Mexico Photograph: (OTV)
ଜୋର ଧରିଛି ଜେନ୍-ଜି ଆନ୍ଦୋଳନ। ନେପାଳ ପରେ ଏବେ ମେକ୍ସିକୋରେ ତେଜିଛନ୍ତି ଜେନ-ଜି। ହଜାର ହଜାର ଜେନ୍-ଜି ମେକ୍ସିକୋ ସିଟିର ରାଜରାସ୍ତାକୁ ଓହ୍ଲାଇଛନ୍ତି। ମିଚୋଆକାନ୍ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ‘ଜେନେରେଶନ ଜି’ ବ୍ୟାନର ଧରି ମେକ୍ସିକୋରେ ଜେନ୍ ଜିମାନେ ଜୋର୍ଦାର ଆନ୍ଦୋଳନ କରିଛନ୍ତି। ଅପରାଧ, ଦୁର୍ନୀତି ଏବଂ ଦଣ୍ଡମୁକ୍ତି ପ୍ରତିବାଦରେ ଏହି ଆନ୍ଦୋଳନ ଚାଲୁଥିବା ବେଳେ ବିରୋଧୀ ଦଳଗୁଡ଼ିକର ସମର୍ଥକମାନେ ଏହି ଆନ୍ଦୋଳନକୁ ଦୃଢ଼ ସମର୍ଥନ କରିଛନ୍ତି।
ଆନ୍ଦୋଳନ ସମୟରେ କିଛି ଯୁବକଙ୍କ ପୋଲିସ ସହିତ ସଂଘର୍ଷ ହୋଇଛି। ପ୍ରଦର୍ଶନକାରୀମାନେ ପଥର, ଲାଠି ଏବଂ ଚେନରେ ପୋଲିସ ଉପରକୁ ଆକ୍ରମଣ କରିବା ସହ ପୋଲିସ୍ ଉପରକୁ ବାଣ ଫିଙ୍ଗିଛନ୍ତି। ଏପରିକି ପୋଲିସମାନଙ୍କଠାରୁ ସେମାନଙ୍କ ଢାଲ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଛଡ଼ାଇ ନେଇଯିବାର ନଜର ଆସିଛି। ଏହି ସଂଘର୍ଷରେ ୧୨୦ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୦୦ ଜଣ କେବଳ ପୋଲିସ ଅଧିକାରୀ ଅଛନ୍ତି। ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୦ ଜଣଙ୍କୁ ଗିରଫ କରାଯାଇଛି।
ମେକ୍ସିକୋର ପଶ୍ଚିମ ରାଜ୍ୟ ମିଚୋଆକାନର ଜଣେ ଲୋକପ୍ରିୟ ମେୟରଙ୍କ ହତ୍ୟା ସମେତ ଦେଶରେ ବହୁ ହତ୍ୟାକାଣ୍ଡ ସତ୍ତ୍ୱେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କ ଲୋକପ୍ରିୟତା ଏବେ ବି ଅଧିକ ରହିଛି।
ଦୁର୍ନୀତି, ଅସମାନତା ଓ ଗଣତାନ୍ତ୍ରିକ ପତନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ବର୍ତ୍ତମାନର ଯୁବଗୋଷ୍ଠୀ। ୧୯୯୦ ମସିହା ପରେ ଏବଂ ୨୦୧୦ ମସିହା ପୂର୍ବରୁ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଜେନ୍-ଜି ବୋଲି କୁହାଯାଉଛି। ଏହି ଜେନ୍-ଜି ଗୋଷ୍ଠୀ ସେପ୍ଟେମ୍ବର ମାସରେ ନେପାଳ ସରକାରଙ୍କୁ ପଦରୁ ହଟାଇ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/mexico-2025-11-17-13-14-17.jpg)