Advertisment

Donald Trump: କମୁନି ଟ୍ରଂପଙ୍କ ବୟାନବାଜୀ; ପୁଣି କଲେ ବଡ ଦାବି, କହିଲେ....

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଆମେରିକାର ବାଧା ପରେ ରୁଷ୍‌ରୁ ତେଲ କିଣିବ ନାହିଁ ଭାରତ। ଚୀନ୍ ମଧ୍ୟ ରୁଷୀୟ ତୈଳ ଆମଦାନୀ ହ୍ରାସ କରିଛି।

Trump-Russia-India-Oil

Trump-Russia-India-Oil Photograph: (OTV)

Advertisment

ରୁଷ୍‌ରୁ ତେଲ କିଣିବ ନାହିଁ ଭାରତ । ଆମେରିକାର ବାଧା ପରେ ଭାରତର ଏହି ନିଷ୍ପତ୍ତି। ଆସିଲା ଟ୍ରଂପଙ୍କ ଏଭଳି ବୟାନବାଜୀ। କହିଲେ, ଭାରତ ରୁଷୀୟ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଶନିବାର, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମିତି ଦାବି କରିବା ସହିତ ଚୀନ୍ ମଧ୍ୟ ରୁଷୀୟ ତୈଳ ଆମଦାନୀ "ଯଥେଷ୍ଟ ପରିମାଣରେ ହ୍ରାସ" କରିଛି ବୋଲି କହିଛନ୍ତି। ରୁଷୀୟ ଉର୍ଜା କମ୍ପାନୀଗୁଡ଼ିକ ଉପରେ ଆମେରିକାର ନୂଆ କଟକଣା ଲାଗୁ କରିବା ପରେ ଟ୍ରମ୍ପ ଏଭଳି ମତ ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି, ତାଙ୍କ ପ୍ରଶାସନ ରୁଷର ଅର୍ଥନୀତି ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ତୈଳ ରପ୍ତାନିକୁ କଡ଼ାକଡ଼ି କରୁଛି। ବିଶେଷ କରି ଏହି କଟକଣାଗୁଡ଼ିକ ରୁଷୀୟ ତୈଳ କମ୍ପାନୀ ରୋସ୍‌ନେଫ୍ଟ ଏବଂ ଲୁକୋଇଲକୁ ଟାର୍ଗେଟ କରୁଛି। ଏପରି ହେଲେ, ତୈଳରୁ ହେଉଥିବା ଆୟରେ ରୁଷ୍‌ ତା’ର ସାମରିକ କାର୍ଯ୍ୟକଳାପ ଜାରି ରଖିପାରିବ ନାହିଁ।
ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଟ୍ରମ୍ପ ଭାରତକୁ ନେଇ ଏପରି ଦାବି କରିଛନ୍ତି। ସେ ପୂର୍ବରୁ ମଧ୍ୟ ଏଭଳି ବୟାନବାଜୀ କରିଛନ୍ତି। ଭାରତ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି ଆଉ କହିଛି, ଏହାର ଉର୍ଜା ନୀତି କେବଳ ଜାତୀୟ ସ୍ୱାର୍ଥ ଏବଂ ସୁଲଭ ଯୋଗାଣର ଆବଶ୍ୟକତା ଉପରେ ଆଧାରିତ।
ଭାରତ ସ୍ପଷ୍ଟ କରିଛି ଯେ ଆମେରିକାର କୌଣସି ଚାପରେ ସେ ଏହାର ରୁଷୀୟ ତୈଳ କ୍ରୟକୁ ହ୍ରାସ କରି ନାହିଁ। ଭାରତ ଅନେକ ଥର ଦୋହରାଇଛି ଯେ ସେ ତା’ର ଉର୍ଜା ସ୍ୱାର୍ଥ ଅନୁଯାୟୀ, ରୁଷ୍‌ରୁ ଅଶୋଧିତ ତୈଳ ଆମଦାନୀ ଜାରି ରଖିବ ଏବଂ ଏହାର ଲକ୍ଷ୍ୟ ହେଉଛି ବିଶ୍ୱ ଉର୍ଜା ସ୍ଥିରତାକୁ ବଜାୟ ରଖିବା।
ଟ୍ରମ୍ପ ଖାଲି ଭାରତକୁ ନେଇ ନୁହେଁ, ଚୀନକୁ ମଧ୍ୟ ଟାର୍ଗେଟ୍ କରି କହିଛନ୍ତି। ସେ କହିଛନ୍ତି, “ଚୀନରୁ ଆସୁଥିବା ଫେଣ୍ଟାନିଲ୍ ଭଳି ଏକ ଘାତକ ଔଷଧ ଆମେରିକାରେ ହଜାର ହଜାର ଲୋକଙ୍କୁ ହତ୍ୟା କରୁଛି। ଦୁଇ ଦେଶ ମଧ୍ୟରେ ଏକ ବୈଠକ ହେବ ଏବଂ ଏଥିରେ ଏକ "ବଡ଼ ଚୁକ୍ତି" ହୋଇପାରେ। ଏହି ବୈଠକ ଆମେରିକା-ଚୀନ୍ ସମ୍ପର୍କକୁ ଆଉଥରେ ମଜବୁତ କରିବାର ଏକ ସୁଯୋଗ ଦେବ" ବୋଲି ସେ କହିଛନ୍ତି।

Advertisment

ଅଧିକ ଦେଖନ୍ତୁ:

American President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ