Advertisment

Trump’s Big Announcement on Venezuelan Oil: ଟ୍ରମ୍ପଙ୍କ ବଡ଼ ଘୋଷଣା; ପୁରା ବିଶ୍ବକୁ ତୈଳ ବିକିବ ଆମେରିକା

ଭେନେଜୁଏଲା ତୈଳକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା। ପୁରା ବିଶ୍ବକୁ ୫ କୋଟି ବ୍ୟାରେଲ ତୈଳ ବିକିବ ଆମେରିକା। ଭାରତକୁ ମଧ୍ୟ ଭେନେଜୁଏଲା ତେଲ ବିକିବ ଆମେରିକା।

America

America Photograph: (OTV)

Advertisment

ଭେନେଜୁଏଲା ତୈଳକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁରା ବିଶ୍ବକୁ ତେଲ ବିକିବ ଆମେରିକା। ପ୍ରାୟ ୫ କୋଟି ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା। ଭାରତକୁ ମଧ୍ୟ ଭେନେଜୁଏଲାରୁ ତୈଳ କ୍ରୟ କରିବାକୁ ଅନୁମତି ମଳିବା ନେଇ ହ୍ବାଇଟ ହାଉସରୁ ସଂକେତ ମିଳିଛି । 

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି 'ଭେନେଜୁଏଲା ମଧ୍ୟ ରାଜି ହୋଇଛି ଆମେରିକା ତୁରନ୍ତ ୫୦ ନିୟୁତ ବ୍ୟାରେଲ ପର୍ଯ୍ୟନ୍ତ ଅଶୋଧିତ ତେଲ ବିଶୋଧନ ଏବଂ ବିକ୍ରୟ ଆରମ୍ଭ କରିବ । ଏଥିସହ ଭେନେଜୁଏଲାରେ ତୈଳ କମ୍ପାନୀଗୁଡ଼ିକୁ 'ସମ୍ପୂର୍ଣ୍ଣ ସୁରକ୍ଷା' ପ୍ରତିଶ୍ରୁତି ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। 

ଭେନେଜୁଏଲାର ତୈଳ ଉତ୍ପାଦନ ବୃଦ୍ଧି ପାଇଁ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକ ମୁଖ୍ୟଙ୍କ ସହ ବୈଠକରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି । କେଉଁ କମ୍ପାନୀଗୁଡ଼ିକ ଭେନେଜୁଏଲାକୁ ଯିବେ ସେ ବିଷୟରେ ଆମେ ନିଷ୍ପତ୍ତି ନେବୁ କହିଛନ୍ତି ଟ୍ରମ୍ପ ।

Advertisment

ଭେନେଜୁଏଲା ତୈଳକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା
ପୁରା ବିଶ୍ବକୁ ୫ କୋଟି ବ୍ୟାରେଲ ତୈଳ ବିକିବ ଆମେରିକା
ଭାରତକୁ ମଧ୍ୟ ଭେନେଜୁଏଲା ତେଲ ବିକିବ ଆମେରିକା
ତୈଳ କ୍ରୟ ଅନୁମତି ମଳିବା ନେଇ ହ୍ବାଇଟ ହାଉସରୁ ସଂକେତ
ତୈଳ ବିକ୍ରୟ ପାଇଁ ଭେନେଜୁଏଲା ରାଜି: ଟ୍ରମ୍ପ 
ଭେନେଜୁଏଲାରେ ତୈଳ କମ୍ପାନୀଗୁଡ଼ିକୁ 'ସମ୍ପୂର୍ଣ୍ଣ ସୁରକ୍ଷା' ପ୍ରତିଶ୍ରୁତି

Donald Trump USA America American President Donald Trump Venezuela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ