Advertisment

Trump's War Cost: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ; ଜଳିଯିବ ଆମେରିକାର ୧୯ ଲକ୍ଷ କୋଟି, ଟେନସନ୍‌ରେ ଟ୍ରମ୍ପ

ଟ୍ରଂପଙ୍କୁ ମହଙ୍ଗା ପଡୁଛି ଇରାନ୍‌ ସହ ଯୁଦ୍ଧ । ସ୍ବାହା ହେବ ଆମେରିକାର ୧୯ ଲକ୍ଷ କୋଟି । ଆହୁରି ମାସେ ଚାଲିବ ଯୁଦ୍ଧ । ଖାମେନେଇଙ୍କୁ ମାରିବା ପରେ ରକ୍ତମୁଖା ଇରାନ । ଯୁଦ୍ଧ ଆହୁରି ମାସେ ଚାଲିଲେ ଆମେରିକାର ୨୧୦ ବିଲିୟନ ଡଲାର କ୍ଷତି ହେବ ।

Trump's-War-Cost-In-Iran-a

War Cost Photograph: (OTV)

Advertisment

ଟ୍ରଂପଙ୍କୁ ମହଙ୍ଗା ପଡୁଛି ଇରାନ୍‌ ସହ ଯୁଦ୍ଧ । ସ୍ୱାହା ହେବ ଆମେରିକାର ୧୯ ଲକ୍ଷ କୋଟି । ଆହୁରି ମାସେ ଚାଲିବ ଯୁଦ୍ଧ ! ଉଡିଗଲାଣି ଟ୍ରଂପଙ୍କ ନିଦ ।
ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ମାରିଛି ଆମେରିକା, ହେଲେ ଏତିକିରେ ଯୁଦ୍ଧ ସରିନି କି ହାରିନି ଇରାନ୍ । ଦୁବାଇରୁ ତେହେରାନ ଦିନକୁ ଦିନ ତେଜୁଛି ନିଆଁ । ଆମେରିକା-ଇସ୍ରାଏଲର ପ୍ରତିଟି ମିସାଇଲ୍‌ର ଜବାବ ମିସାଇଲ୍‌ରେ ଦେଉଛି ରକ୍ତମୁଖା ଇରାନ୍‌ । ଖୋଜି ଖୋଜି ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକାର ସାମରିକ ଘାଟି ଓ ଦୂତାବାସଙ୍କୁ ଉଡାଉଛି । ଯାହାକି ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ଚିନ୍ତା ବଢାଇଛି ।

Advertisment

କାରଣ ଯୁଦ୍ଧ ଯେତେ ତେଜୁଛି, ସେତେ ଖାଲିହେଉଛି ଆମେରିକାର ଅର୍ଥନୀତି  । ଇରାନ୍‌ ଉପରେ ଆଟାକ୍‌ କରିବା ପୂର୍ବରୁ ଏ ଯୁଦ୍ଧ ଯେ ଏତେ ମହଙ୍ଗା ପଡିବ ତା ହୁଏତ କଳନା କରିନଥିଲେ ଟ୍ରଂପ । ଖାମେନେଇଙ୍କୁ ମାରି ଇରାନ୍‌କୁ ଚୁପ୍‌ କରିଦେବାକୁ ସେ ଭାବିଥିଲେ । ହେଲେ ଇରାନ୍‌ର ଜୋରଜାର୍ ଜବାବ ଏବେ ନିଜକୁ ଶାନ୍ତିଦୂତ ବୋଲାଉଥିବା ଟ୍ରଂପଙ୍କୁ ଛାନିଆ କରିଛି । 

 ଇରାନ୍‌ ସହ ଆମେରିକା ଇସ୍ରାଏଲର ଯୁଦ୍ଧ ଅତିକମ୍‌ରେ ଆହୁରି ମାସେ ଯାଏଁ ଚାଲିବା ନେଇ ଅନୁମାନ କରୁଛନ୍ତି ବିଶେଷଜ୍ଞ । ଟ୍ରଂପ ଯୁଦ୍ଧରେ ପାଣି ଭଳି ଡଲାର ଉଡାଉଛନ୍ତି । ଏ ଯୁଦ୍ଧ ଜାରି ରହିଲେ ହଜାର ହଜାର ଜୀବନ ତ ଯିବ ତା ସହ ବିରାଟ କ୍ଷତି ସହିବ ଆମେରିକା ଅର୍ଥବ୍ୟବସ୍ଥା ।  କାରଣ ଆମେରିକାର ଶୀର୍ଷ ଆର୍ଥିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ଯୁଦ୍ଧ ମାସେ ଚାଲିଲେ ଆମେରିକାର ୨୧୦ ବିଲିୟନ ଡଲାର ବା ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା କ୍ଷତି ହେବ । 
ଇରାନ ଉପରେ ଆକ୍ରମଣ କରିବାର ପ୍ରଥମ ୨୪ ଘଣ୍ଟାରେ ଆମେରିକା ପ୍ରାୟ ୭୭୯ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୬,୯୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

Advertisment

ଖାମେନେଇ ଓ ଇରାନ୍‌ର ଅନ୍ୟ ହସ୍ତିମାନଙ୍କୁ ମାରିବା ପୂର୍ବରୁ ଆମେରିକା ମଧ୍ୟପ୍ରାଚ୍ୟରେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ଷ୍ଟ୍ରାଇକ ଗ୍ରୁପ୍ ମୂତୟନ କରିଥିଲା । ଏଥିରେ ବିଶ୍ୱର ସବୁଠୁ ବଡ ଏୟାରକ୍ରାଫ୍ଟ କ୍ୟାରିୟର  ୟୁଏସ୍‌ଏସ୍‌ ଜେରାଲ୍ଡ ଆର୍ ଫୋର୍ଡ ବି ସାମିଲ୍ ଥିଲା । ସେଣ୍ଟର ଫର୍ ନ୍ୟୁ ଆମେରିକାନ ସିକ୍ୟୁରିଟିର କହିବା ଅନୁଯାୟୀ, ଏଭଳି ଗୋଟିଏ ଷ୍ଟ୍ରାଇକ୍ ଗ୍ରୁପକୁ ଚଲାଇବାକୁ ଦିନକୁ 6.5 ମିଲିୟନ ଡଲାର୍ ଅର୍ଥାତ୍ ୫୮ କୋଟି ଟଙ୍କା ଖର୍ଚ୍ଚ ହୁଏ । 

ମିଳିତ ଆକ୍ରମଣ ପୂର୍ବରୁ ସୈନ୍ୟ ପ୍ରସ୍ତୁତି, ଲଢୁଆ ବିମାନ, ନୌସେନା ଜାହାଜ ମୂତୟନରେ ଆମେରିକାର ପ୍ରାୟ  630 ମିଲିୟନ ଡଲାର ବା ୫,୫୫୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଟ୍ରମ୍ପଙ୍କ କହିବା ଅନୁସାରେ ଯଦି ଯୁଦ୍ଧ ଲମ୍ବା ଚାଲେ ତାହେଲେ ମାସକ ଭିତରେ ଆମେରିକାର ୨୧୦ ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି ଅନୁମାନ କରିଛନ୍ତି ଆମେରିକୀୟ ଆର୍ଥିକ ବିଶେଷଜ୍ଞ କେଣ୍ଟ ସ୍ମେଟର୍ସ । ତେଣୁ ମଧ୍ୟପ୍ରାଚ୍ୟରେ ଏ ଘମାଘୋଟ ଯୁଦ୍ଧ କେବଳ ଇରାନକୁ ନେଇ ବରଂ ଆମେରିକାକୁ ବି ଭାରି ମହଙ୍ଗା ପଡିବ ।  

Advertisment


ବ୍ୟୁରୋ ରିପୋର୍ଟ, ଓଟିଭି

Trump America Air Strike America War Tension In Middle East Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ