US VP JD Vance's House Attacked Photograph: (OTV)
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ। ଓହିଓ ସିନସିନ୍ନାଟି ସ୍ଥିତ ବାସଭବନ ଉପରେ ଆକ୍ରମଣ ହୋଇଛି। ଏଥିରେ ଭାନ୍ସଙ୍କ ଘରର କେତେଗୁଡ଼ିଏ ଝରକା କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ବେଳେ ଘରେ ଭାନ୍ସ କିମ୍ବା ତାଙ୍କ ପରିବାରର କେହି ସଦସ୍ୟ ଅନୁପସ୍ଥିତ ଥିଲେ। ଏହି ଘଟଣାରେ ଆମେରିକାର ସିକ୍ରେଟ୍ ସର୍ଭିସ୍ ଓ ସ୍ଥାନୀୟ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ ରଖି ଜେରା କରୁଛି।
ସଂପୃକ୍ତ ବ୍ୟକ୍ତି ଜଣକ ଜେଡି ଭାନ୍ସଙ୍କ ଝରକା ଭାଙ୍ଗିବା ସହ ଅନ୍ୟ ସମ୍ପତ୍ତି ନଷ୍ଟ କରିଥିବା କୁହାଯାଉଛ। ବ୍ୟକ୍ତି ଜଣକ ଏକ ହାତୁଡ଼ିରେ ଝରଙ୍ଗା ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ସିକ୍ରେଟ୍ ସର୍ଭିସ୍ ତୁରନ୍ତ ତାକୁ କବଜା କରିନେଇଥିଲେ। ନୂଆବର୍ଷ ଅବସରରେ ସିନସିନ୍ନାଟି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଏଭଳି ଘଟଣା ଘଟିଛି।
ଜେଡି ଭାନ୍ସଙ୍କ ଘରେ ଆକ୍ରମଣ
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘରେ ଆକ୍ରମଣ
ଓହିଓ ସିନସିନ୍ନାଟି ସ୍ଥିତ ବାସଭବନ ଉପରେ ଆକ୍ରମଣ
ଝରକା ଭାଙ୍ଗି ଘରେ ପଶିବାକୁ ଉଦ୍ୟମ ବେଳେ ଯୁବକ ଗିରଫ
ଦୁର୍ବୃତ୍ତକୁ ତୁରନ୍ତ ଗିରଫ କଲେ ସିକ୍ରେଟ୍ ସର୍ଭିସ ଏଜେଣ୍ଟ୍
ଭାନ୍ସଙ୍କ ଘରର କେତେଗୁଡ଼ିଏ ଝରକା କ୍ଷତିଗ୍ରସ୍ତ ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/05/jd-vance-2026-01-05-21-27-14.jpg)