଇଲାଣ୍ଡ, ଇଜିପ୍ଟ ଏବଂ ୟେମେନ ମଧ୍ୟ ୭୫ ପ୍ରଭାବିତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ। 

Advertisment

ତେବେ ଏହି ରିପୋର୍ଟ ଉପରେ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ। ଏହି ନିଷେଧାଦେଶ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହି ନିଷ୍ପତ୍ତିକୁ ଟ୍ରମ୍ପ ପ୍ରଶାସନର କଠୋର ଇମିଗ୍ରେସନ୍  ନୀତିର ଏକ ଅଂଶ ଭାବରେ ଦେଖାଯାଉଛି।

୭୫ ଦେଶ ପାଇଁ ଭିସା ବନ୍ଦ କଲା ଆମେରିକା
ରୁଷ୍, ଇରାନ ସମେତ ୭୫ଟି ଦେଶ ଉପରେ କଟକଣା
ଭିସା ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି
ଜାନୁଆରୀ ୨୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟକାରୀ
ଆମେରିକା ଉପରେ ଆର୍ଥିକ ବୋଝ ସୃଷ୍ଟି ଆଶଙ୍କାରେ ରୋକ

Advertisment
Suspend Immigration Visa USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ