Advertisment

U.S. launches military strikes on Venezuela: ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍, ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ଭେନେଜୁଏଲା ଉପରେ ଆମେରିକାର ବଡ ହମଲା। ରାଜଧାନୀ କାରାକସରେ ଏୟାର ଷ୍ଟ୍ରାଇକ୍। ଏମରଜେନ୍ସି ଘୋଷଣା କଲେ ଭେନେଜୁଏଲା ରାଷ୍ଟ୍ରପତି। ରାଜଧାନୀ କାରାକସରେ ୭ଟି ମିସାଇଲ ମାଡ କଲା।

Venezuela

Venezuela Photograph: (OTV)

Advertisment

ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ କଲା ଆମେରିକା। ରାଜଧାନୀ କାରାକାସ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିବାର ଶୁଣାଯାଇଛି। ଆମେରିକା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିବା ଆଶଙ୍କା କରାଯାଇଛି। ଭେନେଜୁଏଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ଟ୍ରମ୍ପ।

Advertisment

ଭେନେଜୁଏଲା ସାମରିକ ଘାଟିକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ଏହି ପରିସ୍ଥିତିରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ। ବିଳମ୍ବିତ ରାତିରେ ଏୟାର ଷ୍ଟ୍ରାଇକ୍ କରାଯାଇଥିବା ସୂଚନା ମିଳିଛି। ତେବେ ଏୟାର ଷ୍ଟ୍ରାଇକ୍ ନେଇ ଆମେରିକା ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ।

ଭେନେଜୁଏଲାର ସରକାର କହିଛନ୍ତି ଯେ, କାରାକାସ ବ୍ୟତୀତ, ଉପକୂଳବର୍ତ୍ତୀ ରାଜ୍ୟ ମିରାଣ୍ଡା, ଆରାଗୁଆ ଏବଂ ଲା ଗୁଆଇରା ମଧ୍ୟ ପ୍ରଭାବିତ ହୋଇଛି ।

Advertisment

କାରିବିଆନରେ କଥିତ ନିଶା ଚାଲାଣ ଜାହାଜ ଉପରେ ଆମେରିକାର ବିମାନ ଆକ୍ରମଣର କିଛି ମାସ ପରେ, ରାଷ୍ଟ୍ରପତି ଟ୍ରମ୍ପ ଭେନେଜୁଏଲାରେ ବାରମ୍ବାର ସ୍ଥଳ ଆକ୍ରମଣ ଧମକ ଦେବା ପରେ ସହରରେ ବିସ୍ଫୋରଣ ଘଟିଥିଲା।

Air Strike United States Of America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ