Advertisment

Turkish woman sues Trump: ତୁର୍କୀରେ ଟ୍ରମ୍ପଙ୍କ ସିକ୍ରେଟ୍ ଝିଅ! ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କଲେ

ଟ୍ରମ୍ପଙ୍କ ଝିଅ ଭାବେ ନିଜକୁ ଦାବି କରିଛନ୍ତି ତୁର୍କୀର ଜଣେ ମହିଳା। ସେଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଦିଶୁଛନ୍ତି। ତେଣୁ ତାଙ୍କର ଡିଏନଏ ଟେଷ୍ଟ କରିବାକୁ ଦାବି କରିଛନ୍ତି।

Turkish-woman-claims

Turkish-woman-claims Photograph: (OTV)

Advertisment

ଟ୍ରମ୍ପଙ୍କ ଝିଅ ଭାବେ ନିଜକୁ ଦାବି କରିଛନ୍ତି ତୁର୍କୀର ଜଣେ ମହିଳା। ସେଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଦିଶୁଛନ୍ତି। ତେଣୁ ତାଙ୍କର ଡିଏନଏ ଟେଷ୍ଟ କରିବାକୁ ଦାବି କରିଛନ୍ତି। ଏ ନେଇ ସେ କୋର୍ଟରେ ମକଦ୍ଦମା ବି କରିଛନ୍ତି। ଖାଲି ସେତିକି ନୁହେଁ ଟ୍ରମ୍ପ ତାଙ୍କ ବାପା ବୋଲି ପ୍ରମାଣ କରିବାକୁ ଡିଏନଏ ଟେଷ୍ଟ ପାଇଁ ଆବେଦନ କରିଛନ୍ତି ଏହି ମହିଳା। 

Advertisment

ସେ ମହିଳା ଜଣକ ହେଉଛନ୍ତି ନେକ୍‌ଲା ଓଜ୍‌ମେନ। ବୟସ ୫୫ ବର୍ଷ। ଘର ତୁର୍କୀର ରାଜଧାନୀ ଆନକାରାରେ। ୧୯୭୦ରେ ତାଙ୍କ ଜନ୍ମହୋଇଥିଲା। ସେକୁହନ୍ତି, ସତୀ ଓ ଦୁରସୁନ୍‌ ଓଜ୍‌ମେନଙ୍କ ଝିଅ ଭାବେ ନାଗରିକ ରେକର୍ଡରେ ତାଙ୍କ ନାଁ ପଞ୍ଜୀକୃତ ହୋଇଛି। ଏହି ଦମ୍ପତିଙ୍କ ଲାଳନପାଳନରେ ବଡ଼ ହୋଇଛନ୍ତି ନେକ୍‌ଲା। କିନ୍ତୁ ପରେ ଓଜ୍‌ମେନ ଦମ୍ପତି ତାଙ୍କୁ ପାଳିଥିଲେ ବୋଲି ଜାଣିବାକୁ ପାଇଥିଲେ। ୨୦୧୭ରେ ତାଙ୍କମା’ ସତୀ ତାଙ୍କୁ ସତ କହିଥିଲେ।

ନେକ୍‌ଲା ଅଭିଯୋଗ କରିଛନ୍ତି, ୧୯୭୦ରେ ଆନ୍‌କାରାର ଏକ ହସ୍ପିଟାଲରେ ଶିଶୁ ବଦଳ ଘଟଣା ଘଟିଥିଲା । ତାଙ୍କୁ ପାଳିଥିବା ମା’ ସତୀ ହସ୍ପିଟାଲରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ସେହି ସମୟରେ ଅନ୍ୟ ଜଣେ ମହିଳା ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ସେ ଜଣେ ଆମେରିକୀୟ ନାଗରିକ ଏବଂ ତାଙ୍କ ନାଁଥିଲା ସୋଫିଆ। ସେ ନିଜ ନବଜାତକର ଲାଳନପାଳନ ଓ ନାଁ ପଞ୍ଜିକରଣ ପାଇଁ ତାକୁ ଓଜ୍‌ମେନ ପରିବାର ହାତକୁ ଟେକି ଦେଇଥିଲେ।

Advertisment

ଟ୍ରମ୍ପଙ୍କ ସହ ଅବୈଧ ସମ୍ପର୍କ ଏହାର କାରଣ ବୋଲି ସୋଫିଆ କହିଥିଲେ। ସେହି ଶିଶୁ ହେଉଛି ମୁଁ। ତେଣୁ ଟ୍ରମ୍ପ ହିଁ ମୋ ବାପା ବୋଲି ଦାବି କରିଛନ୍ତି ନେକଲା। ଏ ନେଇ ଗତବର୍ଷ ସେପ୍ଟେମ୍ବର ୨୫ରେ ସେ ଫ୍ୟାମିଲି କୋର୍ଟରେ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିଲେ। ତେବେ କୋର୍ଟ ପ୍ରମାଣ ଅଭାବରୁ ଏହାକୁ ଖାରଜ କରି ଦେଇଛନ୍ତି। ତଥାପି ସେ ଏହା ବିରୋଧରେ ଆମେରିକା ଦୂତାବାସ ଓ ଆମେରିକୀୟ କୋର୍ଟକୁ ପିଟିସନ୍‌ ପଠାଇଛନ୍ତି।

ନେକ୍‌ଲା ଏବେ ଟ୍ରମ୍ପଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ସେ କହିଛନ୍ତି, “ମୁଁ ଟ୍ରମ୍ପଙ୍କ ସମସ୍ୟାର କାରଣ ହେବାକୁ ଚାହୁଁନାହିଁ। କେବଳ ସତ ଜାଣିବାକୁ ଚାହୁଁଛି। ଜାଣିବାକୁ ଚାହୁଁଛି ଯେ ସେ ମୋର ବାପା କି ନୁହେଁ? ଯଦି ସେ ରାଜି ହୁଅନ୍ତି, ଡିଏନ୍‌ଏ ଟେଷ୍ଟ୍‌ ଜରିଆରେ ମଁି ପ୍ରମାଣ କରିପାରିବି। ସେ ଜଣେ ଭଲ ବାପା ବୋଲି ମୋର ବିଶ୍ୱାସ।”

Advertisment
American President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ