TRUMP Photograph: (OTV)
ବିଶ୍ବ ମଞ୍ଚରେ ପୁଣି ଲୋକହସା ହେଲା ପାକିସ୍ତାନ। ପଛରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଠିଆକରି ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (American President Donald Trump)। ଗତ କାଲି ଗାଜା ଶାନ୍ତି ଚୁକ୍ତି ପରେ ଇଜିପ୍ଟରେ ବିଶ୍ବ ନେତାମାନଙ୍କୁ ଟ୍ରମ୍ପ ସମ୍ବୋଧିତ କରିବା ସମୟରେ ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଟ୍ରମ୍ପ କହିଥିଲେ, ଇଣ୍ଡିଆ ହେଉଛି ଗ୍ରେଟ୍, ଯେଉଁଠି କି ମୋର ଜଣେ ବହୁତ ଭଲ ବନ୍ଧୁ ରହିଛନ୍ତି। ଯିଏ କି ବହୁତ ଭଲ କାମ କରୁଛନ୍ତି ।
ଟ୍ରମ୍ପ ଏଭଳି କହୁଥିବା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପଛରେ ଠିଆ ହୋଇ ତାଳି ମାରୁଥିବା ଦେଖିବାକୁ ମିଳିଛି। ଟ୍ରମ୍ପଙ୍କ କଥାରେ ତାଳି ମାରିବା ଛଡ଼ା ସରିଫଙ୍କ ପାଖରେ ଅନ୍ୟବାଟ ନଥିଲା । ଭାରତ-ପାକିସ୍ତାନ ଉତ୍ତେଜନାକୁ ବନ୍ଦ କରିଥିବା ଦାବି ଟ୍ରମ୍ପ ଦୋହରାଉଥିବାବେଳେ ଭାରତ ଏହାକୁ ବାରମ୍ବାର ଖଣ୍ଡନ କରିଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/trump-2025-10-14-09-59-11.jpg)