Advertisment

US Gains Control of Venezuelan Oil Barrels: ଭେନେଜୁଏଲା ତେଲ ବିକିବ ଆମେରିକା, ଟ୍ରମ୍ପ କଲେ ବଡ ଘୋଷଣା

ଭେନେଜୁଏଲା ଦଖଲ ପରେ ତାର ତୈଳ ଭଣ୍ଡାର ଉପରେ ଆମେରିକାର କବଜା । ୩୦ରୁ ୫୦ ମିଲିୟନ ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା ।

Donald Trump

Donald Trump Photograph: (OTV)

Advertisment

ଭେନେଜୁଏଲା ଦଖଲ ପରେ ତାର ତୈଳ ଭଣ୍ଡାର ଉପରେ ଆମେରିକାର କବଜା । ୩୦ରୁ ୫୦ ମିଲିୟନ ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା । ଏନେଇ ଭେନେଜୁଏଲା ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ଅନୁମତି ଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । 

Advertisment

ଏମିତିକି ତୈଳ ବଜାର ମୂଲ୍ୟରେ ବିକ୍ରି କରାଯିବ । ତୈଳ ବିକ୍ରିରୁ ମିଳିଥିବା ମୂଲ୍ୟ ଭେନେଜୁଏଲାବାସୀଙ୍କ ସହ ଆମେରିକା ସ୍ବାର୍ଥରେ ବିନିଯୋଗ କରାଯିବା ବୋଲି ଟ୍ରଂପ ଉଲ୍ଲେଖ କରିଛନ୍ତି । ଭେନେଜୁଏଲାର ତୈଳ ଇଣ୍ଡଷ୍ଟ୍ରିକୁ ପୁନଃବିନ୍ୟାସ କରାଯିବ ଉଲ୍ଲେଖ କରିଛନ୍ତି । ତେବେ ଏନେଇ ଭେନେଜୁଏଲା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି।

ଏପଟେ ଏୟାରଷ୍ଟ୍ରାଇକ୍ ପରେ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ଆମେରିକା ହେପାଜତରେ ଅଛନ୍ତି। ଏବେ ନ୍ୟୁୟର୍କ ଜେଲରେ ଅଛନ୍ତି ମାଦୁରୋ। ତାଙ୍କ ବିରୋଧରେ ଲାଗିଛି ଡ୍ରଗ୍ସ କାବାର ବିରୋଧୀ ଦଫା । ମାଦୁରୋଙ୍କ ଅନୁପସ୍ଥିତିରେ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍ଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଭେନେଜୁଏଲା ତେଲ ବିକିବ ଆମେରିକା
ଭେନେଜୁଏଲା ଦଖଲ ପରେ ତୈଳ ଭଣ୍ଡାର ନେଲା ଆମେରିକା
୩୦ରୁ ୫୦ ମିଲିୟନ ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା
ବଜାର ମୂଲ୍ୟରେ ତୈଳ ବିକ୍ରି କରିବ ଆମେରିକା
ମିଳିଥିବା ଅର୍ଥ ଭେନେଜୁଏଲା ଓ ଆମେରିକା ବାସୀଙ୍କ ସ୍ବାର୍ଥରେ ବିନିଯୋଗ
ସୋସିଆଲ ମିଡିଆରେ ଉଲ୍ଲେଖ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ

Donald Trump USA Venezuela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ