Tehran-Crisis Photograph: (OTV)
ଏବେ ଇରାନର ରାଜଧାନୀ ତେହରାନ୍ ଆକାଶରେ ସଙ୍କଟର କଳାବାଦଲ। ଏହି ସହରଟି ବିଶ୍ଵର ସବୁଠୁ ପୁରୁଣା ସହର ମଧ୍ୟରୁ ଗୋଟିଏ। ପାଖାପାଖି କୋଟିଏରୁ ଅଧିକ ଲୋକ ଏଠି ବସବାସ କରୁଛନ୍ତି। କିନ୍ତୁ ଏହି ସହର ଏବେ ଭୟଙ୍କର ଜଳସଙ୍କଟ ଦେଇ ଗତି କରୁଛି। ଯଦି ଶୀଘ୍ର ବର୍ଷା ନହୁଏ ତେବେ ଏହି ସଙ୍କଟ ଆଗକୁ ଆହୁରି ଗମ୍ଭୀର ହୋଇପାରେ। ଖୁବ ଶୀଘ୍ର ସହରର କିଛି ସ୍ଥାନରେ ରାତି ସମୟରେ ଜଳ ଯୋଗାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇପାରେ ।
ତେହରାନରେ ଖରାଦିନେ ପ୍ରବଳ ଗରମ ଅନୁଭୂତ ହୁଏ । ଶରତ ଋତୁରେ ବର୍ଷା ଏବଂ ଶୀତଦିନେ ତୁଷାରପାତ ବି ହୋଇଥାଏ । ଏଥର କିନ୍ତୁ ବର୍ଷା ନହେବା ଯୋଗୁଁ ଜଳ ସଙ୍କଟ ଦେଖା ଦେଇଛି । ଏହି ବର୍ଷ ତେହରାନରେ ଶତାବ୍ଦୀର ସବୁଠୁ କମ୍ ବର୍ଷା ହୋଇଛି। ରାଷ୍ଟ୍ରପତି ମସୁଦ୍ ପେଜେସ୍କିୟାନ କହିଛନ୍ତି ରାଜଧାନୀରେ ଜଳସଙ୍କଟ ସ୍ଥିତି ଅତି ଗମ୍ଭୀର ରହିଛି। ଡିସେମ୍ବର ଶେଷ ସୁଦ୍ଧା ବର୍ଷା ନ ହେଲେ ତେହରାନ୍କୁ ଖାଲି କରିବାକୁ ପଡ଼ିପାରେ। ରାଜଧାନୀକୁ ପାଣି ଯୋଗାଇଥିବା କରଜ ନଦୀ ଉପରେ ନିର୍ମିତ ଅମୀର କବୀର ଡ୍ୟାମ ଶୁଖିଯାଇଛି । ଜଳଭଣ୍ଡାରରେ ଥିବା ପାଣି ୨ ସପ୍ତାହରୁ କମ ସମୟ ଯାଏ ଯୋଗାଇ ହେବ । ଅନ୍ୟ ପ୍ରମୁଖ ଡ୍ୟାମରେ ମଧ୍ୟ ପାଣି ନାହିଁ ।
ଏହି ସମସ୍ୟା ଲାଗି ଜଳବାୟୁ ପରିବର୍ତ୍ତନ ଏବଂ କମ୍ ଦୃଷ୍ଟିପାତକୁ ଦାୟୀ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ ୫୦ ବର୍ଷ ମଧ୍ୟରେ ଦେଶର ହାରାହାରି ତାପମାତ୍ରା ପ୍ରାୟ ୧.୬ ଡିଗ୍ରୀ ସେଲସିୟସ ବଢ଼ିଛି । ଏହା ସହ ଭୂତଳ ଜଳସ୍ତର ମଧ୍ୟ କମିଛି । ଚାଷ କାମରେ ଅତ୍ୟଧିକ ଜଳର ବ୍ୟବହାର ସାଙ୍ଗକୁ ସହରରେ ବଢ଼ୁଥିବା କୋଠା ବାଡ଼ି ସଂଖ୍ୟା ଏହାର ଅନ୍ୟ କାରଣ। ଯେତେବେଳେ ଏହି ସଙ୍କଟ ଆରମ୍ଭ ହେଲା ସରକାର ଏହା ପ୍ରତି ଧ୍ୟାନ ଦେଲେନି। ଫଳରେ ଆଜି ତେହରାନକୁ ଖାଲି କରିବାକୁ ପଡ଼ିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/tehran-crisis-2025-11-12-10-49-11.jpg)