Advertisment

Trump Warns Iran: ନିସର୍ତ୍ତ ଆତ୍ମସମର୍ପଣ କର, ନହେଲେ ଜାରି ରହିବ ଆକ୍ରମଣ; ଟ୍ରମ୍ପଙ୍କ ଚେତାବନୀ

ନିସର୍ତ୍ତ ଆତ୍ମସମର୍ପଣ କର, ନହେଲେ ଜାରି ରହିବ ଆକ୍ରମଣ। ଇରାନ ଉଦ୍ଦେଶ୍ୟରେ ଏଭଳି ଢଙ୍ଗରେ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।

Trump Warns Iran

Trump Warns Iran Photograph: (OTV)

Advertisment

ନିସର୍ତ୍ତ ଆତ୍ମସମର୍ପଣ କର, ନହେଲେ ଜାରି ରହିବ ଆକ୍ରମଣ। ଇରାନ ଉଦ୍ଦେଶ୍ୟରେ ଏଭଳି ଢଙ୍ଗରେ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟମ୍ପ୍ କହିଛନ୍ତି ସର୍ତ୍ତହୀନ ଆତ୍ମସମର୍ପଣ ବିନା ଇରାନ୍ ସହ ଏବେ କିଛି ବି ଚୁକ୍ତି ସମ୍ଭବ ନୁହେଁ।ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥରେ ଏଭଳି ବୟାନ ରଖିଛନ୍ତି। 

Advertisment

ଆଉ ତାଙ୍କ ଚିରାଚରିତ ଡାଇଲଗ ମେକ୍ ଇରାନ୍ ଗ୍ରେଟ୍ ଏଗେନ୍ ନାରା ଦେଇ କହିଛନ୍ତି, ଆମେରିକାର କଥା ମାନିଲେ ହିଁ ଇରାନରୁ ପୁନରୁଦ୍ଧାରରେ ସେ ପୂର୍ଣ୍ଣ ସହଯୋଗ କରିବେ। ଆତ୍ମସମର୍ପଣ ପରେ ଜଣେ ଭଲ ନେତା ବାଛିବାରେ ସହାୟତା କରି ଇରାନକୁ ପୁନର୍ଗଠନ କରାଯିବ ବୋଲି କହିଛନ୍ତି। 

ସେପଟେ ଆମେରିକା ଓ ଇସ୍ରାଏଲ ଆକ୍ରମଣକୁ ଇରାନ ସାମ୍ନା କରିବା ସହ ଏହାର କଡ଼ା ଜବାବ ଦେଉଛି। ତେଣୁ ଏପରି ସ୍ଥିତିରେ ଇରାନ ଆତ୍ମସମର୍ପଣର ସମ୍ଭାବନା ଦେଖାଯାଉନଥିବାରୁ ଯୁଦ୍ଧ ଆହୁରି ବ୍ୟାପକ ହେବାର ଆଶଙ୍କା ପ୍ରକାଶ ପାଇଛି। ଆଉ ଟ୍ରମ୍ପଙ୍କ ଏଭଳି  କଠୋର ଆଭିମୁଖ୍ୟ ପରେ ଆଲୋଚନାର ସମ୍ଭାବନା କମ୍ ବୋଲି ଚର୍ଚ୍ଚା ହେଉଛି।

Advertisment

Iran Donald Trump American President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ