Advertisment

Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ ଯବନିକା! ଜେଲେନସ୍କି-ଟ୍ରମ୍ପ ମିଳିତ ପ୍ରେସମିଟ୍

ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା। ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ ଯବନିକା! ଯୁଦ୍ଧ ବନ୍ଦ ନେଇ ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା। ସବୁ କିଛି ଠିକଠାକ୍ ରହିଲେ ଆଉ କିଛି ସପ୍ତାହ ଲାଗିପାରେ।

Russia-Ukraine War

Russia-Ukraine War Photograph: (OTV)

Advertisment

୪ ବର୍ଷର ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ ଯବନିକା। ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା। ଯୁଦ୍ଧ ସମାପ୍ତ କରିବା ଦିଗରେ ଅନେକ ଅଗ୍ରଗତି ହୋଇଛି। ସବୁ କିଛି ଠିକଠାକ୍ ରହିଲେ ଆଉ ମାତ୍ର କିଛି ସପ୍ତାହ ଲାଗିପାରେ। ଯୁଦ୍ଧ ବନ୍ଦ ନେଇ ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

Advertisment

ସାକ୍ଷାତ ଆଲୋଚନା ପରେ ଦୁହେଁ ମିଳିତ ପ୍ରେସମିଟ କରିଥିଲେ। ଟ୍ରମ୍ପ କହିଥିଲେ, ଆମ ଭିତରେ ଭଲ ଆଲୋଚନା ହୋଇଛି। ଅନେକ ପ୍ରସଙ୍ଗରେ କଥା ହୋଇଥିଲୁ। ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ ନେଇ ଆମେ ବହୁତ ନିକଟତର ହୋଇଛୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ଘାତକ ଯୁଦ୍ଧକୁ ସମାପ୍ତ କରିବା ଦିଗରେ ଆମେ ବହୁତ ଅଗ୍ରଗତି କରିଛୁ। ଏନେଇ ଜେଲେନ୍ସିକଙ୍କ ସହ ୟୁରୋପୀୟ ନେତାଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଟ୍ରମ୍ପ। 

ସେହିପରି ଜେଲେନସ୍କି କହିଛନ୍ତି, ସମସ୍ତ ବିଷୟ ଉପରେ ବହୁତ ଭଲ ଆଲୋଚନା ହେଲା। ଶାନ୍ତି ଫେରାଇ ଆଣିବାର ସମସ୍ତ ଦିଗ ଉପରେ ଆଲୋଚନା ସହ ୨୦ ସୂତ୍ରୀ ଶାନ୍ତି ଯୋଜନା ଉପରେ ୯୦ ପ୍ରତିଶତ ସହମତି ହୋଇଛି। ଆମେରିକା-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ଶତ ପ୍ରତିଶତ ହୋଇଛି ସହମତି। ସେହିପରି ଆମେରିକା-ୟୁରୋପ-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ନେଇ ପ୍ରାୟ ସହମତ ହୋଇଛି। ଆଜି ଜେଲେନସ୍କିଙ୍କ ସହ ଆଲୋଚନା ପୂର୍ବରୁ ଟ୍ରମ୍ପ ୨ ଘଣ୍ଟା ଫୋନ୍ ଯୋଗେ ରୁଷ ରାଷ୍ଟ୍ରପତି ପୁନିଟଙ୍କ ସହ ଆଲୋଚନା କରିଥିଲେ।

Advertisment

•    ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା 
•    ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ ଯବନିକା !
•    ଯୁଦ୍ଧ ବନ୍ଦ ନେଇ ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା
•    ସବୁ କିଛି ଠିକଠାକ୍ ରହିଲେ ଆଉ କିଛି ସପ୍ତାହ ଲାଗିପାରେ
•    ଫ୍ଲୋରିଡ଼ାରେ ଜେଲେନସ୍କି-ଟ୍ରମ୍ପ ଆଲୋଚନା
•    ଆଲୋଚନା ପରେ ଜେଲେନସ୍କି-ଟ୍ରମ୍ପ ମିଳିତ ପ୍ରେସମିଟ୍ 
•    'ଭଲ ଆଲୋଚନା ହେଲା, ଅନେକ ପ୍ରସଙ୍ଗରେ କଥା ହେଲୁ'
•    'ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ନେଇ ଆମେ ବହୁତ ନିକଟତର ହୋଇଛୁ'
•    'ଘାତକ ଯୁଦ୍ଧକୁ ସମାପ୍ତ କରିବା ଦିଗରେ ବହୁତ ଅଗ୍ରଗତି କରିଛୁ'
•    '୨୦ ସୂତ୍ରୀ ଶାନ୍ତି ଯୋଜନା ଉପରେ ୯୦% ସହମତି ହୋଇଛି'
•    'ଆମେରିକା-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ଶତ ପ୍ରତିଶତ ସହମତି'
•    'ଆମେରିକା-ୟୁରୋପ-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ନେଇ ସହମତ'

Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ