Advertisment

Pakistan: ପାକିସ୍ତାନ ଉପରେ ବଡ଼ ଆକ୍ରମଣ, ୧୨ ପାକ୍ ସୈନିକ ନିହତ

ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ। ତାଲିବାନ୍ ଓ ପାକ୍ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ୧୨ ପାକ୍ ସୈନିକ ନିହତ ହୋଇଥିବା ବେଳେ ସୀମାରେ ପାକ୍ ସେନାର ଭୀଷଣ କ୍ଷୟକ୍ଷତି ହୋଇଛି।

Pakistan

Pakistan Photograph: (OTV)

Advertisment

ପାକିସ୍ତାନଆଫଗାନିସ୍ତାନ ମଧ୍ୟରେ ସୀମା ଉତ୍ତେଜନା ଦିନକୁ ଦିନ ତୀବ୍ର ହେଉଛି। ନିକଟରେ ଆଫଗାନିସ୍ତାନ ଉପରେ ପାକିସ୍ତାନ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ ହେବା ପରେ ଏହାର ଦୃଢ ଜବାବ ଦେଇଛି ଆଫଗାନିସ୍ତାନ। ସୀମା ଉତ୍ତେଜନା ବୃଦ୍ଧି ପାଇବା ପରେ ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟାବହ ଗୁଳିବିନିମୟ ହୋଇଥିଲା। ତାଲିବାନ ନେତୃତ୍ୱାଧୀନ ଆଫଗାନ ସେନା କୁନାର ଏବଂ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ରେଖାରେ ଥିବା ଅନେକ ପାକିସ୍ତାନୀ ସେନା ପୋଷ୍ଟକୁ କବଜା କରିଥିଲେ, ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

Advertisment

ଆଫଗାନିସ୍ତାନ ଆକ୍ରମଣରେ ଘାଇଲା ହୋଇଛି ପାକିସ୍ତାନ। ପାକିସ୍ତାନ ଉପରେ ତାଲିବାନର ପ୍ରଚଣ୍ଡ ଆକ୍ରମଣ। ତାଲିବାନ୍ ଓ ପାକ୍ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନ ସେନା ପାକିସ୍ତାନର ୮ଟି ଅଞ୍ଚଳରେ ଏକକାଳୀନ ଆକ୍ରମଣ କରିଛି। ଡୁରାଣ୍ଡ ଲାଇନରେ ଉଭୟ ଦେଶର ସେନା ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଛି। 
ହଜାର ହଜାର ତାଲିବାନୀ ସୈନ୍ୟ ସାମରିକ ଅଭିଯାନରେ ସାମିଲ ଅଛନ୍ତି। ଆମେରିକୀୟ ସେନା ଛାଡ଼ି ପଳାଇଥିବା ସାମରିକ ଯାନ ଉପରେ ତାଲିବାନ ନିଜ ପତାକା ଉଡ଼ାଇ ଏହି ସଂଘର୍ଷରେ ସାମିଲ ହୋଇଛି। ଭାରୀ ଯୁଦ୍ଧାସ୍ତ୍ର, ମୋର୍ଟାର ଓ ଡ୍ରୋନ୍ ବ୍ୟବହାର କରି ପାକିସ୍ତାନ ସେନାର ପ୍ରାୟ ୧୦ଟି ପୋଷ୍ଟ୍ , ବାରାକ୍ ଓ ଲଜିଷ୍ଟିକ୍ ହବକୁ ଟାର୍ଗେଟ୍ କରିଛି ଆଫଗାନିସ୍ତାନ ସେନା।

ସୀମାରେ ପାକ୍ ସେନାର ଭୀଷଣ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଅନେକ ପାକ୍ ନାଗରିକ ମଧ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାକିସ୍ତାନର ସାମ୍ପ୍ରତିକ ବାୟୁସେନା ଆକ୍ରମଣର ପ୍ରତିଶୋଧ ବୋଲି ତାଲିବାନ କହିଛି। ଦୁଇ ଦିନ ତଳେ  କାବୁଲ, ଖୋଷ୍ଟ ଓ ନଙ୍ଗରହାର ପ୍ରଦେଶରେ ତାଲିବାନର ପ୍ରତିଷ୍ଠାନ ଉପରେ ପାକିସ୍ତାନ ବୋମାମାଡ଼ କରିଥିଲା।

Advertisment

ଜଣେ ଆଫଗାନ ପ୍ରତିରକ୍ଷା ଅଧିକାରୀ ଏକ ବିବୃତ୍ତିରେ କହିଛନ୍ତି, “ତାଲିବାନ ବଳ କୁନାର ଏବଂ ହେଲମାଣ୍ଡ ପ୍ରଦେଶରେ ଡୁରାଣ୍ଡ ରେଖା ପାର ହୋଇ ପାକିସ୍ତାନୀ ସେନାଠାରୁ ଅନେକ ଆଉଟପୋଷ୍ଟ କବଜା କରିଛି। ଆଗକୁ ଯଦି ପାକିସ୍ତାନ ସେନା ଆଫଗାନିସ୍ତାନ ବାୟୁସୀମା ପାର୍ ହୋଇ ଆକ୍ରମଣ କରେ, ତାହାଲେ ତାର ପୂର୍ଣ୍ଣ ଜବାବ ଦିଆଯିବ।”

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ